Saturday , February 29 2020
Breaking News
Home / ବ୍ୟବସାୟ ବାଣିଜ୍ୟ / ’ ଚିତ୍ରୋତ୍ପଳା ବଣିକ ସଂଘ’ର ବୈଠକ   –  ଉଜ୍ଜ୍ୱଳ ଆଲୋକୀ କରଣ ଓ ଜଳ ଯୋଗଣ ଉପରେ ଗୁରୁତ୍ୱାରୋପ

’ ଚିତ୍ରୋତ୍ପଳା ବଣିକ ସଂଘ’ର ବୈଠକ   –  ଉଜ୍ଜ୍ୱଳ ଆଲୋକୀ କରଣ ଓ ଜଳ ଯୋଗଣ ଉପରେ ଗୁରୁତ୍ୱାରୋପ

ଗରଦପୁର ୨୩/୦୧/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଠାରେ ଥିବା ’ ଚିତ୍ରୋତ୍ପଳା ବଣିକ ସଂଘ’ର ତ୍ରି-ମାସିକ ସାଧାରଣ ପରିଷଦର ପ୍ରଥମ ବୈଠକ ସଂଘର ସଭାପତି ନିରଞ୍ଜନ ଦାସଙ୍କ ସଭାପତିତ୍ୱରେ ବଜାର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଜାରରେ ଉଜ୍ଜ୍ୱଳ ଆଲୋକୀକରଣ କରାଯିବା ଓ ବଜାର ମଧ୍ୟକୁ ପାଇପ୍ ଦ୍ୱାରା ପାନୀୟଜଳ ଯୋଗାଣ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବଣିକ ସଂଘର ସଦସ୍ୟ ଅରକ୍ଷିତ ଦାସଙ୍କର ଗତ ୧୮ ତାରିଖରେ ବିୟୋଗ ଘଟିଥିଲା । ଏହି ଅବସରରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ବୈଠକ ଆରମ୍ଭରେ ସଦସ୍ୟମାନେ ଏକ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ଏହି ବୈଠକରେ ପାଟକୁରା ବିଧାୟିକାଙ୍କ ଗରଦପୁର ବ୍ଳକ ପ୍ରତିନିଧି ନାରାୟଣ ସ୍ୱାଇଁ ଯୋଗ ଦେଇଥିଲେ । ଏହି ବଜାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଳକର ପାଶ୍ୱର୍ବର୍ତୀ ଅଂଚଳକୁ ନେଇ ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ହୋଇଥିବାରୁ  ରାତ୍ରୀ ସମୟରେ ବଜାର ଅନ୍ଧାର ରହୁଛି, ଫଳରେ ରାତ୍ରୀରେ ଅସାମାଜିକ ଲୋକମାନଙ୍କର ଆଡ୍ଡା ଜମୁ ଥିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ବଜାରରେ ରାତ୍ରୀ ଜଗୁଆଳି ବ୍ୟବସ୍ଥା କରାଯିବା ଓ ବଜାର ମଧ୍ୟକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଇବା ପାଇଁ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ନାରାୟଣ ସ୍ୱାଇଁଙ୍କ ନିକଟରେ ବଣିକ ସଂଘ ପକ୍ଷରୁ ଦାବି କରା ଯାଇଥିଲା । ଶ୍ରୀ ସ୍ୱାଇଁ ଆସନ୍ତା ମାସ ୫ ତାରିଖ ସୁଦ୍ଧା ବଜାରରେ ଉଜ୍ଜ୍ୱଳ ଆଲୋକିକରଣ ବ୍ୟବସ୍ଥା କରାଇବା ପାଇଁ ପ୍ରତିଶୃତି ଦେଇଥିବା ବଣିକ ସଂଘ ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ସେହିପରି ବଜାରର ନିକଟତମ ଗ୍ରାମ ବିଚଣା ଠାରେ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ପ୍ରସ୍ତାବିତ ବୋର୍ ୱେଲ୍ ନିର୍ମାଣ ଓ ଓଭରହେଡ୍ ପାଣିଟାଙ୍କି ନିର୍ମାଣ କରାଯିବା ପରେ ବଜାର ମଧ୍ୟକୁ ପାନୀୟ ଜଳ ଯୋଗଣର ସୁ-ବ୍ୟବସ୍ଥା କରାଯିବା ସମ୍ପର୍କରେ ଶ୍ରୀ ସ୍ୱାଇଁ ପ୍ରତିଶୃତି ଦେଇଥିଲେ । ନୂଆପଡା ଠାରେ ଥିବା କାନରା ବ୍ୟାଙ୍କର ଶାଖା ପରିଚାଳକ କୃଷ୍ଣଚନ୍ଦ୍ର ପଶାୟତ ଉପସ୍ଥିତ ରହି ବ୍ୟବସାୟୀମାନଙ୍କୁ ବ୍ୟାଙ୍କ ସହଯୋଗ କରିବ ବୋଲି ମତପ୍ରକାଶ କରିଥିଲେ । ଏହି ବୈଠକରେ ବଣିକ ସଂଘର ମୂଖ୍ୟ ଉପଦେଷ୍ଠା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ,ଆଲୋକ କୁମାର ପରିଜା,ବ୍ରଜ କିଶୋର ସାହୁ,ଜ୍ୟୋତିରଞ୍ଜନ ପରିଡା,କୈଳାଶ ଚନ୍ଦ୍ର ସାହୁ,ଜୟ ପ୍ରକାଶ ସାହୁ,ରମେଶ ଚନ୍ଦ୍ର ଦାସ,ଅଜୟ କୁମାର ଜେନା ,ବାବୁ ମଲ୍ଲ ଓ ଶେଖ୍ ଜୁମ୍ମା ପ୍ରମୁଖ କର୍ମକର୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।   ଓଡ଼ିଶା ସମାଚାର

About admin

Check Also

ଓ.ପି.ଜିନ୍ଦଲ ଆନ୍ତର୍ବିଭାଗୀୟ କ୍ରିକେଟ – କୋଲ୍ଡ ରୋଲିଙ୍ଗ ମିଲ ଚାମ୍ପିିଅନ

  କଳିଙ୍ଗନଗର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)- ଦେଶର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଉତ୍କର୍ଷତାର ୫୦ତମ ବର୍ଷରେ …

Leave a Reply

Your email address will not be published. Required fields are marked *