Thursday , September 19 2019
Breaking News
Home / ଶିକ୍ଷା / ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ ଓଜନ ଯାଂଚ କଲେ ଶିକ୍ଷା ଅଧିକାରୀ

ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ ଓଜନ ଯାଂଚ କଲେ ଶିକ୍ଷା ଅଧିକାରୀ

ନିରାକାରପୁର, ୧୩/୦୯/୨୦୧୯(ଓଡ଼ିଶା ସମାଚାର)-ସ୍କୁଲ ପିଲାଙ୍କ ବ୍ୟାଗ ଓଜନ କମ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ବ୍ଲକ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କର ସ୍କୁଲ ବ୍ୟାଗ ଯାଂଚ ଆରମ୍ଭ ହୋଇଛି । ଟାଙ୍ଗୀ ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧାନ କେନ୍ଦ୍ର ସଂଯୋଜକ ଅବଦୁତ ଚମ୍ପତି, ସିଆରସିସି ବିଜୟାନନ୍ଦ ସାହୁ, ପଂଚାନନ ଭୁଜବଳ ପ୍ରମୁଖ ନିରାକାରପୁର ଡ଼ିଏଭି ଓ ନେତାଜୀ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ ଓଜନ ଯାଂଚ କରିଥିଲେ । ଏହି ସମୟରେ ଡ଼ିଏଭି ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଥିବାର ଦେଖିବାକୁ ପାଇ ଅସନ୍ତୋଷ ବ୍ୟକ୍ତ କରି ପରବର୍ତି ସମୟରେ ଏହାର ଓଜନ କମ କରିବାକୁ ପରାମର୍ଶ ଦେଇଥିଲେ । ବହିପତ୍ର ସହ ପାଣି ବୋତଲ ଓ ଟିଫିନ ଯୋଗେ ଓଜନ ଅଧିକ ହେଉଥିବା କଥା ସ୍କୁଲ କର୍ତୃପକ୍ଷ କହୁଥିବାରୁ ପିଲା ଖାଲି ବୋତଲ ଆଣିବେ ଓ ସ୍କୁଲରେ ଲାଗିଥିବା ଆକ୍ୱାଗାର୍ଡ଼ରୁ ପାଣି ପିଇବେ ବୋଲି ଅଧିକାରୀମାନେ ସେମାନଙ୍କୁ କହିଥିଲେ । ଅଧିକାରୀମାନଙ୍କ କହିବା ଅନୁଯାୟୀ ପ୍ରଥମ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଦେଢକିଲୋ ,୩ୟଓ ୪ର୍ଥ ଶ୍ରେଣୀ ୨ରୁ୩ କେଜି , ୬ଷ ଓ ୭ମ ଶ୍ରେଣୀ ପାଇଁ ୪ କେଜିି, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ସାଢେ ୪ କେଜି ଓ ଦଶମ ଶ୍ରେଣୀ ପାଇଁ ୫ କେଜି ଭିତରେ ଓଜନର ବ୍ୟାଗ ରହିବ ବୋଲି କହିଥିଲେ । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *