Saturday , December 7 2019
Home / ବିଶେଷ / ଜଗତସିଂହପୁର ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ  ଦିବସ ପାଳିତ

ଜଗତସିଂହପୁର ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ  ଦିବସ ପାଳିତ

ଜଗତସିଂହପୁର, ୦୩/୧୨/୨୦୧୯(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନହଲ (ନିମାଇଁ ଭବନ )ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଅଛି । ଏହି ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ସଚୀବ ଶ୍ରୀ କମଳାକାନ୍ତ ରାଉତ କହିଲେ ସମ୍ବିଧାନର ଧାରା-୨୧ ଅନୁଯାୟୀ ଜୀବନ ବଚିଂବାର ଅଧିକାର ସମସ୍ତଙ୍କର ରହିଛି । ଭିନ୍ନକ୍ଷମମାନେ କୈାଣସି କ୍ଷେତ୍ରରେ ସକ୍ଷମମାନଙ୍କ ଠାରୁ ଆଗରେ ଅଛନ୍ତି । ଭିନ୍ନକ୍ଷମମାନେ କୈାଣସି ଅଧିକାରରୁ ବଂଚିତ ହେଲେ କୋର୍ଟ କଚେରୀ ଓ ମାଲି ମକଦ୍ଧମା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ମାଗଣାରେ ଓକିଲ ଓ କୋର୍ଟ ଫି ଖର୍ଚ୍ଚରେ ମୋକଦ୍ଧମା ଲଢି ପାରିବେ । ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ କୈାଣସି ଶିକାର ହୋଇଥିବା ଭିନ୍ନକ୍ଷମଙ୍କ ମୋକଦ୍ଧମା ଅଗ୍ରାଧିକାର ଭିତିରେ ୧ବର୍ଷରେ ଶୁଣାଣି କରାଯିବ । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅବଦୁଲ୍ ୱାହାବ ଖାଁ କହିଲେ ସମାଜରେ ଥିବା ଭିନ୍ନକ୍ଷମ ମାନେ ନିଜକୁ କେବେ ଅବହେଳିତ ଓ ଅସହାୟ ମନେ କରିବା ଅନୁଚିତ୍ । ୧୯୮୧ ମସିହାରେ ଜାତିସଂଘ ପକ୍ଷରୁ ଡିସେମ୍ବର ୩ ତାରିଖକୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଛି । କେନ୍ଦ୍ର ସରକାର ଭିନ୍ନକ୍ଷମଙ୍କୁ ୨୧ ପ୍ରକାର ଚିହ୍ନଟ କରିଛନ୍ତି । ରାଜ୍ୟ ଲୋକ ସଂଖ୍ୟାର ୩୩ ପ୍ରତିଶତ ଭିନ୍ନକ୍ଷମ ଅଛନ୍ତି । ୧୯୯୫ ମସିହାରେ ଭିନ୍ନକ୍ଷମ ଅଧିନିୟମ ପ୍ରଣୟନ କରାଯାଇଛି । ୧୯୯୫ ମସିହାରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍.ଏସ୍.ଏ.ପି) ଆରମ୍ଭ ହୋଇଥିଲା । ଜିଲ୍ଲାରେ ୩୪୦୦୦ ଭିନ୍ନକ୍ଷମ ଚିହ୍ନଟ କରାଯାଇଛି ଓ ୧୧,୦୦୦ ଭିନ୍ନକ୍ଷମଙ୍କୁ ଭତା ପ୍ରଦାନ କରାଯାଉଛି । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପବିତ୍ର ମୋହନ ଦାସ ଯୋଗଦେଇ କହିଲେ ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କୁ ମଧୁବାବୁ ଭତା,ଇନ୍ଦିରା ଗାନ୍ଧୀ ଭତା,ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବାଣିଶ୍ରୀ  ସ୍କଲାରସିପ୍,ସେମାନଙ୍କ ସହାୟତା ନିମନ୍ତେ ଟ୍ରାଇ ସାଇକେଲ,ହ୍ୱିଲ ଚେୟାର,ଆଶାବାଡୀ,ବ୍ଲାଇଣ୍ଡ ଷ୍ଟିକ୍,ଶ୍ରବଣ ଯନ୍ତ୍ର ଯୋଗାଇ ଦେଇଛନ୍ତି । ସରକାରୀ ଚାକିରୀରେ ଭିନ୍ନକ୍ଷମଙ୍କ ପାଇଁ ୪% ସ୍ଥାନ ସଂରକ୍ଷିତ ରହିଛି  ଏତଦ୍ ବ୍ୟତୀତ ବିଜୁ ପକ୍କାଘର,ମୋ କୁଡିଆ ଯୋଗାଇ ଦିଆଯାଉଛି । ଏହି ଦିବସରେ ଆଶ୍ରା ଅନୁଷ୍ଠାନର ସଂପାଦକ ଶ୍ରୀ ଅଜୟ କୁମାର ଖୁଣିଆ,ଆଶ୍ରା ଅନୁଷ୍ଠାନର ମୁଖ୍ୟ ପରାମର୍ଶଦାତା ଶ୍ରୀ ଗୋକୁଳ ଚନ୍ଦ୍ର ବିଶୋଇ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ,ଗଣମାଧ୍ୟର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ସକାଳେ ଆଶ୍ରା ଭିନ୍ନକ୍ଷମ ପିଲାମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା  । ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ  ସଚ୍ଚିଦାନନ୍ଦ ସାହୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଶୋଭା ଯାତ୍ରାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ଗଣମାଧ୍ୟମର ପ୍ରତିନିଧି,ଆଶ୍ରା ଅନୁଷ୍ଠାନର ସଂପାଦକ,କର୍ମକର୍ତା ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *