Tuesday , August 20 2019
Breaking News
Home / ତାଜା ଖବର / ଜଳିଗଲା ଦିଆସିଲି ଟ୍ରକ୍

ଜଳିଗଲା ଦିଆସିଲି ଟ୍ରକ୍

ଭଣ୍ଡାରିପୋଖରୀ, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଛତାବର ଠାରେ ଏକ ଦିଆସିଲି ଟ୍ରକରେ ନିଆଁ ଲାଗିଯିବାରୁ ଏହା ସମ୍ପୂର୍ଣ୍ଣ ଜଳିଯାଇଛି । ଟିଏନ-୫୨ଡି-୪୩୭୭ ଦିଆସିଲି ବୋଝେଇ ୧୦ଚକିଆ ଟ୍ରକ କଟକ ପଟୁ ବାଲେଶ୍ୱର ଅଭିମୁଖେ ଆସୁଥିବାବେଳେ ବାଟରେ ଏକ କଂଟେନର ସହିତ ଘସି ହୋଇଯାଇଥିଲା । ଯାହା ଫଳରେ ଦିଆସିଲି ଟ୍ରକଟି ନିଆଁ ଲାଗିଯାଇଥିଲା । ଟ୍ରକଟି ଏକ ନିକାଂଚନ ସ୍ଥାନ ଛତାବର ନିକଟରେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଖବର ପାଇ ଭଣ୍ଡାରିପୋଖରୀ ଥାନା ପୁଲିସ୍ ଓ ଦମକଳବାହିନୀ ପହଂଚି ନିଆଁ ଲିଭାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଅଲଟୋ କାର ମୋଟର ସାଇକେଲକୁ ପଛପଟୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ଜଣେ ଗୁରୁତର

ସାଲେପୁର,୧୯/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- କଟକ-ସାଲେପୁର ରାସ୍ତାର ନାନ୍ଦୋଳଗଡ଼ା ନିକଟରେ ଏକ ଅଲଟୋ କାର୍ ମୋଟରସାଇକେଲକୁ ପଛପଟୁ ଧକ୍କା ଦେବା …

Leave a Reply

Your email address will not be published. Required fields are marked *