Tuesday , February 25 2020
Breaking News
Home / କୃଷି / ଗୋ-ଚିକିତ୍ସା ଶିବିର ଓ ଚାଷୀ ସମ୍ମିଳନୀ

ଗୋ-ଚିକିତ୍ସା ଶିବିର ଓ ଚାଷୀ ସମ୍ମିଳନୀ

ସାଲେପୁର  ୧୨/୦୨/୨୦୨୦(ଓଡ଼ିଶା ସମାଚାର/ ଅଭୟ ଜେନା) : ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରଗତିଦୁଗ୍ଧ ସଂଗ୍ରହ କେନ୍ଦ୍ର ଆନୁକୂଲ୍ୟରେ ଗୋ-ଚିକିତ୍ସା ଶିବିର ଓ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ଼ାକ୍ତର କେଶବ ଚନ୍ଦ୍ର ମହାନ୍ତି, ନଟବର ଦାସ ଯୋଗଦେଇ ଗୋରୁଙ୍କୁ ମାଗଣା ଚିକିତ୍ସା କରିବା ସହ ଓ୍ୟୌଷଧ ବଣ୍ଟନ କରିଥିଲେ । ଏହି ଅବସରରେ ୪୦ଜଣ ଚାଷୀଙ୍କୁ ବାଲଟି ବଂଟନ କରିଥିଲେ । ଆଂଚଳିକ ପରିଚାଳକ ରବିନ୍ଦ୍ର ପାତ୍ର , ସୁପରଭାଇଜର ଅଜୟ କୁମାର ପାତ୍ର, ସନ୍ତୋଷ ରାଉତ, ବଳଭଦ୍ର ପ୍ରଧାନ, କେନ୍ଦ୍ରର ପରିଚାଳକ ସୁଶାନ୍ତ ଛାଟୋଇ ସହଯୋଗ କରିଥିବା ବେଳେ କଣ୍ଡୁରୀ ଭୋଇ , ଗୋବରା ମହାନ୍ତି, ରବିନ୍ଦ୍ର ପ୍ରଧାନ, ମହେଶ୍ୱର ସାହୁ, ରାଜକିଶୋର ମହାନ୍ତି, ଚକ୍ରଧର ଦାସ, ରମାକାନ୍ତ ଦାଶ ପ୍ରମୁଖ ସ୍ଥାନୀୟ ଅଂଚଳର ବହୁ ଗୋ-ଚାଷୀ ଯୋଗଦେଇ ଥିଲେ । ଓଡ଼ିଶା ସମାଚାର

About admin

Check Also

ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଜଳେଶ୍ୱର,୧୭/୦୨/୨୦୨୦(ଓଡ଼ିଶା ସମାଚାର)-ଉତର ବାଲେଶ୍ୱରର ୪ ଟି ବ୍ଲକ ଜଳେଶ୍ୱର,ବସ୍ତା,ବାଲିଆପାଳ ଓ ଭୋଗରାଇ ଅଂଚଳରେ କୃଷି ଉତ୍ପାଦିତ ସାମଗ୍ରୀକୁଉପଯୁକ୍ତ ଭାବେ ସଂରକ୍ଷଣ …

Leave a Reply

Your email address will not be published. Required fields are marked *