Saturday , December 7 2019
Home / ପର୍ଯ୍ୟଟନ ଓ ସଂସ୍କୃତି / ଚଇତି ଇଡିତାଲ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଇତି ଇଡିତାଲ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗୁଣପୁର,୧୪/୧୧/୨୦୧୯(ଓଡ଼ିଶା ସମାଚାର)-ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲାପାଳ ଡ. ବନ୍ଦୋର ସିଦ୍ଧେଶ୍ୱର ବଳିରାମଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍ସବ ପରିଚାଳନା ପାଇଁ ପରିଚାଳନା କମିଟି, ଅଭ୍ୟର୍ଥନା କମିଟି, ଖାଦ୍ୟ କମିଟି, ମଂଚ କାର୍ଯ୍ୟକ୍ରମ କମିଟି ଭଳି ବିଭିନ୍ନ କମିଟିର ପୁନଃଗଠନ ହୋଇଥିଲା । ଉତ୍ସବରେ ଅଧିକ ମାତ୍ରାରେ ସାଧାରଣ ଲୋକଙ୍କୁ ସାମିଲ କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ ଓ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ ଆଦିବାସୀ ଲୋକକଳାକୁ ଗୁରୁତ୍ୱ ଦେବାପାଇଁ ପ୍ରସ୍ତାବ ଦେଇଥିଲେ । ସେହିପରି ସହରରେ ଅର୍ଦ୍ଧାଧିକ ତେଲୁଗୁ ଲୋକ ରହୁଥିବାରୁ ତେଲୁଗୁ କାର୍ଯ୍ୟକ୍ରମ କରିବା ପାଇଁ ଯୁବ ଆଇନଜୀବୀ ଏସ.ବାବା ପ୍ରଶାଦ ପ୍ରସ୍ତାବ ଦେଇଥିଲେ । ସହରରେ ରହୁ ନ ଥିବା ବ୍ୟକ୍ତି ଓ ଉତ୍ସବରେ ସକ୍ରିୟ ରହୁ ନ ଥିବା ବ୍ୟକ୍ତିଙ୍କୁ ବାଛି କମିଟିରୁ ବାଦ୍ ଦେବାକୁ ପ୍ରସ୍ତାବ ଆସିଥିଲା । ଜିଲା ପରିଷଦ ସଭ୍ୟ ଅଶ୍ୱୀନ ଗମାଙ୍ଗ ସବୁ ବର୍ଗର ବ୍ୟକ୍ତିଙ୍କୁ ଚଇତି କାର୍ଯ୍ୟକ୍ରମ ସମ୍ପର୍କରେ କିଭଳି ସୂଚନା ଦିଆଯିବ ସେ ନେଇ ଚିନ୍ତା କରାଯାଉ ବୋଲି କହିଥିଲେ । ଏହି ବୈଠକରେ ମଂଚରେ ବିଡିଓ ଶାନ୍ତିପ୍ରଭା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ଦେବକୀ ଗମାଙ୍ଗ ଉପସ୍ଥିତ ରହି କେତେକ ନିଷ୍ପତି ଗ୍ରହଣ କରିଥିଲେ । ବିଶେଷ କରି ଆଦିବାସୀ କଳା ପ୍ରଦର୍ଶନକୁ ଫୋକସ କରାଯିବ, ଇଡିତାଲ କାନ୍ଥ ଚିତ୍ରର ଗୁରୁତ୍ୱ ମଧ୍ୟ ରହିବ । ମଂଚରେ ତେଲୁଗୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହବ ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯିବା ସହ ଓଲିଉଡର ନାମିଦାମି କଳାକାରଙ୍କୁ ମଧ୍ୟ ମଂଚରେ ସ୍ଥାନ ଦିଆଯିବ । ସ୍ଥାନୀୟ ଅଂଚଳର ପାରମ୍ପରିକ ନୃତ୍ୟବାଦ୍ୟ ସହ ଶୋଭାଯାତ୍ରା ହେବ । ଚଳିତ ବର୍ଷର ଉପଖଣ୍ଡସ୍ତରୀୟ ଚଇତି ଇଡିତାଲ ଉତ୍ସବରେ ଏମିତି ସବୁ କାର୍ଯ୍ୟକ୍ରମର ରୂପରେଖ କରିବାକୁ ନିଷ୍ପତି ହୋଇଥିଲା । ଆସନ୍ତା ଡିସମ୍ବର ୨୦ରୁ ତିନିଦିନ ବ୍ୟାପି ଏହି ଉତ୍ସବ କରାଯାଇ ଜିଲାସ୍ତରୀୟ ଚଇତି ପୂର୍ବରୁ ସରିବ ବୋଲି ନିଷ୍ପତିି ହୋଇଛି । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣି ରସ୍ମିରାଣି ନିମାକା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଉମା ଦାସ, ସହକାରୀ ଜିଲାପାଳ ରୀନା ପ୍ରଧାନ, ଆଇଆଇସି ରସ୍ମି ରଞ୍ଜନ ପ୍ରଧାନ, ଗାନ୍ଧୀ ଗୃପର ସମ୍ପାଦକ ଡ. ଚନ୍ଦ୍ରଧ୍ୱଜ ପଣ୍ଡା, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ପ୍ରେସ କବ୍ଳ ସଭାପତି ଦେବେନ୍ଦ୍ର ଚୌଧୁରୀ, ନବ ନିର୍ମାଣ ସମିତି ସଭାପତି ଅକ୍ଷୟ ଦାସ, ସମାଜସେବୀ ରାଜେଶ୍ୱରୀ ଦଳେଇ, ୱାଇ.ଗଣପତି, ଅଧ୍ୟାପକ ଡ. ସୂର୍ଯ୍ୟ ନାରାୟଣ ପଣ୍ଡା, କୈଳାଶ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *