Saturday , December 7 2019
Home / ବିଶେଷ / ଗ୍ରାମବାସୀଙ୍କ ସ୍ୱାର୍ଥକୁ ନେଇ ଅଙ୍ଗନୱାଡି ଘର ନିର୍ମାଣ ହେଉ

ଗ୍ରାମବାସୀଙ୍କ ସ୍ୱାର୍ଥକୁ ନେଇ ଅଙ୍ଗନୱାଡି ଘର ନିର୍ମାଣ ହେଉ

କେନ୍ଦ୍ରାପଡା,୦୪/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ପଂଚାୟତ ଏକ ଅନୁନ୍ନତ ଅଚଂଳ ହୋଇଥିବା ବେଳେ ଏହି ପଂଚାୟରେ ଅଧିକ ସଂଖ୍ୟକ ଅନୁସୂଚିତ ଜାତିର ଲୋକମାନେ ବସବାସ କରିଥାନ୍ତି । ଏହି ଗ୍ରାମର କେନ୍ଦ୍ର ସ୍ଥଳରେ ଏକହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଅନୁସୂଚିତ ଜାତି ସଂପ୍ରଦାୟର ଲୋକମାନେ ବାସ କରିଥାନ୍ତି । ସେମାନଙ୍କ ଉନ୍ନତି ପାଇଁ କୈାଣସି ଆଖିଦୃଶିଆ ପ୍ରକଳ୍ପ ଏହି ଗ୍ରାମରେ ହୋଇନଥିବା ବେଳେ ଯେତେକବି ହୋଇଛି ତାହା ଅଧାପନ୍ତରିଆ ଭାବେ ପଡିରହିଛି । ଏହି ଗ୍ରାମର ମଧ୍ୟସ୍ଥଳରେ ବହୁ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅଷ୍ଟପ୍ରହର ନାମଯଜ୍ଞ ପ୍ରଭୃତି ଅନୁଷ୍ଠିତ ହୋଇଆସୁଛି । କିନ୍ତୁ ଦୁଃଖର କଥା ସେହି ସ୍ଥାନରେ ଅଙ୍ଗନୱାଡି ଗୃହ ନିର୍ମାଣ ନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏହାକୁ ଗ୍ରାମବାସୀମାନେ ଘୋର ବିରୋଧ କରିବା ସହିତ ସେହି ଗ୍ରାମର ବାତ୍ୟା ଆଶ୍ରୟସ୍ଥଳି ନିକଟରେ ଅଙ୍ଗନୱାଡି ଗୃହ ନିର୍ମାଣ କରାଯିବାକୁ ଦାବି କରିବା ସହିତ ସେଠାକୁ ପିଲାମାନେ ସହଜରେ ଯାଇପାରିବେ ବୋଲି କହିଛନ୍ତି । ଏହି ଉପଲକ୍ଷେ ଗ୍ରାମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କଳାକାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇ ଏହି ନିଷ୍ପତି ନିଆଯାଇଥିବା ବିଜେଡି ହରିଜନ ମୋର୍ଚ୍ଚାର ଜିଲ୍ଲା ସାଧାରନ ସମ୍ପାଦକ ସୁଦାମ ଚରଣ ମଲ୍ଲିକ ସୂଚନା ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳଧର ଦାସ, ପଦନ ମଲ୍ଲିକ, ମେଘନାଦ ମଲ୍ଲିକ, ହେମନ୍ତ ମଲ୍ଲିକ,  ଗୟାଧର ମଲ୍ଲିକ,  ଭିକାରୀ ମଲ୍ଲିକ, ଅକ୍ଷୟ ମଲ୍ଲିକ, ମଙ୍ଗୁଳି ମଲ୍ଲିକ ପ୍ରମୁଖ ଶତାଧିକ ଗ୍ରାମାବାସୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *