Monday , December 9 2019
Breaking News
Home / ତାଜା ଖବର / ଛୁରାମାଡ଼ ଘଟଣାରେ ୨ ଗିରଫ, ମାରଣାସ୍ତ୍ର ଜବତ

ଛୁରାମାଡ଼ ଘଟଣାରେ ୨ ଗିରଫ, ମାରଣାସ୍ତ୍ର ଜବତ

ଯୋଡ଼ା,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଯୋଡ଼ା ସହରର ୪ ନଂ ୱାର୍ଡ଼ ମିଶ୍ର ଗଳି ଠାରେ ଥିବା ଏକ ହୋଟେଲ ନିକଟରେ ବାଂଶପାଣିର ବିକ୍ରାନ୍ତ ନାୟକଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ ପୋଲିସ୍ ୨ ଜଣ ଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି । ଗିରଫ ହୋଇଥିବା ୨ ଜଣ ହେଉଛନ୍ତି ୭ ନଂ ୱାର୍ଡ଼ ଉଲି ହଟିଂ ଶହିଦନଗରର ସାଗର ରାଜ (୨୫ ) ଓ ୩ ନଂ ୱାର୍ଡ଼ କୁନ୍ଦୁରୁନାଲାର ମୁନା ଓରାମ (୧୯) । ଉକ୍ତ ଯୁବକ ଦ୍ୱୟ ପିସ୍ତଲ ଦେଖାଇ ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ କରୁଥିଲେ । ଖବର ପାଇ ପୋଲିସ୍ ଚଢ଼ାଉ କରି ପିସ୍ତଲ, ୨ ରାଉଣ୍ଡ ଜୀବନ୍ତ ଗୁଳି, ଖଣ୍ଡା,୨ ଟି ମୋବାଇଲ ଓ ୩ ଟି ବାଇକ୍ ଜବତ କରିଥିଲେ ।  କେଶ ନଂ ୧୪୦/୧୯ ରେ ଏକ ମାମଲା ରୁଜୁ କରି ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *