Monday , December 16 2019
Breaking News
Home / କୃଷି / ଚାଷ ପ୍ରଣାଳୀ ଶିଖିଲେ ଛାତ୍ରଛାତ୍ରୀ

ଚାଷ ପ୍ରଣାଳୀ ଶିଖିଲେ ଛାତ୍ରଛାତ୍ରୀ

ରାମନାଗୁଡ଼ା, ୨୦/୧୧/୨୦୧୯(ଓଡ଼ିଶା ସମାଚାର)- ଦେଶରେ ଚାଷ ଓ ଚାଷୀଙ୍କ ସ୍ଥିତି ଠିକ୍ ନାହିଁ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ, ଫସଲରେ ରୋଗ ପୋକ ଜନିତ କ୍ଷତି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଉଛି । ଫଳରେ ସମଗ୍ର ଦେଶରେ ଚାଷ ପ୍ରତି ଆଗ୍ରହ କମିବାରେ ଲାଗିଛି । ଦେଶରେ ପାରମ୍ପରିକ ଚାଷକାର୍ଯ୍ୟ ବଦଳରେ ବ୍ୟାପକ ପରିମାଣରେ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ଲୋକ ବିଷଯୁକ୍ତ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାରୁ ଚାଷ ପ୍ରତି ଲୋକଙ୍କ ଆଗ୍ରହ ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପିଲାଙ୍କୁ ଧନ୍ଦାମୁଳକ ଶିକ୍ଷା ମାଧ୍ୟମରେ ଚାଷ କାର୍ଯ୍ୟ ପ୍ରତି ଶିକ୍ଷା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲା ରାମନାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଗୁଲୁଣ୍ଠି ନିକଟରେ ଥିବା ମୁନା ନନ୍ଦଙ୍କ ବଗିଚାକୁ ନିଆଯାଇ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଚାଷ କାର୍ଯ୍ୟ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀ ଚାଷ କାର୍ଯ୍ୟର ବିଭିନ୍ନ ପ୍ରଣାଳୀ ଶିକ୍ଷା ଦିଆଯିବା ସହ ଜୈବିକ ପଦ୍ଧତି ମାଧ୍ୟମରେ ଚାଷ କାର୍ଯ୍ୟ କରାଯିବାକୁ ପିଲାଙ୍କୁ ଶିକ୍ଷା ଦିଆଯାଇଥିଲା । ବିଦ୍ୟାଳୟର କୃଷି ଶିକ୍ଷକ ଜଗନ୍ନାଥ ପ୍ରଧାନ, ସୁରତି ବାଉରୀ, ବଗିଚାମାଲିକ ମୁନା ନନ୍ଦ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *