Sunday , January 26 2020
Breaking News
Home / ଶିକ୍ଷା / ଛାଣିପୁର ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଓ ଏଠାରେ କାର୍ଯ୍ୟରତ କିରାଣିଙ୍କ ବଦଳି ପାଇଁ ପରିଚାଳନା କମିଟିର ଦାବି

ଛାଣିପୁର ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଓ ଏଠାରେ କାର୍ଯ୍ୟରତ କିରାଣିଙ୍କ ବଦଳି ପାଇଁ ପରିଚାଳନା କମିଟିର ଦାବି

ସାଲେପୁର ୦୫/୧୨/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା) : ସାଲେପୁର ଶିକ୍ଷାଜିଲ୍ଲା ଅଧିନ ଛାଣିପୁର ହାଇସ୍କୁଲଟି ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଥିବା ବେଳେ ଏହି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବାରୁ ପରିସ୍ଥିତି ବେଳକୁ ବେଳ ବିଗିଡ଼ିବାରେ ଲାଗିଛି । ଏଠାରେ କାର୍ଯ୍ୟ କରୁଥିବା କିରାଣି ଜଣକ ମେରିରାଏ ଶାସନ ଚଳାଇଥିବାରୁ ଅନୁଷ୍ଠାନର ପରିସ୍ଥିତି ଓ ପରିବେଶ ଶୋଚନୀୟ ହୋଇପଡ଼ିଛି । ହାଇସ୍କୁଲର ପରିଚାଳନା କମିଟି ସଭାପତି ଓ ସଭ୍ୟସଭ୍ୟାମାନେ ସାଲେପୁର ବି.ଇ.ଓ ଙ୍କ ଠାରେ ଲିଖିତ ଦାବିରେ ଦର୍ଶାଇଛନ୍ତି ଯେ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ, ହିନ୍ଦି ଶିକ୍ଷକ ଓ ଉର୍ଦ୍ଧୁ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ଉକ୍ତ ବିଷୟ ଅଧ୍ୟୟନରୁ ବଂଚିିତ ହେଉଛନ୍ତି । ଦୀର୍ଘଦିନ ହେଲାଣି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାରୁ ପ୍ରଶାସନିକ ଅବ୍ୟବସ୍ଥା ଲାଗିରହିଛି । ଉକ୍ତ ବିଦ୍ୟାଳୟରେ କାର୍ଯ୍ୟକରୁଥିବା କିରାଣି ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବା ଯୋଗୁ ଅଧିକାଂଶ ସମୟରେ ବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ପରିଚାଳନା କମିଟି ପକ୍ଷରୁ ଘଟଣା ବିଷୟରେ ଏକାଧିକ ଥର ପ୍ରଶାସନର ଦୃଷ୍ଟି ଆକର୍ଷର କରିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ପ୍ରଶାସନ ଠାରେ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସୈାଜନ୍ୟତା ଦୃଷ୍ଟି କୋ÷ଣସି ପଦସ୍ଥ ଅଧିକାରୀ ସ୍କୁଲ ପରିଦର୍ଶନରେ ଆସିନଥିବା ଜଣାପଡ଼ିଛି । ତୁରନ୍ତ କୁରାଣିଙ୍କ ବଦଳି ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଓ ୩ଗୋଟି ପଦବୀ ଖାଲିଥିବା ଶିକ୍ଷକ ନିଯୁକ୍ତି ପାଇଁ ପରିଚାଳନା କମିଟି ସଭାପତି ଓ ସଭ୍ୟସଭ୍ୟା ସାଲେପୁର ଶିକ୍ଷାମଣ୍ଡଳ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିବା ସହିତ ଅଭିଯୋଗର ନକଲ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ୁ ଦେଇଛନ୍ତି । ଯଦି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଗଣଧାରଣା ଜାରି ରହିବ ବୋଲି ପରିଚାଳନା କମିଟି ଠାରୁ ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, ୨୦/୦୧/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ସନ୍ନିକଟ ରଣପଡା ଗୋବରୀ ନଦୀକୁଳରେ ଥିବା ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର …

Leave a Reply

Your email address will not be published. Required fields are marked *