Tuesday , January 28 2020
Breaking News
Home / ଶିକ୍ଷା / ଛାତ୍ର,ଛାତ୍ରୀଙ୍କୁ ଜାପାନୀଜ ଏନସେଫାଲାଇଟିଜ  ଟିକାଦାନ

ଛାତ୍ର,ଛାତ୍ରୀଙ୍କୁ ଜାପାନୀଜ ଏନସେଫାଲାଇଟିଜ  ଟିକାଦାନ

ରଘୁନାଥପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ତଅଁରା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମର ଜୟପ୍ରକାଶ ଶିକ୍ଷା ନିକେତନରେ ଛାତ୍ର,ଛାତ୍ରୀ ମାନଙ୍କୁ ଜାପାନୀଜ ଏନସେଫାଲାଇଟିଜ  ଟିକା ପ୍ରଦାନ କରାଯାଇଛି । ଏହି ଟିକାକରଣ ଶିବିରକୁ ସ୍କୁଲ ପରିଚାଳନା କମିଟିର ସଭାପତି ଇଂ ବାବାଜୀ ଚରଣ ଜେନା ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ରଂଜନ କୁମାର ମିଶ୍ର ସହକାରୀ ଶିକ୍ଷକ ପବିତ୍ର କୁମାର ସ୍ୱାଇଁ, ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଏଏନଏମ୍ ଓ ଏଲଏଚଭି ମାନେ ଛାତ୍ର,ଛାତ୍ରୀ ଙ୍କୁ ଟିକା ପ୍ରଦାନ କରିଥିଲେ । ଜାପାନୀ ଜ୍ୱର ନହେବା ପାଇଁ ପ୍ରତି ଷେଧକ ଭାବେ ଏହି ଟିକା ଛାତ୍ର,ଛାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସୁଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ପୁରାତନ ଛାତ୍ର ସାଂସ୍କୃତିକ ସଂସଦ ବାର୍ଷିକ ଉତ୍ସବ ଓ ଇନ୍ଦୁପୁର ହାଇସ୍କୁଲର ପୁରସ୍କାର ବୀତରଣ ସମାରୋହ

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ଇନ୍ଦୁପୁର ହାଇସ୍କୁଲର  ପୁରସ୍କାର ବୀତରଣ ସମାରୋହ ଓ ପୁରାତନ ଛାତ୍ର ସାଂସ୍କୃତିକ …

Leave a Reply

Your email address will not be published. Required fields are marked *