କେନ୍ଦ୍ରାପଡା ୧୯/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ଜମଧର ବାବା ଅଭିରାମ ସ୍ୱୟଂ ସହାୟିକା ଗୋଷ୍ଠି ଓ ମୀର ୟାର ଅଲ୍ଲୀଙ୍କ ଛତୁଆ ପ୍ରସ୍ତୁତି କାରାଖାନାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଯନ୍ତ୍ର୍ରାଂସ ଗୁଡିକ ପୋଡିଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ଗାଡି ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିବା ଜଣାପଡିଛି । ତେବେ ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସଟସର୍କିଟରୁ ହୋଇଥିବା କେନ୍ଦ୍ରାପଡା ସହକାରୀ ଅଗ୍ନିଶମ ଅଧିକାରୀ ବିରଭଦ୍ର ଟୁଡୁ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର
