Monday , December 9 2019
Breaking News
Home / କୃଷି / ଚାଷଜମି କୁ ପାଣି ଯୋଗାଣ ଦାବିରେ ଜୁନାଗଡ଼ ଠାରେ ଏନ ଏଚ – ୨୬ ରାସ୍ତା ଅବରୋଧ କଲେ ଚାଷୀ

ଚାଷଜମି କୁ ପାଣି ଯୋଗାଣ ଦାବିରେ ଜୁନାଗଡ଼ ଠାରେ ଏନ ଏଚ – ୨୬ ରାସ୍ତା ଅବରୋଧ କଲେ ଚାଷୀ

 କଳାହାଣ୍ଡି, ୦୩/୧୦/୨୦୧୯ (ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- ଇନ୍ଦ୍ରାବତୀ କେନାଲ ରୁ ଜୁନାଗଡ଼ ବ୍ଲକ ତଲମଲା ଓ ଆଟିଗାଁ ପଂଚାୟତ ରେ ଥିବା ପାଖା ପାଖି ୭୦୦ ହେକ୍ଟର ଚାଷଜମି କୁ କେନାଲ ରୁ ପାଣି ଯୋଗାଣ ରେ ବ୍ୟାହତ ହେଉଥିବା ବେଳେ ଛୋରିଆଗଡ ଠାରୁ କିଛି ପ୍ରଭାବଶାଳୀ ବ୍ୟକ୍ତି କେନାଲ ର ଗତିପଥ କୁ ଅବରୋଧ କରି ରଖିଥିବା ଅଭିଯୋଗ ହୋଇଛି ଯାହା ଫଳରେ ତଳ ମୁଣ୍ଡ ରେ ଥିବା ଆଟିଗାଁ ଓ ତଲମଲା ପଂଚାୟତ ଚାଷଜମି କୁ ଦୀର୍ଘ ବର୍ଷ ହେବ ପାଣି ମାଡୁନାହିଁ। ଇନ୍ଦ୍ରାବତୀ କୁସୁମଖୁଣ୍ଟି ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ବେଳେ ଚାଷୀ ପ୍ରତିବର୍ଷ ଜଳକର ଖଜଣା ଭରି ଆର୍ଥିକ ଶୋଷଣ ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଏଣୁ ଏହାର ସ୍ଥାୟୀ ପ୍ରତିକାର ଦାବିରେ ମିଚାଗାଁ ଲଙ୍କେଶ୍ୱରୀ ପାଣି ପଂଚାୟତ ସଭାପତି ଯଶୋବନ୍ତ ପ୍ରଧାନୀ, ତଲମଲା ସରପଂଚ ଦୁଶିଳା ମାଝୀ, ଆଟିଗାଁ ସରପଂଚ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜୁନାଗଡ଼ ହାତୀନଦୀ ଉପରେ ସକାଳ ୮ ରୁ ରାସ୍ତା ଅବରୋଧ କରି ରଖିବା ଫଳରେ ଜାତୀୟ ରାଜପଥ ୨୬ ଭବାନୀପାଟଣା ଜୟପୁର ଓ ଧର୍ମଗଡ ମୁଖୀଗୁଡା ମଧ୍ୟରେ ଯାତାୟତ ଠପ ହୋଇପଡିଛି । ଓଡ଼ିଶା ସମାଚାର

About admin

Check Also

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ଯୋଗାଣରେ ବିଳମ୍ବ

ଗରଦପୁର,୦୬/୧୨/୨୦୧୯(ଓଡ଼ିଶା ସମାଚାର)- ଆଳୁ ବିହନ ଲଗାଇଲେଣି ଚାଷୀ ହେଲେ ସରକାରଙ୍କ ବିହନ ପହଂଚି ନାହିଁ । ଚାଷୀମାନଙ୍କ ପାଇଁ ଆଳୁ …

Leave a Reply

Your email address will not be published. Required fields are marked *