Thursday , September 19 2019
Breaking News
Home / କ୍ରୀଡ଼ା / ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତା ରେ ଭୁବନ ଟିମ ରନର୍ସ ଅପ

ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତା ରେ ଭୁବନ ଟିମ ରନର୍ସ ଅପ

     ସ୍ଥିତିପ୍ରଜ୍ଞା ସାହୁ,ସୁଧାଂଶୁ ମହାନ୍ତ ପାଇଲେ ସ୍ୱର୍ଣ୍ଣପଦକ

ଭୁବନ,୧୧/୦୮/୨୦୧୯(ଓଡ଼ିଶା ସମାଚାର)-ସୁଦୂର ପଂଜାବ ପ୍ରଦେଶ ର ପଠାନକୋଟ ଠାରେ ଗତ ୩ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ଭୁବନ ଟିମ ରନର୍ସଅପ ହୋଇ ସଫଳତା ହାସଲ କରିଛି । ନାଟ୍ୟକାର ସନ୍ତୋଷ କୁମାର ସାହୁ ଙ୍କ ଝିଅ ସ୍ଥିତିପ୍ରଜ୍ଞା ସାହୁ ପ୍ରଥମେ ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ  ସୁଧାଂଶୁ ମହାନ୍ତ ମଧ୍ୟ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ । ନାରାୟଣ ସାହୁ,ଶକ୍ତିବତ ନାୟକ,ଓମ ସାଇ ନାୟକ ବ୍ରୋଂଜ ପଦକ ପାଇଥିଲେ । କୋଚ୍ ରମେଶ ପୃଷ୍ଟି ଙ୍କ ତତ୍ୱାବଧାନରେ ୧୦ ଜଣିଆ ଟିମ ଗତ ୧ ତାରିଖ ରେ ପଂଜାବ ଗସ୍ତ କରି ଗତକାଲି ଭୁବନ ଫେରିବା ପରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସେମାନଙ୍କୁ ଅଭିନନ୍ଦନ,ଶୁଭେଚ୍ଛା ଜ୍ଞାପନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ଦ୍ୱାଦଶ କନିଷ୍ଠ ରାଜ୍ୟ ନେଟବଲ୍ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ୭ ତାରିଖରୁ କିଶୋର ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଦ୍ଘାଟିତ ହୋଇଥିବା ଦ୍ୱାଦଶ …

Leave a Reply

Your email address will not be published. Required fields are marked *