Saturday , January 25 2020
Breaking News
Home / ବିଶେଷ / ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ୧୦୦ ରୁ ଅଧିକ ଶ୍ରମିକ ଅସୁସ୍ଥ – ୭ କର୍ମଚାରୀ ଅଟକ , ପ୍ଲାଂଟ ସିଲ ,ଶ୍ରମ କମିଶନରଙ୍କୁ ତଦନ୍ତ ପାଇଁ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ

ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ୧୦୦ ରୁ ଅଧିକ ଶ୍ରମିକ ଅସୁସ୍ଥ – ୭ କର୍ମଚାରୀ ଅଟକ , ପ୍ଲାଂଟ ସିଲ ,ଶ୍ରମ କମିଶନରଙ୍କୁ ତଦନ୍ତ ପାଇଁ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ

ବାଲେଶ୍ୱର ,୧୩/୧୧/୨୦୧୯(ଓଡ଼ିଶା ସମାଚାର)-ସୋର ଅଂଚଳର ଖନ୍ତପଡ଼ା ଠାରେ ଥିବା ଫାଲକନ୍ ମେରାଇନ୍ ନାମକ ଏକ ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରେ ଆମୋନିଆ ଗ୍ୟାସ ଲିକ୍ ଯୋଗୁ ୧୦୦ ରୁ ଅଧିକ ଶ୍ରମିକ ଅସୁସ୍ଥ ହୋଇଥିବା ଖବର ମିଳିଛି । ଅସୁସ୍ଥ ଶ୍ରମିକ ମାନଙ୍କ ମଧ୍ୟରେ ସଂଖ୍ୟାଧିକ ଶିଶୁ ଶ୍ରମିକ, ବାଳିକା ଓ ମହିଳା ଅଛନ୍ତି । ଅସୁସ୍ଥ ଶ୍ରମିକ ମାନଙ୍କୁ ଖନ୍ତପଡ଼ା ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ସେମାନଙ୍କୁ ବାଲେଶ୍ୱର ଜିଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରୁ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁ ଅସୁସ୍ଥ ଶ୍ରମିକ ମାନେ ଚେତାଶୂନ୍ୟ ଥିଲେ । ସେମାନଙ୍କ ମଧ୍ୟରୁ କିଛି ଅସୁସ୍ଥ ଶ୍ରମିକଙ୍କର ଧିରେ ଧିରେ ଚେତା ଫେରୁଥିବାରୁ ସେମାନେ ସୁସ୍ଥ ହେଉଥିବା ଜଣାଯାଇଛି । ତେବେ ବୁଧବାର ବିଳମ୍ବିତ ରାତିରେ (ରାତି ପ୍ରାୟ ୩ ଟା ବେଳେ )ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଅସୁସ୍ଥ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିଥିଲେ । ଶ୍ରମ କମିଶନରଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ପୋଲିସ୍ ଉକ୍ତ ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ର ୭ ଜଣ କର୍ମଚାରୀଙ୍କୁ ଅଟକ ରଖି ଗ୍ୟାସ ଲିକ୍ ସମ୍ପର୍କରେ ପଚରା ଉଚୁରା କରୁଛନ୍ତି । ଏକ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସୁଛନ୍ତି । ଉକ୍ତ ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ କୁ ସିଲ କରାଯାଇଛି । ଜିଲାପାଳ, ଏସପି , ଆଇଜି ପ୍ରମୁଖ ପହଂଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଅନ୍ୟ ଡ଼ାକ୍ତରଖାନାରୁ ଡ଼ାକ୍ତର ଅଣାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କୌଣସି ଶ୍ରମିକଙ୍କର ମୃତ୍ୟୁ ହୋଇନଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

କପିଲେଶ୍ୱର ଧାମ ମମିଆଁ ରେ ଶିବରାତ୍ରି ଜାଗର ମେଲାର ପ୍ରସ୍ତୁତି

ସିନ୍ଧେକେଲା ୨୫/୦୧/୨୦୨୦(ଓଡ଼ିଶା ସମାଚାର)- ବେଙ୍ଗାମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଝଲପ ପଂଚାୟତର ମମିଆଁ ଗ୍ରାମସ୍ଥିତ କପିଲେଶ୍ୱର ଧାମରେ ମହାଦେବଙ୍କ …

Leave a Reply

Your email address will not be published. Required fields are marked *