Tuesday , January 28 2020
Breaking News
Home / ସ୍ୱାସ୍ଥ୍ୟ / ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-କଟକରେ ଜିଲ୍ଲାସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତମାଖୁଜାତ ଦ୍ରବ୍ୟର ବହୁଳ ବିକ୍ରିକୁ ରୋକିବା ତଥା ତମାଖୁ ସେବନର ଭୟାବହତା ଓ କୁପରିଣାମରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁଜାତ ଦ୍ରବ୍ୟ ଅଧିନିୟମ (କୋଟପା) ୨୦୦୩ ଆଇନ୍ ର କାର୍ଯ୍ୟକାରିତା ସମ୍ପର୍କରେ ସ୍ଥାନୀୟ ଜିଲ୍ଲା ସ୍ୱାସ୍ଥ୍ୟଭବନଠାରେ ଆୟୋଜିତ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟଙ୍କ ଅଧ୍ୟକ୍ଷତାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ପଂଚାୟତିରାଜ ସଦସ୍ୟ ଏବଂ ସହଭାଗୀମାନେ ଅଂଶଗ୍ରହଣ କରିଥିଲେ । କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ତମାଖୁ ସେବନଜନିତ ବଦଭ୍ୟାସରୁ ନିବୃତ ରହିବାକୁ ପରାମର୍ଶ ଦେବା ସହ ତମାଖୁ ବ୍ୟବହାରର ଭୟାବହତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଗ୍ରାମାଂଚଳ ଓ ସହରମାନଙ୍କରେ ଜନସାଧାରଣଙ୍କୁ ତମାଖୁ ସେବନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ସମ୍ବନ୍ଧରେ ସଚେତନ କରାଇବାକୁ ପଂଚାୟତିରାଜ ସଦସ୍ୟ ଓ ସହଭାଗୀମାନେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଛୋଟରାୟ ସମସ୍ତଙ୍କୁ ସ୍ୱାଗତ କରିବା ସହ କୋଟପା ୨୦୦୩ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଅଙ୍ଗନବାଡି, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହଯୋଗରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଂକ୍ରାମକ ବିଜ୍ଞାନୀ ଡାକ୍ତର ନୃସିଂହ ଚରଣ ବେହେରା ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ କଟକ ଜିଲ୍ଲାରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ରୋଗ କେନ୍ଦ୍ରର ଅେଙ୍କାଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ପ୍ରମୋଦ ଚନ୍ଦ୍ର ପାଠୀ ତମାଖୁଜନିତ କର୍କଟ ରୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଓଡ଼ିଶା ଅଣସଂକ୍ରମଣ ନିୟନ୍ତ୍ରଣ କକ୍ଷର ଯୁଗ୍ମ ନିର୍ଦ୍ଧେଶକ ଡାକ୍ତର ହରମୋହନ ପଣ୍ଡା ତମାଖୁର ଉତ୍ପାଦ  , ବିକ୍ରି, ବ୍ୟବହାର ଓ ପ୍ରଚାରକୁ ନିୟନ୍ତ୍ରଣ ନିମନ୍ତେ ପଞ୍ଚାୟତିରାଜ ସଦସ୍ୟମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାର ତମାଖୁ ପରାମର୍ଶଦାତା ସୁଧାରଞ୍ଜନ ରଥ ବୈଠକରେ ଉପସ୍ଥିତ ରହି ବିଦ୍ୟାଳୟ ଅନ୍ୟାନ୍ୟ ଶିକ୍ଷା ଓ ବୈଷୟିକ ଅନୁଷ୍ଠାନମାନଙ୍କରେ ତମାଖୁ ସେବନ ବର୍ଜନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଯାଂଚ ସ୍କ୍ୱାଡ୍ ଜରିଆରେ ଜୋରିମାନା ଆଦାୟ କରାଯାଉଥିବା ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ କର୍ମଶାଳାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ପଞ୍ଚାୟତ ସମିତର ସଦସ୍ୟ ବୃନ୍ଦ, ବ୍ଲକ୍ ଶିକ୍ଷାଧିକାରୀ ବୃନ୍ଦ, ବ୍ଲକ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣଅଧିକାରୀ ବୃନ୍ଦ, ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭକ୍ତମୋହନ ସ୍ୱାଇଁ ତମାଖୁ ବ୍ୟବହାର ଯୋଗୁଁ ରୋଗର ନିରାକରଣ ଅପେକ୍ଷା ତମାଖୁ ସେବନ ବର୍ଜନ କରିବା ଶ୍ରେୟସ୍କର ବୋଲି କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଦଳିବ ଏସ୍ସିବି ରୂପ, ହେବ ବିଶ୍ୱସ୍ତରୀୟ ମେଡିକାଲ୍

ଭୁବନେଶ୍ୱର ,୨୩/୦୧/୨୦୨୦ (ଓଡ଼ିଶା ସମାଚାର)- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି)ମେଡିକାଲର ନବକଳେବର ହେବ । ଏସସିବିକୁ ବିଶ୍ୱସ୍ତୀୟ ମେଡିକାଲ୍ କରାଯିବାପାଇଁ …

Leave a Reply

Your email address will not be published. Required fields are marked *