Monday , December 16 2019
Breaking News
Home / ତାଜା ଖବର / ଚିତ୍ରୋତ୍ପଳା ଦୁଲୁପୁର ବାଲିଘାଟ ରେ ଉତେଜନା  :   ୨ଟି ହିଟାଚି ମେସିନ ଜବତ ଓ ଡ୍ରାଇଭର କୁ ଅଟକ ରଖିଛି ପୋଲିସ୍ 

ଚିତ୍ରୋତ୍ପଳା ଦୁଲୁପୁର ବାଲିଘାଟ ରେ ଉତେଜନା  :   ୨ଟି ହିଟାଚି ମେସିନ ଜବତ ଓ ଡ୍ରାଇଭର କୁ ଅଟକ ରଖିଛି ପୋଲିସ୍ 

ରଘୁନାଥପୁର,୨୦/୧୧/୨୦୧୯ (ଓଡ଼ିଶା ସମାଚାର)- କିଶନଗର ତହସିଲ ଅନ୍ତର୍ଗତ ଉତରକୁଳ ଆର୍.ଆଇ ସର୍କଲ୍ ଚିତ୍ରୋତ୍ପଳା ନଦୀ ର ଦୁଲୁପୁର ଘାଟରେ ଉତେଜନା ଦେଖାଦେଇଛି । ଆଜିି ସନ୍ଧ୍ୟାରେ ହିଟାଚି  ମେସିନ୍ ମାଧ୍ୟମରେ ବାଲି ଉଠାଇ ହାଇୱା ଗାଡ଼ି ଦ୍ୱାରା ଶହ ଶହ ଟ୍ରିପ୍ ନଦୀ ବନ୍ଧରେ ଯିବାଦ୍ୱାରା ଦୁଲୁପୁର ଗ୍ରମବାସୀ ଏହାକୁ ବିରୋଧ କରିଛନ୍ତି । ଘାଟ ନିଲାମ ନେଇଥିବା ବ୍ୟକ୍ତି ଅସାମାଜିକ ଯୁବକଙ୍କ ଦ୍ୱାରା ଗୁଣ୍ଡା ଲଗାଇ ଗ୍ରାମବାସୀ ଓ ସ୍ୱୟଂ ସହାୟିକା ମହିଳା ମାନଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରି ବନ୍ଧୁକ ମୁନରେ ଧମକ ଦେବା ସହିତ ବମ୍ ପକାଇ ଉଡାଇ ଦେବାପାଇଁ ମହିଳା ମାନଙ୍କୁ ଧମକ ଦେବା ସହ  କେନ୍ଦ୍ରାପଡ଼ାର ଟିଟୋ ଗ୍ୟାଙ୍ଗ୍ ର ଟୋକା ବୋଲି ନିଜକୁ ପରିଚୟ ଦେଇ ଭୟଭିତ କରିଥିଲେ ବୋଲି ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଘଟଣା ସ୍ଥଳରେ ଶତାଧିକ ମହିଳା ଓ ପୁରୁଷ ମାନେ ବାଲି ଘାଟ ବନ୍ଦ କରିବା ସହିତ ଅସାମାଜିକ ଯୁବକଙ୍କୁ ଗିରଫ କରିବା ଏବଂ ୨୪ ଘଟିଂଆ ପେଟ୍ରୋଲିଂ କରିବାପାଇଁ ଦାବି କରିଛନ୍ତି । ଖବର ପାଇ କିଶନନଗର ଆଇ.ଆଇ.ସି ବାମଦେବ ସ୍ୱାଇଁ ଙ୍କ ଦିର୍ଦ୍ଦେଶ କ୍ରମେ ଏସ୍.ଆଇ ବିପିନି ବିହାରି ଦେହୁରି ଘଟଣା ସ୍ଥଳରେ ପହଂଚିବା ପରେ ମହିଳା ମାନେ ଭୋଭୋ ହୋଇ କାନ୍ଦି କାନ୍ଦି ଅସାମାଜିକ ଯୁବକଙ୍କ କାର୍ଯ୍ୟ କଳାପ ଥାନା ବାବୁଙ୍କୁ ଜଣାଇଥିଲେ । ଏପରିକି ଦୁଲୁପୁର ଗ୍ରାମର ଝିଅ ବୋହୁ ମାନେ ନଦୀକୁ ଦୈନନ୍ଦିନ ନିତ୍ୟକର୍ମ କରିବା ପାଇଁ ଯାଇପାରୁ ନାହାନ୍ତି ଏବଂ ଛୋଟ ଛୋଟ ପିଲା ମାନଙ୍କୁ ଅଶ୍ଳିଳ ଗାଳି ଗୁଲଜ କରି ଭୟଭିତ କରି ରଖିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ତେବେ ଏସ୍.ଆଇ ଶ୍ରୀଯୁକ୍ତ ଦେହୁରି ଘଟଣା ସ୍ଥଳରେ ପୋଲିସ ମୁତୟନ କରିବା ସହିତ ୨ଟି ହିଟାଚି ମେସିନ୍ ଜବତ କରିବା ସହିତ ଜଣେ ଡ୍ରାଇଭରକୁ ଅଟକ ରଖିଛନ୍ତି । ଯାହାକୁ ନେଇ ଗ୍ରାମରେ ଉତେଜନା ଲାଗି ରହିଛି । ଗଜଲକ୍ଷ୍ମୀ ମହିଳା ଗୋଷ୍ଠି, ଓଁ ସାଇ, ଲକ୍ଷ୍ମୀ ନାରାୟଣ, ଓଁଶ୍ରୀ ହରିହର, ଦୟାବଟ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସୁଭାସିନୀ ସାମଲ, ମନୋରମା  ମଲ୍ଲିକ୍, ଲୋଚନ ନାୟକ, ଗିତାଞ୍ଜଳି ମଲ୍ଲ, ମମତା ମଲ୍ଲ, ମିନା ମଲ୍ଲ, ପାର୍ବତୀ ମଲ୍ଲ, ସୁଷମା ବାରିକ୍ ଙ୍କ ସହିତ ଶତାଧିକ ମହିଳା ଓ ପୁରୁଷମାନେ ଘାଟ ନିଲାମକୁ ବାତିଲ୍ କରିବା ପାଇଁ କଟକ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *