Monday , February 24 2020
Home / କୃଷି / ଚିକିଣିଆ ରେ ଖୋଲିଲା ଧାନ ମଣ୍ଡି

ଚିକିଣିଆ ରେ ଖୋଲିଲା ଧାନ ମଣ୍ଡି

ତାରପୁର,୨୧/୦୧/୨୦୨୦ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଚିକିଣିଆ ପଂଚାୟତସ୍ଥିତ ତାରପୁର କୃଷି ସେବା ସମବାୟ ସମିତି ଅଧିନରେ ଧାନ ମଣ୍ଡି ଖୋଲାଯାଇଛି । ସମିତିର ସଭାପତି ଦେବେନ୍ଦ୍ର ସ୍ୱାଇଁ , ସମ୍ପାଦକ ଭଗବାନ ସ୍ୱାଇଁଙ୍କ ତତ୍ୱାବଧାନରେ ନଡ଼ିଆବାଡ଼େଇ ଆନୁଷ୍ଠାନିକଭାବେ ଏହାକୁ ଉଦଘାଯନ କରାଯାଇଥିଲା । କ୍ରୟ କମିଟି ସଭ୍ୟ ଦୀପକ କୁମାର ସ୍ୱାଇଁ, ଗୋଲଖ ବିହାରୀ ଲେଙ୍କା, ଅଜୟ ଦ୍ୱିବେଦୀ, ତ୍ରିଲୋଚନ ପଣ୍ଡା, ବିନୋଦ ବିହାରୀ ମହାନ୍ତି, ଉମେଶ ପରିଡ଼ାଙ୍କ ସମେତ ବୋର୍ଡ଼ ସଭ୍ୟ ଅକ୍ଷୟ ସ୍ୱାଇଁ, ସୁଦାମ ନାୟକ, ଅନ୍ତର୍ଯ୍ୟାମୀ ରାଉତ, ପବିତ୍ର ନାୟକ, ପଦ୍ମାବତୀ ଲେଙ୍କା, ଶାନ୍ତିଲତା ଦ୍ୱିବେଦୀ, ମାନସ ରଂଜନ ଗୋଛାୟତ, ପ୍ରତାପ ରାଉତ, ପ୍ରଦୀପ୍ତ ମଲିକ, ବୀରବର ସେଠୀ, ସରୋଜ ଦ୍ୱିବେଦୀ, ପ୍ରଶାନ୍ତ ନାୟକ, ବସନ୍ତ ନାୟକ ପ୍ରମୁଖ ୁପସ୍ଥିତ ଥିଲେ । ସଫଳ ଚାଷୀ ଅଶୋକ ନାୟକ କାହ୍ନୁଚରଣ ଲେଙ୍କା , ଦୁର୍ଯୋଟି ମହାନ୍ତି , ବଟକୃଷ୍ଣ ନାୟକ ପ୍ରମୁଖ ନିଜ ନିଜର ଧାନ ଦେବା ପାଇଁ ଉପସ୍ଥିତ ଥିଲେ । ଏହି ମଣ୍ଡି ଅଧିନରେ ୪୩୦ ଜଣ ଚାଷୀ ନାମ ପଂଜି କରଣ କରିଥିବାବେଳେ ତଅଁରା, ତାରପୁର, ଚିକିଣିଆ ପଂଚାୟତର ଚାଷୀମାନେ ଏହି ମଣ୍ଡି ଦ୍ୱାରା ଉପକୃତ ହେବେ । ମଣିଜଙ୍ଗାସ୍ଥିତ ସାରଳା ମିଲର ଏଠାରୁ ଧାନ ଉଠାଇବାକୁ ଥିବାବେଳେ ଧାନର ସର୍ବନିମ୍ନ କୁଇଂଟାଲ ରେଟ ୧୮୧୫ ଟଙ୍କା ରହିଛି । ପ୍ରଥମ ଦଫାରେ ୩ ହଜାର କୁଇଂଟାଲ ଧାନ ଏଠାରୁ ସଂଗ୍ରହ କରାଯିବା ପାଇଁ ସ୍ଥିର କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ କରାଯିବ

ବାରିପଦା, ୧୫/୦୨/୨୦୨୦ (ଓଡ଼ିଶା ସମାଚାର)- ସରାକରଙ୍କ କୃଷି ସମବାୟ ଓ କୃଷକ କଲ୍ୟାଣ ବିଭାଗଯୋଜନା କାର୍ଯ୍ୟକ୍ରମରେ ଯୋଗ୍ୟ ହୀତାଧିକାରୀ ଚାଷି …

Leave a Reply

Your email address will not be published. Required fields are marked *