Sunday , January 26 2020
Breaking News
Home / ବିଶେଷ / ଜନବିଷ୍ଫୋରଣ ଦେଶର ବିକାଶରେ ମୁଖ୍ୟ ବାଧକ

ଜନବିଷ୍ଫୋରଣ ଦେଶର ବିକାଶରେ ମୁଖ୍ୟ ବାଧକ

ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଆଜି ବିଶ୍ୱଜନସଂଖ୍ୟା ଦିବସ ଓ ଆଲୋଚନା ଚକ୍ର ତରଡାପଡା ସ୍ଥିତ ଆଇ.ଟି.ଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି । ‘ଜନବିଷ୍ଫୋରଣ ଓ ଜନ ବିକାଶ’-ଶୀର୍ଷକ ଆଲୋଚନାଚକ୍ରରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି ଜନବିଷ୍ଫୋରଣ ଦେଶର ବିକାଶରେ ମୁଖ୍ୟବାଧକ ବୋଲି କହିଥିଲେ । ଏôତରେ ମୁଖ୍ୟ ଆଲୋଚକ ଭାବେ ଶିକ୍ଷାବିତ୍ ନିକୁଞ୍ଜକିଶୋର ବେହେରା ଯୋଗଦେଇ ବର୍ତମାନ ଭାରତ ସମେତ ସାରା ବିଶ୍ୱରେ ଜନସଂଖ୍ୟା ଦ୍ରୁତ ହାରରେ ବଢିବାରେ ଲାଗିଛି । ତେଣୁ ଏହାର ଭୟାବହତା ସଂପର୍କରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରାଯିବା ଜରୁରୀ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଡାକ୍ତର ଜଗଦାନନ୍ଦ ବେହେରା ତାଙ୍କ ବକ୍ତବ୍ୟରେ ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ଆହୁରୀ ଗତିଶୀଳ କରିବା ସହ ଲିଙ୍ଗ ଗତ ଅସମାନତା ଦୂର କରିବା ଉପରେ ପିତାମାତାଙ୍କୁ ପରାମର୍ଶ ଦେବାପାଇଁ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଚାର ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶରତ ଚନ୍ଦ୍ର ସାହୁ ,ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାଗବତ ମୁଦୁଲି ଓ ଆଇ.ଟି.ଆଇର ନିର୍ଦ୍ଦେଶକ ରଶ୍ମୀରଂଜନ ମିଶ୍ର ଆଲୋଚନରେ ଭାଗନେଇ ଜନସଂଖ୍ୟା ବୃଦ୍ଧିର ମୁଣ୍ଡପିଛାଆୟ, ଦାରିଦ୍ର‌୍ୟ ,ବେକାରି, ନିରକ୍ଷରତା, ପରିବେଶ ପ୍ରଦୂଷଣ କୁପରିଣାମ ଉପରେ ଆଲୋକପାତ କରିଥିଲେ । ଶେଷରେ ଟାଇମସ୍ ଗୁରୁକୂଳର ନିର୍ଦ୍ଦେଶିକା ସୁଶ୍ରୀ ଅଞ୍ଜୁଷା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାଧାରଣତନ୍ତ୍ର ଦିବସ ୨୦୨୦ ପୂର୍ବ ସଂଧ୍ୟାରେ ମାନନୀୟ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ

ନୂଆଦିଲ୍ଲୀ, ଜାନୁଆରୀ ୨୫, ୨୦୨୦ ମୋର ପ୍ର୍ରିୟ ଦେଶବାସୀ, ୧. ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ, ମୁଁ …

Leave a Reply

Your email address will not be published. Required fields are marked *