Monday , February 24 2020
Home / ଶିକ୍ଷା / ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର

ଭୁବନେଶ୍ୱର ,୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଉନ୍ନତ ଭାରତ ଅଭିଯାନ ପକ୍ଷରୁ କଟକ ଜିଲ୍ଲାର ପାଥପୁର -ଅମରେନ୍ଦ୍ରପୁର ହରିଜନ ସାହିରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ତଥା ଉନ୍ନତ ଭାରତ ଅଭିଯାନର ସଂଯୋଜିକା କୁନ୍ତିରାଣି ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟସେବା ଶିବିରରେ ଡାକ୍ତର ସୁଧାକର ସିଂ ଯୋଗ ଦେଇ ଉକ୍ତ କମ୍ୟୁନିଟିର ପୁରୁଷ ଓ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଆଇନସେବା କେନ୍ଦ୍ରର ପ୍ରୋଗ୍ରାମ ଆସୋସିଏଟ୍ ଦୁର୍ବାଦଳ ମନ୍ତ୍ରୀ ଏହି ଶିବିରକୁ ପରିଚାଳନା କରିଥିଲେ । ଏହି ସ୍ୱାସ୍ଥ୍ୟସେବା ଶିବିରରେ ବିଶ୍ୱବିଦ୍ୟାଳୟର ନର୍ସ ହିମାଦ୍ରୀ ମେହେର, ଛାତ୍ରଛାତ୍ରୀ ମ୍ରିଣାଳ ଗୁପ୍ତା, ସମରଥ କୌର କାଲସି, ଇସିତା ଶୈଳେସ, ଅୟସୀ ଶୁକ୍ଳା, ଶ୍ରାବଣୀ ବେହେରା, ରୋହିତ ମୀନା, ଦୀପିକା କୁଜୁର, ଅରମାନ ଆରୋରା, ବାରୁଣୀ ଅଗ୍ରୱାଲ, ସ୍ଥାନୀୟ ବାସିନ୍ଦା ଯୋଗେନ୍ଦ୍ର ନାୟକ, ମହଙ୍ଗୀ ସାମଲ, ପିଙ୍କୁ ସାମଲ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

କଟକ,୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ନୂଆବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ …

Leave a Reply

Your email address will not be published. Required fields are marked *