ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ଜନୈକ ଶିକ୍ଷୟିତ୍ରୀ ୧୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ୪ଶହ ଥର କାନଧରି ଉଠ୍ ବସ୍ କରାଇବା ଘଟଣାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଶିକ୍ଷା ବିଭାଗ ପକ୍ଷରୁ ତତପରତା ପ୍ରକାଶ ପାଇଥିଲା । ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରେମଲତା ନାୟକ ଓ ଅତିରିକ୍ତ ଶିକ୍ଷାଜିଲ୍ଲା ଅଧିକାରୀ ଜଗବନ୍ଧୁ ଶତପଥୀ ଘଟଣା ଘଟିଥିବା ମହାସିଂହପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ପହଂଚି ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଅମାନୁଷିକ କାର୍ଯ୍ୟ ସଂପର୍କରେ ଛାତ୍ରଛାତ୍ରୀମାନଙ୍କ ଠାରୁ ପଚାରି ବୁଝିବା ପରେ ଘଟଣା ସତ୍ୟ ବୋଲି ଜାଣିବାକୁ ପାଇଥିଲେ । ଏଥିନେଇ ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଏପରି ଅମାନୁଷିକ କାର୍ଯ୍ୟ କରିଥିବା ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ମହାସିଂହପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆଲୋକପ୍ରଭା ପଟ୍ଟନାୟକ ଗତ ୭ତାରିଖ ଦିନ ଏହି ବିଦ୍ୟାଳୟର ୧୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ରଚନା ଖାତା ନଦେଖାଇବାରୁ ରାଗିଯାଇ ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ୪ଶହରୁ ଉଦ୍ଧ୍ୱର୍ ଥର କାନଧରି ବସଉଠ କରାଇଥିଲେ । ଏଥି ମଧ୍ୟରୁ ଜଣେ ଛାତ୍ର ଅଚେତ୍ ହୋଇଯାଇଥିବାବେଳେ ୯ଜଣ ଛାତ୍ର ଅସୁସ୍ଥ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ଏ ସଂପର୍କରେ ଛାତ୍ର ଅଭିଭାବକମାନେ ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ମଣ୍ଡଳ ଶିକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ କରି ଘଟଣା ସତ୍ୟ ବୋଲି ଜଣାପଡ଼ିଛି । ପ୍ରକାଶଥାଉକି ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକୁ ସଂପୂର୍ଣ୍ଣ ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷଣା କରିଥିଲା ବେଳେ ଏଭଳି ଘଟଣା ଯୋଗୁ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ୫ ସୂତ୍ରୀ କାର୍ଯ୍ୟକ୍ରମ ଏଠାରେ ସଂପୂର୍ଣ୍ଣ ଫେଲମାରିଛି ବୋଲି କୁହାଯାଇଛି । ଘଟଣାକୁ ୧୧ଦିନ ପୁରୁ ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଅସନ୍ତୋଷ ଚରମ ସୀମାରେ ପହଂଚିଛି । ଓଡ଼ିଶା ସମାଚାର
Home / ଶିକ୍ଷା / ଛାତ୍ରଛାତ୍ରୀଙ୍କୁ ୪ଶହ ଥର ବସ ଉଠ୍ କରିବା ଘଟଣା : ସାଲେପୁର ବି.ଇ.ଓ ଓ ଏ.ବି.ଇ.ଓ ଘଟଣାର ତଦନ୍ତ କଲେ
Check Also
ପୋଷାକ ବିତରଣ ଉତ୍ସବ
ସାଲେପୁର ୦୭/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ …