Thursday , September 19 2019
Breaking News
Home / ବିଶେଷ / ଗ୍ୟାସ ବିତରକ ସଂସ୍ଥାକୁ ବୋମା ପକାଇ ଉଡ଼।ଇ ଦେବାକୁ ଧମକ – ଥାନାରେ ଅଭିଯୋଗ

ଗ୍ୟାସ ବିତରକ ସଂସ୍ଥାକୁ ବୋମା ପକାଇ ଉଡ଼।ଇ ଦେବାକୁ ଧମକ – ଥାନାରେ ଅଭିଯୋଗ

ତାରପୁର,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଜଇପୁର ହାଟ ପାଖରେ ଥିବା ଏମଏସ କିଙ୍ଗ ଇଣ୍ଡେନ ଗ୍ରାମୀଣ ଗ୍ୟାସ ବିତରକ ସଂସ୍ଥାକୁ ବୁଝା ବୁଝି କରୁଥିବା ଯୁବକ ଏହି ସଂସ୍ଥାକୁ ବମ ପକାଇ ଉଡ଼।ଇ ଦେବା ସହ  ଏହାର ମାଲିକାଣୀଙ୍କୁ ହତ୍ୟା ଧମକ ଦେଇଛନ୍ତି ।  ଏ ସମ୍ପର୍କରେ ସଂସ୍ଥାର ମାଲିକ ସ୍ୱର୍ଣ୍ଣଲତା ବାରିକ ତିର୍ତୋଲ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସେ ଅଭିଯୋଗ କରିଛନ୍ତି ।  ତାଙ୍କ ସଂସ୍ଥାକୁ ବୁଝା ବୁଝି କରିବା ପାଇଁ ବିଦ୍ୟାଧରପୁର ପଂଚାୟତର ଦନ୍ଦୁଅ ଗ୍ରାମର ଅହମ୍ମଦ ରାଜା ଖାଁ ଙ୍କୁ ସେ ଦାୟିତ୍ୱ ଦେଇଥିଲେ । ବୁଝା ବୁଝି କରିବାର ୧ ବର୍ଷ ପର୍ଯ୍ୟନ୍ତ ରାଜା ସଂସ୍ଥାର ମାଲିଙ୍କୁ ହିସାବ ନଦେଇ ଗଡ଼େଇ ଚାଲୁଥିଲେ । ବାଧ୍ୟ ହୋଇ ସ୍ୱର୍ଣ୍ଣଲତା ସଂସ୍ଥାକୁ ନିଜ ଅକ୍ତିଆରକୁ ନେଇଥିଲେ । ତେବେ ସମ୍ପୃକ୍ତ ଯୁବକ ଏଥିରେ ଉତକ୍ଷିପ୍ତ ହୋଇ ବିତରଣ ସଂସ୍ଥାକୁ ବମ ପକାଇ ଉଡ଼।ଇ ଦେବା ପାଇଁ ସ୍ୱର୍ଣ୍ଣଲତାଙ୍କୁ ଧମକ ଦେବା ପରେ ବାଧ୍ୟ ହୋଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ରାଜା ଖାଁ ବିଶ୍ୱାସ ଭାଜନ ହୋଇ କାର୍ଯ୍ୟରେ ଅଗ୍ରଗତି ହେବା ପରେ  ମାଲିକଙ୍କ ସରଳାତାର ସୁଯୋଗ ନେଇ ସମସ୍ତ ଓରିଜିନାଲ କାଗଜାତ ହାତେଇ ନେଇଥିଲେ । ବ୍ୟାଙ୍କ ରେ ଥିବା ମାଲିକଙ୍କ ସ୍ୱାକ୍ଷରକୁ ଚଂଚକତା କରି ସେ  ନିଯେ କାରବାର କରୁଥିଲେ ।  ସଂସ୍ଥାରେ ୫ ହଜାରରୁ ଅଧିକ ଗ୍ରାହକ ଥିବାବେଳେ ପ୍ରତ୍ୟେକ ଥର ଲାଭ ହେଉନାହିଁ କହି ସ୍ୱର୍ଣ୍ଣଲତାଙ୍କୁ ଆଡ଼େଇ ଯାଉଥିଲେ । ଉକ୍ତ ଯୁବକ ଓ ତାଙ୍କ ବାପାଙ୍କ ନାମରେ ଷ୍ଟେଟ ବ୍ୟାଙ୍କର ୨ ଗୋଟି କିଇସ୍କି ପଏନ୍ଟ ଥିବାବେଳେ ଏଥିରେ ବିଭିନ୍ନ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟ ହେଉଅଛି । ଅଦ୍ୟାବଧି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାବେଳେ ଉକ୍ତ ଯୁବକଙ୍କ ହାତରୁ  ସଂସ୍ଥା ଖସିଯାଉଥିବାରୁ ଏହାର ମାଲିକ ତଥା ପରିବାର ବର୍ଗଙ୍କୁ ଧମକ ଦିଆଯାଉଥିବା ସମ୍ପର୍କରେ ବାରିକ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ତିର୍ତୋଲ ଆଇଆଇସି କେପି ମିଶ୍ରଙ୍କୁ ପଚାରିବାରେ ମହିଳାଙ୍କ ପକ୍ଷରୁ ଅଭିଯୋଗ ହୋଇଛି ଏବଂ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ମତ ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷାକୁ ନେଇ ସଚେତନତା

ରାଜଗାଙ୍ଗପୁର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ ଏକ ମୁଖ୍ୟ କାରଣ ହୋଇଥିବା ଯୋଗୁ …

Leave a Reply

Your email address will not be published. Required fields are marked *