Saturday , January 25 2020
Breaking News
Home / ବିଶେଷ / ଚିଠି !!!  – ମୀତା ପଟ୍ଟନାୟକ    ==

ଚିଠି !!!  – ମୀତା ପଟ୍ଟନାୟକ    ==

ବହୁଦିନ ର ବଂଚିବା ଭିତରେ ମୁଁ କେମିତି ହଜି ହଜି ଗଲା ପରି ମନେ ହେଉଥିଲା, ତେଣୁ ନିଜକୁ ଭେଟିବାକୁ ଯାଇ ଚିଠି ଟିଏ ଲେଖିବାକୁ ଇଚ୍ଛା ହେଲା :::ଆଉ ସେଇ କ୍ରମ ରେ ଚିଠିଟିଏ ନିଜକୁ

 ସ୍ନେହର ମିତା !!!! ସ୍ନେହ ନେବୁ :: ସ୍ନେହ କାହିଁ ଯେ ନେବୁ :::ଜୀବନେ ସାଇତା ସ୍ନେହ ଆଉ ଶୁଭେଚ୍ଛା ନିଜ ଅଜାଣତେ କେଉଁଠି ଛାଡି ଆସିଲି ସେ ବି ଏକ ବିରାଟ ପ୍ରଶ୍ନବାଚୀ ::

 କହ କେମିତି ଅଛୁ :::ହଁ ସେମିତି :::ସବୁ ଉପରବାଲା ର ଇଚ୍ଛା ::ଏଇ କେତୋଟି ଭଙ୍ଗା ଉଚ୍ଚାରଣ କୁ ଧରି ଚାଲିଛି କାହିଁ କେତେ ଦିନରୁ ::ବଂଚିବା ଏଠି ଅସମାହିତ ସଂଘର୍ଷ ::ଦିନ ଯାଏଁ ଚିନ୍ହ ରହେ :::ଜୀବନ ଧାଁଉଥାଏ ଉଠିପଡି ଏଠି ସେଠି ବିନା ବିରାମରେ =======

ଜୀବନ ଏଠି ସାତସିଆ ତାଳି ପକା ଗଁନ୍ଥl : ଭଙ୍ଗା ଗଢ଼ା ଜୀବନ ଭିତରେ ପହଁରି ବୁଲୁଥାଏ କୁଢ଼ କୁଢ଼ ବିଶ୍ୱାସ::ଆପଣାର ବୋଲାଉଥିବା ମଣିଷ ଟି ହଟାତ ଅପରିଚିତ ହେବାର ପୋଷାକ ତଳେ ନିଜକୁ କୁଞ୍ଚିକାଞ୍ଚି ବେଶ ଚତୁରତା ର ସହ ପିନ୍ଧାଇ ପକାଏ : ସମ୍ପର୍କର ପରିଭାଷା ବଦଳୁଥାଏ ଘଡି ଘଡି ========

 “ମୋତେ ସତ ତୋତେ ମିଛ “ଏଇ କ୍ରମ ରେ କଥା କାହାଣୀ ସବୁ ଫେଣ୍ଟା ଫେଣ୍ଟି ମିଶ୍ର ଅନୁଭୂତି ଜୀବନକୁ ନେଇ ::କମ ବ୍ୟକ୍ତ ବେଶୀ ଅବ୍ୟକ୍ତ ସ୍ମୃତି ଆଉ ଅନୁଭୂତି ଆଉ ତାରି ଭିତରେ ଦିକ ଦିକ ହେଇ ଜଳୁଥାଏ ବଂଚିବାର ଆଶା ==============

 ମଣିଷ ଭିଡ଼ ଭିତରେ କୋଣିକିଆ ବଖୁରିଆ ଘରେ ମୁଁ ହେଉଥାଏ ଘର ବାହାର କେତେବେଳେ ହୁଏତ ଆସିବ କେହିଜଣେ ::ତାପରେ ହୁଏତ ନିରବୀ ଯାଇଥିବା ଯାଇଥିବା ମନ ଅଗଣାରେ କୋଳାହଳ ର ମୋହୋସ୍ଛବ ଗୁଞ୍ଜରି ଉଠିବ ::ପୁଣି ପଲ୍ଲବିତ ହେବ ଘର ଅଗଣା ::ପ୍ରସ୍ପୁଟିତ ହେବ ସୁଗନ୍ଧି ପ୍ରୀତି ପୁଷ୍ପ ଆଉ ତାରି ବାସ୍ନା ରେ ମହ ମହ ବାସିବ ସମଗ୍ର ପରିବେଶ== ମିତା କହିଲା ଢେର ମିତା ଶୁଣିଲା ବି ଢେର ::ଆଜି ଏତିକି :ବାକି କଥା ଆରଥରକୁ ::ମୋ ସୁନାଟା ପରା ହସିଲୁ ଟିକେ ::ହେଇ ତ ଓଦା ଆଖି ପୋଛି ହସୁଛୁ ::ହସୁଥା ଏମିତି ସବୁ ହତାଶାକୁ ହଜମ କରି ::ରାତି ଅନେକ ହେଲାଣି ::ସକାଳେ ପରା ଅନେକ କାମ :ଚାଲ ନା ଶୋଇବା :ସବୁ ଦୁଃଖ କଷ୍ଟ କୁ ତକିଆ କରି ::କ୍ଲାନ୍ତି ର ଚାଦର ଢାଙ୍କି ==

ମୁଠେ ଭଲପାଇବା ଖାସ ତୋ ପାଇଁ

ମୁଁ ତୋ ମିତ

                 -0-

ସମ୍ବଲପୁର, ଓଡ଼ିଶା

About admin

Check Also

ଚିଟଫଣ୍ଡ ଶୋଷଣ ପ୍ରତିରୋଧ ବିରୁଦ୍ଧରେ ମହିଳା ସଙ୍ଘର୍ଷ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- – ଜିଲ୍ଲାର ମାର୍ଶାଘାଇ,ମହାକାଳପଡା ଓ ତନ୍ତିଆପାଳ ଅଂଚଳରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଶୋଷିତ ହୋଇଥିବା ସ୍ୱୟଂ …

Leave a Reply

Your email address will not be published. Required fields are marked *