Tuesday , January 28 2020
Breaking News
Home / କୃଷି / ଜଗତସିଂହପୁର ଠାରେ ବିଶ୍ୱ ମୃତିକା ଦିବସ ପାଳିତ

ଜଗତସିଂହପୁର ଠାରେ ବିଶ୍ୱ ମୃତିକା ଦିବସ ପାଳିତ

ଜଗତସିଂହପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଟାଉନ ହଲ (ନିମାଇଁ ଭବନ)ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଅଛି । ଦିବସଟିକୁ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳସଂପଦ,ସୂଚନା ଓ  ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ମାଟିକୁ ମା’ର ସମ୍ମାନ ଦିଆଯାଇଥାଏ । ତେଣୁ ମାଟି ମାଆର ସୁରକ୍ଷା,ଯତ୍‌ନ ନେବା ଉଚିତ । ମାଟିକୁ ପରୀକ୍ଷା କରି ସେଥିରୁ କେଉଁ ପ୍ରକାର ଫସଲ ଉତ୍ପାଦନ କରାଯାଇ ପାରିବ,ସେଥିପ୍ରତି ଧ୍ୟାନ ଦେବା ଦରକାର । ଜଣେ ଚାଷୀ କେବେହେଲେ ଲାଭକ୍ଷତିକୁ ହିସାବକୁ ନେଇ ନଥାଏ । ମାଟିକୁ ପରୀକ୍ଷା କରି ବିଭିନ୍ନ ଲାଭଜନକ ଫସଲ କରିବା,ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା, ଉତ୍ପାଦିତ ସାମଗ୍ରୀକୁ ମାର୍କେଟିଙ୍ଗ ମାଧ୍ୟମରେ ବିକ୍ରି କରିବାର ବ୍ୟବସ୍ଥା ରହିଲେ କୃଷି ଓ କୃଷକର ଉନ୍ନତି ହୋଇପାରିବ । ବିଭିନ୍ନ ବିଭାଗର ସମନ୍ୱୟରେ କମିଟି କରାଯାଇ କେଉଁ ଅଂଚଳ ପାଇଁ କେଉଁ ଶସ୍ୟ ଉତ୍ପାଦନ ହେବ ସେଥିପ୍ରତି କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ପ୍ରସ୍ତାବ ଦେଇଥିଲେ । ଏହି ଉସôବରେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଖାଦ୍ୟ,ବସ୍ତ୍ର,ପରିଧାନ ପାଇଁ ଚାଷର ଆବଶ୍ୟକତା ରହିଛି । ମାଟିର ସୁରକ୍ଷା କରି ପାରିଲେ ଚାଷର ସୁରକ୍ଷା ହୋଇପାରିବ । ଧାନଚାଷ ବ୍ୟତୀତ ମୁଗ,ବିରି,ମାଣ୍ଡିଆ,ପନିପରିବା ତୈଳବୀଜ ପଂସଲ କରିବା ପାଇଁ ଚାଷୀ ମାନସିକ ଭାବେ ପ୍ରସ୍ତୁତ ହୋଇପାରିଲେ ଚାଷର ଉନ୍ନତି ହୋଇ ପାରିବ । କୃଷି,କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଜିଲ୍ଲାର ଦୁଇ ପ୍ରମୁଖ କେନାଲ ଯଥା-ମାଛଗାଁ କେନାଲ,ତାଳଦଣ୍ଡା କେନାଲ ମାଧ୍ୟମରେ କୃଷି କ୍ଷେତକୁ ଜଳସେଚିତ ହୋଇପାରୁଛି । କୃଷିର ଉନ୍ନତି ପାଇଁ ବିଭିନ୍ନ ବିଭାଗର ସହାୟତା ଦରକାର ହୋଇଥାଏ । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ  ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ମୃତିକା ଗଠନ ପାଇଁ ହଜାର ହଜାର ବର୍ଷ ଲାଗିଥାଏ । ମୃତିକାର ସୁରକ୍ଷା କଲେ ଚାଷର ସୁରକ୍ଷା ହୋଇପାରିବ । ସହରର କଳେବର ବୃଦ୍ଧି ପାଉଥିବାରୁ  କ୍ରମଶ ଚାଷଜମି ହ୍ରାସ ପାଉଛି । ଜଳବାୟୁର ପରିବର୍ତନ ଯୋଗୁ ମୃତିକା କ୍ଷୟ ହେଉଛି । ପୁରାତନ ଭାସ୍କର୍ଯ୍ୟର ପଥର କ୍ଷୟରୁ ସେ ଦେଶର ସଭ୍ୟତା ଜଣାପଡେ । ଏହିମାଟି ପାଇଁ ଫରାସୀ ବିପ୍ଲବ,ଋଷ ବିପ୍ଲବ,ଚାଇନା ବିଦ୍ରୋହ ହୋଇଥିଲା । “ମାଟିର ମଣିଷ “ଭଳି ଉପନ୍ୟାସରେ ଚାଷ ଓ ଚାଷୀ କଥା ଉଲ୍ଲେଖ ରହିଛି । କୋଳଥ,ମାଣ୍ଡିଆ,ବିରି,ମୁଗ ଚାଷ ବହୁଳ ଭାବରେ କରିବାକୁ ଜିଲ୍ଲାପାଳ ଚାଷୀକୂଳଙ୍କୁ ପରାମର୍ଶ ଦେଇଥିଲେ । ଏହି ଦିବସରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରବି ନାରାୟଣ ମହାପାତ୍ର ଯୋଗଦେଇ ଅତିଥି ପରିଚୟ କରିବା ସହିତ କହିଲେ ସାରା ବିଶ୍ୱରେ ଆଜିର ଦିନରେ ଏହି ଦିବସ ପାଳନ କରାଯାଉଛି । ୨୦୧୩ ମସିହାରେ ଜାତିସଂଘର ନିଷ୍ପତି କ୍ରମେ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତିକା ଦିବସ ଭାବେ ପାଳନ କରାଯାଉଛି । ମାଟି ଏକ ଜୀବନ୍ତ ପଦାର୍ଥ । ମାଟିକୁ ମା’ବୋଲି ବିବେଚନା କରାଯାଏ । ଏହି ଅମୂଲ୍ୟ ସଂପଦର ସୁରକ୍ଷା କରିବା ଉଚିତ । କୃଷିଜାତ ଦ୍ରବ୍ୟର ଉତ୍ପାଦନ କ୍ଷମତା ମୃତିକା ଉପରେ ନିର୍ଭର କରିଥାଏ । ଏହି ଦିବସରେ ଯୋଗଦେଇ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଅଜୟ କୁମାର ସେନାପତି କହିଲେ ଜଗତସିଂହପୁର ଜିଲ୍ଲା ବାତ୍ୟା,ବନ୍ୟା ପ୍ରଭାବିତ ଅଂଚଳ । ମାଟିର ଯନô,ସୁରକ୍ଷା ପାଇଁ ସଂକଳ୍ପ ନେବା ସହିତ ମାଟିର ସ୍ୱାସ୍ଥ୍ୟ ପାଇଁ ସମସ୍ତେ ସଚେତନ  ହେବା ଉଚିତ । ଏହି ଦିବସରେ ଯୋଗଦେଇ କୃଷି ଜିଲ୍ଲା ଅଧିକାରୀ,ତିର୍ତୋଲ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ କହିଲେ ମାଟିର ସୁରକ୍ଷା,ଯତ୍‌ନ ନନେଲେ ଉତ୍ପାଦନ କ୍ଷମତା ହ୍ରାସ ପାଇବ । ସଠିକ୍ ପରିମାଣର ସାର ପ୍ରୟୋଗ କଲେ ମାଟିର ଗୁଣବତା ବୃଦ୍ଧି ପାଇବ ।  ମାଟିରେ ଆବଶ୍ୟକ ପରିମାଣରେ ଖତ ବ୍ୟବହାର କରିବା,ମୁଗକୁ ସଂପୂର୍ଣ୍ଣ  ନ ଓପାଡି ତାକୁ କାଟି ଅମଳ କରିବା,ତୈଳବୀଜ ଫସଲ ଚାଷ କରିବାକୁ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ଦିବସରେ ଚାଷୀମାନଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଏହି ଦିବସରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଚାଷୀ,ଜନସାଧାରଣ ଓ କୃଷି ବିଭାଗର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ …

Leave a Reply

Your email address will not be published. Required fields are marked *