Friday , February 28 2020
Breaking News
Home / ବିଶେଷ / ଚିଟଫଣ୍ଡ ଶୋଷଣ ପ୍ରତିରୋଧ ବିରୁଦ୍ଧରେ ମହିଳା ସଙ୍ଘର୍ଷ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଚିଟଫଣ୍ଡ ଶୋଷଣ ପ୍ରତିରୋଧ ବିରୁଦ୍ଧରେ ମହିଳା ସଙ୍ଘର୍ଷ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- – ଜିଲ୍ଲାର ମାର୍ଶାଘାଇ,ମହାକାଳପଡା ଓ ତନ୍ତିଆପାଳ ଅଂଚଳରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଶୋଷିତ ହୋଇଥିବା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏକ ପ୍ରତିବାଦ ସଭା ଦଳିତ ନେତା ସଂଗ୍ରାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କ ଠାରୁ ଭାରତ ଫାଇନାନ୍ସ ଇନଷ୍ଟିଚ୍ୟୁସନ,ଆରୋହଣ ଫାଇନାନ୍ସ କମ୍ପାନୀ,ଏଲ.ଆଣ୍ଡ ଟି .ଫାଇନାନ୍ସ,ସମତା ଫାଇନାନ୍ସ ,ସ୍ପନ୍ଦନ ଫାଇନାନ୍ସ.ପ୍ରଭୃତି ଚିଟଫଣ୍ଡ ସଂସ୍ଥା ଗୁଡିକ  କୋଟି କୋଟି ଟଙ୍କା  ଲୁଟି ନେଇଯାଇଥିବା ବେଳେ ବାରମ୍ବାର ଅଭିଯୋଗ ପରେବି ସରକାର କୈାଣସି ପଦକ୍ଷେପ ନେଉନଥିବା ବକ୍ତାମାନେ ଅଭିଯୋଗ କରିଥିଲେ । ତେଣୁ ଏହିସବୁ ଚିଟଫଣ୍ଡ ସଂସ୍ଥା ଠକେଇ ବିରୁଦ୍ଧରେ କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ କରାଯିବାକୁ ସେମାନେ ଦାବି କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ନଗେନ୍ଦ୍ର ଜେନା,ଶସ୍ମିତା ପରିଡା,ସଚିପ୍ରଭା ରାଉତଙ୍କ ସମେତ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *