Monday , December 16 2019
Breaking News
Home / ଶିକ୍ଷା / ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୁସ୍ତକ ପାଠ୍ୟ ସକ୍ଷମତା ପରୀକ୍ଷଣ ପ୍ରତିଯୋଗୀତା

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୁସ୍ତକ ପାଠ୍ୟ ସକ୍ଷମତା ପରୀକ୍ଷଣ ପ୍ରତିଯୋଗୀତା

ଭୁବନେଶ୍ୱର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ନିଜିଗଡ଼ ତାପଙ୍ଗ ପଂଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବାଘଟାଙ୍ଗୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷା ଏବଂ ପ୍ରତିଯୋଗୀତା ମନୋଭାବର ବୃଦ୍ଧି ଲକ୍ଷ୍ୟନେଇ ଭୁବନେଶ୍ୱରର ସହଯୋଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ପୁସ୍ତକ ପାଠ୍ୟ ସକ୍ଷମତା ପରୀକ୍ଷଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଶିକ୍ଷକ ଦ୍ୱିଳ୍ଲୀପ ନାୟକ, ଗାଁର ମୁରବୀ ସ୍ଥାନୀୟ ବ୍ୟକ୍ତି ଲଛମନ ପ୍ରଧାନ, ସରପଂଚ ପ୍ରତାପ ନାୟକ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ବିକ୍ରମ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅନୁଷ୍ଠାନ ତରଫରୁ ପାଠ୍ୟଉପକରଣ ବଂଟନ କରାଯାଇଥିଲା । ଗ୍ରାମରେ ଅନୁଷ୍ଠାନ ତରଫରୁ କରାଯାଇଥିବା ଶିଶୁ ଅଧିକାର କ୍ଲବର ସଭ୍ୟ ସଭ୍ୟାମାନେ ଦଳଗଠନ ଓ ପରିଚାଳନା ଏବଂ କ୍ଲବର ଶିଶୁ ସୁରକ୍ଷା ସମ୍ପର୍କିତ ଦାୟୀତ୍ୱ ଉପରେ ହସକୌତୁକ ମାଧ୍ୟମରେ ଶିଖିଥିଲେ । ଅନୁଷ୍ଠାନ ତରଫରୁ ହାତକୁ ନିଆଯାଉଥିବା ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରସାର କରିପାରିଲେ ଅନୁନ୍ନତ ଅଂଚଳରେ ଅବହେଳିତ ପିଲାମାନଙ୍କ ବିକାଶ ହୋଇପାରନ୍ତା ବୋଲି ଶିକ୍ଷକ ଏବଂ ଗାଁର ମୁରବୀ ସ୍ଥାନୀୟ ବ୍ୟକ୍ତିମାନେ ମତ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *