Friday , September 20 2019
Breaking News
Home / ସ୍ୱାସ୍ଥ୍ୟ / ଜଗତସିଂହପୁର ଠାରେ ଜିଲ୍ଲ୍ାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଜଗତସିଂହପୁର ଠାରେ ଜିଲ୍ଲ୍ାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

 ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର/ ଲିଲନପ୍ରଭା ପାଢ଼ୀ)- ଜିଲ୍ଲ୍ା ସ୍ୱାସ୍ଥ୍ୟ ସମିତି,ଜଗତସିଂହପୁର ପକ୍ଷରୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ନୂତନ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦର ସଭାପତି  ପ୍ରିୟଦର୍ଶିନୀ ବିଶ୍ୱାଳ  କହିଲେ ପରିବାର ନିୟୋଜନ ବିନା ମାଆ ଓ ଶିଶୁର ସ୍ୱାସ୍ଥ୍ୟ ସଠିକ୍ ଭାବରେ ରଖିବା କଷ୍ଟକର । ଜନସଂଖ୍ୟାକୁ ରୋକିବା ପାଇଁ ସମସ୍ତଙ୍କ ମଧ୍ୟରେ ସଚେତନତା ଦରକାର । ଏହି ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଜୟ କୁମାର ବୈଠାରୁ କହିଲେ ବିଶ୍ୱରେ ଜନସଂଖ୍ୟା ଦୃତଗତିରେ ବଢି ଚାଲିଛି । ୧୮୦୦ ମସିହାରେ ସମଗ୍ର ବିଶ୍ୱରେ ଜନସଂଖ୍ୟା ୨ ବିଲିୟନ ଥିବାବେଳେ ୨୦୧୯ ମସିହାରେ ଜନସଂଖ୍ୟା ୭.୭ ବିଲିୟନରେ ପହଂଚି ସାରିଲାଣି,ଯାହାକି ଚିନ୍ତାର କାରଣ ଅଟେ । ଜନସଂଖ୍ୟା ବୃଦ୍ଧି ହେବା ଫଳରେ ଶିଶୁ ଓ ମାତୃ ମୃତ୍ୟୁହାର ବଢିଚାଲିଛି । ଏହି ଉତ୍ସବରେ ଅତିରିକ୍ତ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ)ଡା.ବସନ୍ତ କୁମାର ବାରିକ ଯୋଗଦେଇ କହିଲେ ଗୋଟିଏ ଦେଶର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ଶିକ୍ଷାର ଆବଶ୍ୟକତା ରହିଛି । ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ  ପହଞାଇବା ଦରକାର । ଆଶା,ଅଙ୍ଗନବାଡି କର୍ମୀମାନେ ଗାଁ ଗହଳିରେ ନବଦମ୍ପତିଙ୍କୁ ଭେଟି ୨ରୁ ଅଧିକ ପିଲା ନକରିବା ପାଇଁ ସଚେତନତା କରାଇବା ଉଚିତ । ଏହି ଉତ୍ସବରେ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର  ଚକ୍ରଧର ଜେନା ଯୋଗଦେଇ ଜନସଂଖ୍ୟା ବୃଦ୍ଧିର ଅପକାରିତା ଓ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ  ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହକାରୀ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ  ବିରେନ୍ଦ୍ର କୁମାର ନାୟକ ଯୋଗଦେଇ କହିଲେ ଚଳିତ ମାସ ୧୧ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ପରିବାର ସ୍ଥିରତା ପକ୍ଷ ପାଇଁ ପରିବାର ନିୟୋଜନ ଅସ୍ତ୍ରପୋଚାର କରାଯିବ । ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ବନ୍ଧ୍ୟାକରଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଡା.ମହେଶ୍ୱର ପ୍ରଧାନ, ଡା.ସରୋଜ କୁମାର ଜେନା, ଡା.ବସନ୍ତ କୁମାର ବାରିକ, ଡା.ପ୍ରମୋଦ କୁମାର ନାୟକ ଓ ଡା.ପ୍ରତାପ କୁମାର ଦାସଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଶେଷରେ ଉପ-ପରିଚାଳକ, ଶିଶୁସ୍ୱାସ୍ଥ୍ୟ ଓ ପ୍ରଜ୍ଜନନ  ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାକୃଷି ଅଧିକାରୀ  ପ୍ରମୋଦ କୁମାର ମଲ୍ଲିକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ  ରମେଶ ଚନ୍ଦ୍ର ବେହେରା, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ମହିମା, ନାରାୟଣୀ, କସ୍ତୁରବା ନର୍ସିଂହୋମର ଛାତ୍ରୀ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟ ଦାବିରେ ଏଏସଏସ୍ ପକ୍ଷରୁ ମାନବ ଶୃଙ୍ଖଳା ଘୋଷଣା

ପାରାଦ୍ୱୀପ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ନିକଟସ୍ଥ ଭୁତମୁଣ୍ଡାଇ ଠାରେ ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟଦାବିରେ ଆଂଚଳିକ ସୁରକ୍ଷା ସମିତି (ଏଏସଏସ୍) ଆସନ୍ତା ଅକ୍ଟୋବର …

Leave a Reply

Your email address will not be published. Required fields are marked *