Wednesday , December 11 2019
Home / ଶିକ୍ଷା / ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ଓ ପାଠ୍ୟ ଉପକରଣ ବଣ୍ଟନ

ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ଓ ପାଠ୍ୟ ଉପକରଣ ବଣ୍ଟନ

ଘଟଗାଁ, ୧୬/୧୧/୨୦୧୯(ଓଡ଼ିଶା ସମାଚାର)- ଘଟଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୟଳମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ପଇଦାପାଟଣା ତାରିଣୀ ଯୁବକ ସଂଘ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ଓ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି । ଶିଶୁଦିବସ ଉପଲକ୍ଷେ ଆଜି ଶିଶୁଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତାରିଣୀ ଯୁବକ ସଂଘ ସଭାପତି ଜଗନ୍ନାଥ ମହାନ୍ତ ଅଧ୍ୟକ୍ଷତାରେ ସମ୍ପାଦକ ହୃଷିକେଶ ମହାନ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଉତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ଶ୍ରୀଯୁକ୍ତ ନୃସିଂହ ନାଥ ସିଂହ ଯୋଗଦେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବାସହ ଶୀତବସ୍ତ୍ର ଓ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ । ସମ୍ନାନୀତ ଅତିଥି ଭାବେ ସାମ୍ବାଦିକ ଭବାନୀ ପ୍ରସାଦ ମହାନ୍ତ,ନିଳମଣୀ ମଣ୍ଡଳ,ଅଭିମନ୍ୟୁ ରାଉତ ଓ ସାମଜିକ କର୍ମି ଜବବନ୍ଧୁ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜୁଆଙ୍ଗ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିକ୍ଷା ସମ୍ବନ୍ଧିୟ ଦିଗଦର୍ଶନ ଦେଇଥିଲେ । ତାରିଣୀ କ୍ଲବର ସଦସ୍ୟ ନବକିଶୋର ନାୟକ,ରମାକାନ୍ତ ମହାନ୍ତ,ବିପିନ ବିହାରୀ ମହାନ୍ତ,କିରଣ ନାୟକ,ଦିବ୍ୟଲୋଚନ ନାୟକ,ଯୋଗେଶ୍ୱର ମହାନ୍ତ,ବୁବୁ,ଗୁଣ୍ଡା, ଟିକନ, ମଣ୍ଟୁ,ମାନସ, ସଂଜୟ,ବିକ,ବାସୁଦେବ,ସଂଜୟ,ବାସୁଦେବ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଗୟଳ ମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଣ୍ଟୁରିଆ ମୁଣ୍ଡା ଓ ଭାଷ ଶିକ୍ଷକ ଫଣି ଭୁଷଣ ଜୁଆଙ୍ଗ,କୁଲାଡେରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଏ ଥିରେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୦ଜଣରୁ ଉର୍ଦ୍ଧ ଜୁଆଙ୍ଗ ଛାତ୍ରଛାତ୍ରୀଙ୍କୁ ଶିତବସ୍ତ୍ର ଓ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ମାଟ୍ରିକ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ପ୍ରଥମ ମାସ ସୁଦ୍ଧା ଦାଖଲ କର ଅନୁଧ୍ୟାନ ରିପୋର୍ଟ – ବିଦ୍ୟୁତ ସଂଯୋଗ ନଥିଲେ ସୋଲାର ବ୍ୟବସ୍ଥା ଭୁବନେଶ୍ୱର ,୦୯/୧୨/୨୦୧୯(ଓଡ଼ିଶା …

Leave a Reply

Your email address will not be published. Required fields are marked *