Monday , December 16 2019
Breaking News
Home / ଶିକ୍ଷା / ଜଗତସିଂହପୁର ମଣ୍ଡଳ ସ୍ତରୀୟ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ଜଗତସିଂହପୁର ମଣ୍ଡଳ ସ୍ତରୀୟ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ଜଗତସିଂହପୁର, ୦୧/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୨୮ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୪୭ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିବା ଜଣାପଡିଛି । ଶିକ୍ଷୟିତ୍ରୀ ଭାଗ୍ୟଲକ୍ଷ୍ମୀ ପାଲ୍,ସ୍ମିତାଞ୍ଜଳୀ ବେହେରା ଓ ସୁଧାଂଶୁ ଶେଖର ରାମଙ୍କ ସହାୟତା ଦେଇଥିଲେ । ୨୩ଜଣ ଗାଇଡ୍ ଶିକ୍ଷକ ମଧ୍ୟ ସହ ଯୋଗ କରିଥିଲେ । ଉଦଘାଟନୀ ଦିବସରେ ଜିଲ୍ଲା ଶାରିରୀକ ଶିକ୍ଷା ନିରିକ୍ଷକ ଛବିନ୍ଦ୍ର ବେହେରା ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମମତା ମଞ୍ଜରୀ ମହାନ୍ତି ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *