Tuesday , February 25 2020
Breaking News
Home / ବିଶେଷ / ଚିତ୍ରୋତ୍ପଳାରେ ଲୀନ ହେଉଛି ସବୁଜିମା ନଦୀପଠା

ଚିତ୍ରୋତ୍ପଳାରେ ଲୀନ ହେଉଛି ସବୁଜିମା ନଦୀପଠା

ଗରଦପୁର, ୧୩/୦୨/୨୦୨୦ (ଓଡ଼ିଶା ସମାଚାର)-ଚିତ୍ରୋତ୍ପଳା ନଦୀର ବିଭିନ୍ନ ସ୍ଥାନମାନଙ୍କରେ କ୍ରମାଗତ ଭାବରେ ନଦୀପଠାର ଅତଡା ଖାଇବାରେ ଲାଗିଛି । ଗତ ଦୁଇ ବର୍ଷ ହେଲା ଏହି ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାଶ୍ୱର୍ର କେତେକ ସ୍ଥାନରେ ଅଧିକ ପରିମାଣରେ ନଦୀ ପଠା ଅତଡା ଖାଉଥିବାର ଦେଖାଯାଉଛି । କିନ୍ତୁ ଏହାର ପ୍ରତିକାର ବ୍ୟବସ୍ଥା ଯେଉଁ ପରିମାଣରେ କରାଯାଉଛି ,ତାହା ବହୁତ କମ୍ ପରିମାଣର ପରି ମନେହେଉଛି । ଫଳରେ ନଦୀପଠା ସ୍ଥିତ ଥିବା ଜମି ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାର ଦେଖା ଯାଉଛି । ଉର୍ବର ପଟୁମାଟି ଥିବା ନଦୀପଠା ଜମିମାନଙ୍କରେ ଚାଷୀମାନେ ପ୍ରାୟତଃ ପନିପରିବା ଫସଲ କରିଥାଆନ୍ତି । ନଦୀ ପଠା ଜମିଗୁଡିକିରେ ଶୀତ ଦିନମାନଙ୍କରେ ଆଳୁ, ପିଆଜ, ବିମ୍‌, ବିଲାତି, ବାଇଗଣ, କାକୁଡି, କୋବି, ଚିନାବାଦାମ, ବିରି ଆଦି ବିଭିନ୍ନ ପ୍ରକାରର ପନିପରିବା ଫସଲ ସହିତ ଅର୍ଥକାରୀ ଫସଲ ମଧ୍ୟ ଅମଳ କରାଯାଇଥାଏ । ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାଶ୍ୱର୍ରେ ଥିବା ତାଳସଙ୍ଗା ଗ୍ରାମ ନଦୀପଠା ଜମିରେ ନଦୀର ଅତଡା ଖାଉଥିବାର ଦେଖାଯାଇଛି । ଗତ ବର୍ଷ ଏଠାରେ ନଦୀ ଅତଡା ଧସୁଥିବା ସ୍ଥାନକୁ ପାଟକୁରା ଜଳ ସମ୍ପଦ ବିଭାଗ ପକ୍ଷରୁ ପଥର ପ୍ୟାକିଂ ,ଡମ୍ପି କରାଯାଇଛି । ସେହିପରି ନୂଆପଡା ଠାରେ ଚିତ୍ରୋତ୍ପଳା ନଦୀଅତଡା ଖାଉଥିବା ପଠାକୁ ସୁରକ୍ଷା ଦେବା ପାଇଁ ପାଟକୁରା ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ଶହ ମିଟରରୁ ଉର୍ଦ୍ଧ୍ୱ ସ୍ଥାନକୁ ପଥର ପ୍ୟାକିିଂ କରିଛନ୍ତି । ମାତ୍ର ଏଡାର ପାଶ୍ୱର୍ବର୍ତୀ ସ୍ଥାନକୁ ମଧ୍ୟ ନଦୀ ଅତଡା ଖାଉଥିବାର ଦେଖାଯାଇଛି । ସେହିପରି ବେଡାରୀ,କୂଳତୁଠୀ,ପାଟକୁରା,ଗରଜଙ୍ଗା,ମଦନା,ବଡ଼ କଳାବୁଦା,ବନ୍ତଳା ,ମାହାଙ୍ଗା ,ଖର୍ଦ୍ଦାସାହି ଆଦି ଚିତ୍ରୋତ୍ପଳା ନଦୀ ପାଶ୍ୱର୍ ଥିବା ପଠା ସ୍ଥାନମାନଙ୍କରେ କ୍ରମାଗତ ଭାବରେ ନଦୀ ଅତଡା ଖାଉଥିବାର ଦେଖାଯାଇଛି । ବର୍ଷା ଦିନମାନଙ୍କରେ ନଦୀର କ୍ଷିପ୍ର ଜଳ ସ୍ରୋତ ପ୍ରବାହିତ ହେବା ଦ୍ୱାରା ନଦୀ ଅତଡା ଖାଉଥିବାର ଜଣାଯାଇଛି । ଏ ସମ୍ପର୍କରେ ପାଟକୁରା ଜଳ ସମ୍ପଦ ସବ୍‌-ଡିଭିଜନର ସହକାରୀ ନିର୍ବାହୀ ଯନ୍ତୀ ଇଂ ସନ୍ଦିପ୍ କୁମାରଙ୍କୁ ପଚାରିବାରେ ସେ କହନ୍ତି ଯେ,ଚିତ୍ରୋତ୍ପଳା ନଦୀ ପାଶ୍ୱର୍ର ଅନେକ ସ୍ଥାନରେ ନଦୀ ଅତଡା ଧସିଯାଉଛି । ଏହି ଅତଡା ଧସୁଥିବା ସ୍ଥାନର ଗୁରୁତ୍ୱକୁ ଲକ୍ଷ୍ୟ ରଖା ଯାଇ ପର୍ଯ୍ୟାୟକ୍ରମେ ଆବଶ୍ୟକ ଥିବା ସ୍ଥାନରେ ପଥର ପ୍ୟାକିଂ,ନଦୀ ମଧ୍ୟରେ ସ୍ପର ନିର୍ମାଣ ଓ ପଥର ଡମ୍ପି ଆଦି କାର୍ଯ୍ୟ କରାଯାଉଛି । ତେଣୁ ଦୃତ ଭାବରେ ନଦୀ ଅତଡା ଧସୁଥିବା ସ୍ଥାନଗୁଡିକୁ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ଅବଗତି କରାଯାଇଛି । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ନଦୀ ଅତଡା ଧସୁଥିବା ସ୍ଥାନମାନଙ୍କରେ ତୁରନ୍ତ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନଦୀପଠାଞ୍ଚଅଂଚଳର ଚାଷୀ ମହଲରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପୁରାତନ ବିଦ୍ୟାର୍ଥୀ ପରିଷଦ ଗଠନ , ହୀରକ ଜୟନ୍ତୀ ପାଳନ, ମୋ ସ୍କୁଲ କମିଟି ଗଠନ କରାଯାଇ ବିଦ୍ୟାଳୟର ବିକାଶ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଂଟା ଭିଡ଼ିଲେ ପ୍ରାକ୍ତନ ବିଦ୍ୟାର୍ଥୀ

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଥିବା ହାଜି ସେଖ ସମିରୁଦ୍ଦିନ୍ ହାଇସ୍କୁଲ ର ୧୯୮୧ …

Leave a Reply

Your email address will not be published. Required fields are marked *