Tuesday , January 28 2020
Breaking News
Home / ରାଜନୀତି / ଗୌତମ ପାଲିତ ଜିଲା ବିଜେଡ଼ି ନିର୍ବାଚନ ଅଧିକାରୀ ମନୋନୀତ

ଗୌତମ ପାଲିତ ଜିଲା ବିଜେଡ଼ି ନିର୍ବାଚନ ଅଧିକାରୀ ମନୋନୀତ

ତାରପୁର, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ର ପୂର୍ବତନ ଜିଲାପରିଦେ ସଭ୍ୟ ଗୌତମ ପାଲିତଙ୍କୁ ଜିଲା ବିଜେଡ଼ି ନିର୍ବାଚନ ଅଧିକାରୀ ରୂପେ ମନୋନୀତ କରାଯାଇଛି । ରାଜ୍ୟ ବିଜୁ ଜନତା ଦଳ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ତାଙ୍କୁ ଜିଲା ନିର୍ବାଚନ ଅଧିକାରୀ ଭାବେ ମନୋନୀତ କରିଥିବାରୁ ରଘୁନାଥପୁର ବ୍ଲକ୍ ବିଜେଡ଼ି ପକ୍ଷରୁ ସଭାପତି ଦେବାଶିଷ ତ୍ରିପାଠୀ, ଜିଲାପରିଷଦ ସଭ୍ୟା ଡ଼େଜାଲିନ ମହାପାତ୍ର, ତାରପୁର ସମିତି ସଭ୍ୟ ସାରାଜ ଦାସ, ମାନସ ଦାସ, ଅନ୍ତର୍ଯ୍ୟାମୀ ସାମଲ,ସରପଂଚ ଜାନକୀ ବଲଭ ସ୍ୱାଇଁ,ସରପଂଚ ଡ଼ମ୍ବରୁଧର ବେହେରା,ସରପଂଚ ସର୍ମିଷ୍ଠା ସ୍ୱାଇଁ, ସରପଂଚ ଚନ୍ଦନା ମହାନ୍ତି , ସମିତି ସଭ୍ୟ ମନୋଜ ସେଠୀ , ଶାନ୍ତିଲତା ଦ୍ୱିବେଦୀ, ପ୍ରଭାତ ସ୍ୱାଇଁ, ସରପଂଚ ବାସନ୍ତୀ ସାହୁ,ଆତ୍ମା ଅଧ୍ୟକ୍ଷ ପରମାନନ୍ଦ ସ୍ୱାଇଁ, ସରପଂଚ ଶୁଭ୍ରାଂଶୁ ସ୍ୱାଇଁ, ବାରିକ ନୀରଂଜନ ଅର୍ପଣ,ପ୍ରତାପ ରାଉତ,ଭଗବାନ ସ୍ୱାଇଁ ପ୍ରମୁଖ ଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯିବା ସହିତ ରାଜ୍ୟ ନିର୍ବାଚନ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରଘୁନାଥପୁର ବିଜେପି ପକ୍ଷରୁ ଜନ ଜାଗରଣ ପଦଯାତ୍ରା

ତାରପୁର,୧୮/୦୧/୨୦୨୦ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ବିଜେପି ପକ୍ଷରୁ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲା କାର୍ଯ୍ୟକାରିଣୀ ସଭ୍ୟ …

Leave a Reply

Your email address will not be published. Required fields are marked *