Monday , December 16 2019
Breaking News
Home / ତାଜା ଖବର / ଗୋରୁ ବୋଝେଇ ଗାଡି ଜବତ ୮ଟି ଗୋରୁ ଉଦ୍ଧାର, ଡ୍ରାଇଭର ଓ ମାଲିକ ଗିରଫ

ଗୋରୁ ବୋଝେଇ ଗାଡି ଜବତ ୮ଟି ଗୋରୁ ଉଦ୍ଧାର, ଡ୍ରାଇଭର ଓ ମାଲିକ ଗିରଫ

କେନ୍ଦ୍ରାପଡା ୦୨/୧୨/୨୦୧୯(ଓଡ଼ିଶା ସମାଚାର)-ସଦର ଥାନା ପୋଲିସ ଦ୍ୱାରା ଏକ ଗୋରୁ ବୋଝେଇ ଗାଡି ଜବତ ହେବା ସହିତ ୮ଟି ଗୋରୁ ଉଦ୍ଧାର ହୋଇଥିବା ଜଣାପଡିଛି । ଗାଡିର ଡ୍ରାଇଭର ଏବଂ ମାଲିକଙ୍କୁ ସଦର ଥାନା ପୋଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଆୟବା ଅଂଚଳରୁ ଏକ ବୋଲେରୋ ଗାଡି (ନଂ-ଓଡି-୨୯-୨୧୯୪ )ରେ ପ୍ରାୟ ୮ଟି ଗୋରଙ୍କୁ ବୋଝେଇ କରି ଅତି ଦୟନୀୟ ଅବସ୍ଥାରେ ଆଣୁଥିବା ବେଳେ ପୁରୁଷୋତମପୁର ପଂଚାୟତ ବରହମପୁର ଛକ ନିକଟରେ ସ୍ଥାନୀୟ ଲୋକେ ଗାଡିଟିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ ।  ଖବର ପଇ ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ପୋଲିସ ଫୋର୍ସ ସହିତ  ଘଟଣା ସ୍ଥଳରେ ପହଂଚି ଗାଡିଟିର କାଗଜପତ୍ର ଯାଂଚ କରିଥିଲେ । ଗାଡିର କାଗଜ ପତ୍ର ଠିକ୍ ନଥିବା ସହିତ ବେଆଇନ ଭାବେ ଗୋରୁ ବୋଝେଇକରି ନେଉଥିବାରୁ ଗାଡିର ଡ୍ରାଇଭର ଟାଉନ ଥାନା ପୋଷ୍ଟ ଅଫିସ ଲେନର ସେକ ଅନସାର(୩୦) ଏବଂ ଗୋରୁ ଆଣୁଥିବା ମାଲିକ ବଡହାଟ ଅଂଚଳର ସେକ ଲାଲନ(୪୦) କୁ ବେଆଇନ ଗୋରୁ ଚାଲାଣ  ଅଭିଯୋଗରେ ସଦର ଥାନା ଗିରଫ କରିଥିଲା । ଥାନା କେଶ ନଂ-୩୩୭/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ଜଣାପଡିଛି ।  ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *