Monday , December 16 2019
Breaking News
Home / ତାଜା ଖବର / ଗ୍ରାହକ ସାଜିଲା ପୁଲିସ- ୧୦କେଜିର ବଜ୍ରକାପ୍ତା ସହ ୪ ଶିକାରୀ ଗିରଫ

ଗ୍ରାହକ ସାଜିଲା ପୁଲିସ- ୧୦କେଜିର ବଜ୍ରକାପ୍ତା ସହ ୪ ଶିକାରୀ ଗିରଫ

ପାଲଲହଡ଼ା, ୨୦/୧୧/୨୦୧୯(ଓଡ଼ିଶା ସମାଚାର)-ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକରେ ଦିନକୁ ଦିନ ଶିକାରୀମାନଙ୍କ ଦୌରାମ୍ôୟ ବଢ଼ିଚାଲିଛି । ତେବେ ଗତକାଲି ପାଲଲହଡ଼ା ବନବିଭାଗ ତରଫରୁ ଏକ ବଜ୍ରକାପ୍ତା ଚୋରା ର‌୍ୟାକେଟକୁ ଧରିବା ପାଇଁ ଯାଇ ପୁଲିସ ଓ ବନବିଭାଗ ଅଧିକାରୀଙ୍କୁ ଗ୍ରାହକ ସାଜିବାକୁ ପଡ଼ିଛି । ଏହି ମିଳିତ ଉଦ୍ୟମରେ ସେମାନେ ଜୀବିତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଛନ୍ତି ।

ସୂଚନାରୁ ପ୍ରକାଶ, ଗତ କିଛିଦିନ ଧରି ବନ୍ଧାଭୁଇଁ ପଂଚାୟତର ଟାଇସିରା ଗାଁରେ ବଜ୍ରକାପ୍ତା ଚୋରାଚାଲାଣ ଚାଲିଥିବାନେଇ ବନବିଭାଗକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ବଜ୍ରକାପ୍ତାର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବାରୁ ଏହାର ମୂଲ୍ୟ ବହୁ ଅଧିକ । ଏହି କାରଣରୁ ଉକ୍ତ ପ୍ରାଣୀ ପ୍ରତି ଶିକାରୀମାନଙ୍କର ବରାବର ନଜର ରହିଥାଏ । ଏଠାରୁ ବଜ୍ରକାପ୍ତା ଚୋରାଚାଲାଣ ପାଇଁ ଉଦ୍ୟମ ଚାଲିଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ମିଳିବା ପରେ ଏହାକୁ ଧରିବା ପାଇଁ ବନ ବିଭାଗ କର୍ମଚାରୀ ଓ ପୁଲିସ ନିଜେ ଗ୍ରାହକ ସାଜି ୩ଲକ୍ଷ ଟଙ୍କାରେ ମୁଲଚାଲ କରିଥିଲେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଗତକାଲି ମଧ୍ୟରାତ୍ରରେ ପାଲଲହଡ଼ାର ନୂତନ ଯୁବ ବନାଂଚଳ ଅଧିକାରୀ ଦୁର୍ଯ୍ୟୋଧନ ବେହେରାଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ ହୋଇ ଉକ୍ତ ଚୋରା ର‌୍ୟାକେଟକୁ ଠାବ କରିଥିଲେ । ଜୀବିତ ଅବସ୍ଥାରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବଜ୍ରକାପ୍ତା ସହ ପଟାମୁଣ୍ଡ ଗାଁର କୈଳାଶ ନାଏକ, ସନ୍ତୋଷ ମହାକୁଳ, ଟାଇସିରା ଗାଁର ଗଣନାଥ ନାଏକ ଓ ଜଗମୋହନପୁର ଅଞ୍ଚଳର ସୁନା ମୁଣ୍ଡାକୁ ଘଟଣାସ୍ଥଳରୁ ପୁଲିସ ଧରି ବନବିଭାଗର ଜିମା ଦେଇଥିଲେ । ଗତ କିଛିଦିନ ଧରି ବନବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାରୁ ଏହି ଅଂଚଳରେ କାଠମାଫିଆ ଓ ଶିକାରୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟିହୋଇଛି । ଗତ ଏକମାସ ତଳେ ଶିଗଡ଼ ପଂଚାୟତର ଏକ ଗାଁରୁ ଦୁଇଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ଏକ ମୃତ ହରିଣ ଓ ମାଂସ ଜବତ ହୋଇଥିଲା । ବନବଭାଗର ଏହି ସଫଳତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଉକ୍ତ ର‌୍ୟାକେଟକୁ ଧରିବାରେ ବନାଂଚଳ ଅଧିକାରୀ ଦୁର୍ଯ୍ୟୋଧନ ବେହେରା, ଡେପୁଟି ରେଞ୍ଜର୍ ମହେନ୍ଦ୍ର ସାହୁ, ପୁଲିନବିହାରୀ ପ୍ରଧାନ, ଗାର୍ଡ ରୋହିତ ଓ ସୁରେନ୍ଦ୍ର କିଶାନ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *