Monday , December 16 2019
Breaking News
Home / ସ୍ୱାସ୍ଥ୍ୟ / ଜଗତସିଂହପୁର ଠାରେ ବିଶ୍ୱ ଏଡସ୍ ଦିବସ ପାଳିତ

ଜଗତସିଂହପୁର ଠାରେ ବିଶ୍ୱ ଏଡସ୍ ଦିବସ ପାଳିତ

ଜଗତସିଂହପୁର, ୦୧/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ୍ ଦିବସ ୨୦୧୯ ପାଳିତ ହୋଇଯାଇଛି । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ ସମସ୍ତେ ଏକତ୍ରୀତ ହୋଇ ଗୋଷ୍ଠି ବା ଅନୁଷ୍ଠାନ ଦ୍ୱାରା ଏଡସ୍ ରୋଗର ଭୟାବହତା ,ସୁରକ୍ଷା ଓ ପ୍ରତିଷେଧକ ସଂପର୍କରେ ସମାଜକୁ ସଚେତନା ବାର୍ତା ଦେବା । ଏଡସ୍ ର ବ୍ୟାପକତା ବଢିବଢି ଚାଲିଛି । ଏହା ଅଜାଣତରେ ବ୍ୟାପୁଛି । ସାମଗ୍ରିକ ସଚେତନତା ଓ ବ୍ୟକ୍ତିତ୍ୱର ବିକାଶ ଦ୍ୱାରା ଏଡସ୍ କୁ ରୋକାଯାଇପାରିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଜୟା ପଣ୍ଡା ଯୋଗଦେଇ ଏହି ରୋଗର ସଂଚରଣ ,ସଚେତନତା ସଂପର୍କରେ ସୂଚନା ଦେଇଥିଲେ । ଅସୁରକ୍ଷୀତ ଯୌନ ସଂପର୍କ ଦ୍ୱାରା ୮୫ପ୍ରତିଶତ ଏଡସ୍ ରୋଗ ହୁଏ । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ବସନ୍ତ କୁମାର ବାରିକ ଯୋଗଦେଇ କହିଲେ ଏବର୍ଷ ଏଡସ୍ ଦିବସର ବାର୍ତା ହେଲା ଗୋଷ୍ଠି ସମୂହ ହିଁ ପରିବତ୍ତନର ଆଧାର ବୋଲି କହିଲେ । ଏଡସ୍ ର ଚିକିତ୍ସା ଶୀଘ୍ର ସଂଧାନ ଦ୍ୱାରା ମୃତ୍ୟୁ ହଠାତ୍ ହୁଏ ନାହିଁ । ଏଡସ୍ ର ନୋଡାଲ ଅଧିକାରୀ  ଏଡିପିଏଚଓ ଡ. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେବା ସହ କହିଲେ ପ୍ରଥମେ ଆଫ୍ରିକାର କଙ୍ଗୋ ଅଂଚଳରେ ଏଡସ୍ ଆରମ୍ଭ ହୋଇଥିଲା । ଭାରତରେ ୧୯୮୬ମସିହାରେ ଚେନାଇରେ ଏଡସ୍ ଚିହ୍ନଟ ହୋଇଥିଲା । ଓଡିଶାରେ ୧୯୯୨ ମସିହାରେ ନୟାଗଡ ଜିଲ୍ଲାରେ ପ୍ରଥମେ ଏଡସ୍ ରୋଗୀ ଚିହ୍ନଟ ହୋଇଥିଲା । ପୃଥିବୀରେ ଏଡସ୍ ରୋଗୀଙ୍କ ସଂଖ୍ୟା ଆଫ୍ରିକାରେ ଅଧିକ,ଦ୍ୱିତୀୟରେ ନାଇଜେରିଆ ଓ ଭାରତ ତୃତୀୟ ସ୍ଥାନରେ ରହିଛି । ବର୍ତମାନ ପୃଥିବୀରେ ୩୭.୯ମିଲିୟନ ଏଡସ୍ ରୋଗୀ ଥିବାବେଳେ ଭାରତରେ ୨୧.୫୯ ମିଲିୟନ ,ଓଡିଶାରେ ୪୯୬୬୧ ଜଣ ଓ ଜଗତସିଂହପୁରରେ ୩୨୩ଜଣ ଏଡସ୍ ରୋଗୀ ଅଛନ୍ତି । ଅସୁରକ୍ଷୀତ ଯୌନ ସଂପର୍କ ,ଅସୁରକ୍ଷିତ ଛୁଂଚି ବ୍ୟବହାର ,ଅପରିକ୍ଷିତ ରକ୍ତ ଗ୍ରହଣ ,ସଂକ୍ରମିତ ଗର୍ଭବତୀ ମାଆ ଠାରୁ ଶିଶୁଙ୍କୁ ସଂକ୍ରମଣ ଦ୍ୱାରା ଏଡସ୍ ରୋଗ ହୋଇଥଅଏ । ଏଡସ୍ ରୋଗୀ ମାନଙ୍କୁ ସରକାରଙ୍କ ତରଫରୁ ମଧୁବାବୁ ପେନସନ୍ ,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା,ବିଜୁସୁରକ୍ଷା ଯୋଜନା , ମୋ କୁଡିଆ ଓ ମୋଗୁହାଳ ଯୋଜନାରେ ସହାୟତା ପ୍ରଦାନ କରାଯାଉଛି । ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହାକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର  ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ,ଏଡିପିଏଚସିଓ ବିରେନ୍ଦ୍ର କୁମାର ନାଏକ ଯୋଗଦେଇଥିଲେ । ଡେପୁଟି ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ,ବିଭିନ୍ନ ନର୍ସିଂହୋମର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଲିଙ୍ଗ ନିରୂପଣ ବନ୍ଦ ପାଇଁ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଜିଲ୍ଲାସ୍ତରୀୟ ଆଡଭାଇଜରୀ କମିଟି ଓ ଟାସ୍କଫୋର୍ସ ସଭା କଟକ, ୧୦/୧୨/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାସ୍ତରୀୟ ଆଡଭାଇଜରି କମିଟି ସଭା ଓ ଜିଲ୍ଲାସ୍ତରୀୟ …

Leave a Reply

Your email address will not be published. Required fields are marked *