Wednesday , December 11 2019
Home / ବିଶେଷ / ‘ଗୋ-ମାତା ଆମକୁ ପାଳନ କରେ’

‘ଗୋ-ମାତା ଆମକୁ ପାଳନ କରେ’

ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବର ଷଷ୍ଠ ଦିବସ
ରାଜନଗର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)-ରାଜନଗର ବ୍ଲକ ମହିଁଷାସୁର ସୁରଭି ପଡିଆରେ ଚାଲିଥିବା ଗୋ-ନବରାତ୍ର ମହୋତ୍ସବର ଷଷ୍ଠ ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ସମର୍ପଣାନନ୍ଦ ଗିରି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ଆମେ ଗୋ-ମାତାକୁ ପାଳନ କରୁନାହୁଁ ବରଂ ଗୋ-ମାତା ଆମକୁ ପାଳନ କରୁଛି ବୋଲି କହିଥିଲେ । ଜଣେ ମା କ୍ଷୀର ଖାଉଥିବା ଶିଶୁଟି ମାତୃହୀନ ହୋଇଗଲେ, ତାକୁ ଗୋ-ମାତାର କ୍ଷୀର ଦ୍ୱାରା ବଂଚେଇ ରଖାଯାଏ । କେବଳ କ୍ଷୀର ନୁହେଁ ତାର ଗୋମୟ, ଗୋ ମୂତ୍ର ମଧ୍ୟ ଆମର କାର୍ଯ୍ୟରେ ଲାଗିଥାଏ ବୋଲି କହିଥିଲେ । ଫକିରମୋହନ ବିଶ୍ୱବିଦ୍ୟାଳୟର ଉପ-କୁଳପତି ମଧୁମତି ଦାଶ ଯୋଗଦଇ ଆମଦେଶର ଦେଶୀ ଗାଈ କ୍ଷୀର ଅମୃତର ଧାରା ହୋଇଥିବା ବେଳେ ବିଦେଶୀ ଜର୍ସି ଗାଈର କ୍ଷୀର ଧଳା ଜହର ବୋଲି କହିଥିଲେ । ଗୋବର୍ଦ୍ଧନପୀଠର ମହେଶ କୁମାର ଯୋଗଦେଇ କହିଥିଲେ, ଉକ୍ରଳରୁ ହିଁ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା । ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ୟାସୀ ପରମହଂସ ସ୍ୱାମୀ ପ୍ରଜ୍ଞାନାନନ୍ଦ ମହାରାଜ ଗୋ-ମାତାର ସୁରକ୍ଷା ପାଇଁ ଚାଲିଥିବା ଏହି ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି କହିଥିଲେ । ବ୍ରହ୍ମଚାରୀ ପ୍ରଦୀପ୍ତ ଗୋ-ମାତା କିଭଳି ଆମକୁ ବିପଦ ଆପଦ ସମୟରେ ରକ୍ଷାକରେ ସେନେଇ ତାଙ୍କର ପ୍ରତ୍ୟେକ୍ଷ ଅନୁଭୂତି ବଖାଣିଥିଲେ । କୃଷ୍ଣକେଶବା ଯୋଗଦେଇ ମଣିଷ ଜୀବନରେ ଧର୍ମ, ଅର୍ଥ, କାମ, ମୋକ୍ଷ ଏହି ଚତୁଃବର୍ଗ ପାଇବାକୁ ହେଲେ ଗୋ ସେବା କଲେ ଏହା ପ୍ରାପ୍ତ ହୋଇପାରିବ ବୋଲି କହିଥିଲେ । ସନ୍ଥ ଦୀନବନ୍ଧୁ ଦାସ ମହାରାଜ ତାଙ୍କ ବକ୍ତବ୍ୟରେ ଗୋ ପୂଜାର ମହାତ୍ମ୍ୟ ସଂପର୍କରେ ବୁଝାଇଥିଲେ । ବିଧାୟକ ତଥା ଗୋ-ନବରାତ୍ର ଅଭ୍ୟର୍ଥନା କମିଟିର ସଭାପତି ଧ୍ରୁବ ସାହୁ ଆଗାମି ଦିନରେ ଷଣ୍ଢ ମାନଙ୍କ ପାଇଁ ଏକ ଗୋଶାଳା କରାଯିବ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ଏହି ବ୍ଲକ ବେଲପାଳର ବାଳକୃଷ୍ଣ ସେଠୀଙ୍କୁ ଉତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର  ଉଦଘାଟିତ

୨ ମାସ ଭିତରେ ଜିଲ୍ଲାର ୧ ଲକ୍ଷ ପାଣି ପାଇପ ମିସ୍ତ୍ରୀଙ୍କ ପଞ୍ଜୀକରଣ ହେବ-ମନ୍ତ୍ରୀ  କେନ୍ଦ୍ରାପଡା,୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ …

Leave a Reply

Your email address will not be published. Required fields are marked *