Tuesday , January 28 2020
Breaking News
Home / କ୍ରୀଡ଼ା / ଜାତୀୟ ଦିବ୍ୟାଙ୍ଗ ମହିଳା ଦଳରେ ସୁନ୍ଦରଗଡ଼ରୁ ୩ ଜଣ

ଜାତୀୟ ଦିବ୍ୟାଙ୍ଗ ମହିଳା ଦଳରେ ସୁନ୍ଦରଗଡ଼ରୁ ୩ ଜଣ

ରାଉରକେଲା, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଅନ୍ତୁଡ଼ିଶାଳ କୁହାଯାଏ । ଏହି ଜିଲ୍ଲା ଆଜି ଯାଏ କେବଳ ରାଜ୍ୟସ୍ତରୀୟ ନୁହେଁ ବରଂ ଏକାଧିକ ଆନ୍ତଜାତୀୟ ସ୍ତରର ହକି ଖେଳାଳି ମଧ୍ୟଦେଇଛି । କିନ୍ତୁ ଏବେ ସୁନ୍ଦରଗଡ଼ ଇତିହାସସୃଷ୍ଟି କରିବାକୁ ଯାଉଛି । ଦେଶରେ ପ୍ରଥମଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍ ଗଠନ ହୋଇଛି । ଏହି ୧୬ ଜଣିଆ ଟିମରେ ଓଡ଼ିଶାର ସୁନ୍ଦରଗଡ଼ରୁ ତିନିଜଣ ମହିଳା ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଉଛନ୍ତି ଟି. ଧନଲକ୍ଷ୍ମୀ, ପୂଜାରେଡ୍ଡି,, ଯମୁନା ମହାନ୍ତ ।ଧନଲକ୍ଷ୍ମୀ ଟିମର କୋଅର୍ଡିନେଟର ଭାବେ ସ୍ଥାନ ପାଇବେଳେ ପୂଜାବ୍ୟାଟ୍ସ ମ୍ୟାନ୍ ଏବଂ ଯମୁନା ୱିକେଟ କିପର ଭୂମିକା ତୁଲାଇବେ । ଚଳିତ ବର୍ଷ ନଭେମ୍ବର୧୫ରୁ ୩୦ ତାରିଖ ପର୍ୟ୍ୟନ୍ତ ଗୁଜରାଟର ଭଦୋଦରା ଠାରେ ଆୟୋଜିତ କ୍ୟାମ୍ପରେ ସାରା ଦେଶରୁ ପ୍ରାୟ ୬୦ଜଣ ଦିବ୍ୟାଙ୍ଗ ଖେଳାଳି ଭାଗ ନେଇଥିଲେ । ସେମାନଙ୍କମଧ୍ୟରୁ ଚୂଡ଼ାନ୍ତ ୧୬ଜଣ ଖେଳାଳିଙ୍କୁ ଚୟନ କରାଯାଇଥିଲା ।ଏହି ଦଳରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ତିନିଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏହି ଟିମକୁ ୱାର୍ଲ୍ଡ ଫାଷ୍ଟଫିଜିକାଲ ଚ୍ୟାଲେଞ୍ଜଡ୍ ୱିମେନ୍ କ୍ରିକେଟ ଟିମ୍ କୁହାଯାଉଛି । ରାଉରକେଲାରୁ ସ୍ଥାନପାଇଥିବା ଏହି ତିନି ଖେଳାଳି ସ୍ଥାନୀୟ ହେମାମାତରେ ଉଦିତନଗର ଖେଳପଡ଼ିଆରେ ଅଭ୍ୟାସ କରନ୍ତି । ଏଠାରେ ସେମାନେ ଗତ ୪ ବର୍ଷ ହେବ ନିୟମିତ ଅଭ୍ୟାସ କରୁଛନ୍ତି । ଏହି ତିନିଜଣଙ୍କ ସହ ଜିଲ୍ଲାର ଆଉ ଦୁଇଜଣ ଖେଳାଳି ମଧ୍ୟ ଅଭ୍ୟାସ କରନ୍ତି । ଏହି ଦୁଇ ଖେଳାଳିଙ୍କୁ ଭାରତୀୟ ବି’ ଟିମରେ ରଖାଯାଇଛି ।ସୂଚନାଯୋଗ୍ୟ, ପୂର୍ବରୁ ପୁରୁଷ ଦିବ୍ୟାଙ୍ଗ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇସାରିଥିବା ବେଳେ ଆସନ୍ତାବର୍ଷ ପ୍ରଥମଥର ପାଇଁ ମହିଳାଙ୍କ ଦିବ୍ୟାଙ୍ଗ ମ୍ୟାଚ୍ ଖେଳାଯିବ । ମହିଳାଙ୍କର ଏହି ପ୍ରଥମ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ପଡ଼ୋଶୀ ଦେଶବାଂଲା ଦେଶ । ଏହି ମ୍ୟାଚ୍ ପାଇଁ ଭାରତୀୟ ମହିଳା ଦଳର ଅଭ୍ୟାସ ଆରମ୍ଭ ହୋଇଛି ।ଏହି ତିନି ଖେଳାଳିଙ୍କୁ ଓଡ଼ିଶା ଦିବ୍ୟାଙ୍ଗ ସ୍ପୋର୍ଟ୍ସଆସୋସିଏସନର ସଭାପତି ଏମଡି ଜାହିଦ୍ଅଜିଜ୍ ଶୁଭକାମନା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

୨ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡା, ୧୯/୦୧/୨୦୨୦ (ଓଡ଼ିଶା ସମାଚାର)-ଫକିରାବାଦର ଲକି ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ରବିବାର ସନ୍ଧ୍ୟାରେ …

Leave a Reply

Your email address will not be published. Required fields are marked *