Saturday , February 29 2020
Breaking News
Home / ବିଶେଷ / ଗୋପାଳପୁର ବେଳାଭୂମିର ନୂତନ ଛାତ୍ରବାସ ଓ ଅତିଥି ନିବାସ ଉଦଘାଟିତ

ଗୋପାଳପୁର ବେଳାଭୂମିର ନୂତନ ଛାତ୍ରବାସ ଓ ଅତିଥି ନିବାସ ଉଦଘାଟିତ

ଗୋପାଳପୁର,୧୫/୦୨/୨୦୨୦ (ଓଡ଼ିଶା ସମାଚାର)-ଗୋପାଳପୁର ଠାରେ ପ୍ରତିଷ୍ଠିତ ସମବାୟ ପରିଚାଳନା ପ୍ରତିଷ୍ଠାନର ନୂତନ ଛାତ୍ରବାସ ଓ ଅତିଥି ନିବାସ ସମବାୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ , ଗୋପାଳପୁର ବିଧାୟକ,ଡା ପ୍ରଦୀପ କୁମାର ପାଣିଗ୍ରାହୀ, ଓଡିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ଶ୍ରୀଯୁକ୍ତ ହେମନ୍ତ ନାୟକ, ସମବାୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପଟନାୟକ, ସଦସ୍ୟ ସର୍ବଭାରତୀୟ ଶିକ୍ଷା କମିଟି ,ସମବାୟ ୟୁନିୟନ,ନୂଆ ଦିଲ୍ଲୀ ତଥା ଅଧ୍ୟକ୍ଷ ଉନ୍ନିୟନ କମିଟି,ସମବାୟ ପରିଚାଳନା ପ୍ରତିଷ୍ଠାନର ଶ୍ରୀଯୁକ୍ତ ସନାତନ ସଂଗ୍ରାମ ସିଂ, ଓଡିଶା ରାଜ୍ୟ ସମବାୟ ୟୁନୀୟନର ସମ୍ପାଦକ ଶ୍ରୀଯୁକ୍ତ ମନୋରଂଜନ ,ଉପନିର୍ଦ୍ଦେଶକ ସମବାୟ ସମିତି ସମୂହ ,ବ୍ରହ୍ମପୁର ଶ୍ରୀ ବିଶ୍ୱରନ ଦାସ,ସହକାରୀ ନିର୍ଦ୍ଦେଶକ ସମବାୟ ସମିତି ସମୁହ ବ୍ରହ୍ମପୁର ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବପ୍ରସାଦ ସ୍ୱାଇଁ  ଯୋଗ ଦେଇଥିଲେ । ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ସମବାୟ ବିକାଶ ପାଇଁ ବିଗତ ୨୦୧୩ ମସିହାରେ ନୂତନ ଛାତ୍ରବାସ ଓ ଅତିଥି ନିବାସ ପାଇଁ୨ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟ ରେ କୋଠା ନିର୍ମାଣ ପାଇଁ ଅନୁଦାନ ଦେଇଥିଲେ । ଉକ୍ତ ଉତ୍ସବରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ଅଲେଖ ଚୌଧୁରୀ ,ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ବିରେନ୍ଦ୍ର କେଶରି ଆରୂଖ, ରାଜ୍ୟ ସମବାୟ ୟୁନିୟନର ଉପସଭାପତି ଶ୍ରୀମତୀ ସନ୍ଧ୍ୟାରାଣୀ ଲାନ୍ଦ୍ରା, ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚୀତ୍ରସେନ ନିଖାଙ୍କ ଯୋଗ ଦେଇଥିଲୋ କେନ୍ଦ୍ରର “ନୂତନ ଓଡିଶା ଗଠନରେ ସମବାୟ ର ଭୂମିକା ”  ଶୀର୍ଷକ ଆଲୋଚନାଚକ୍ର ହୋଇଯାଇଅଛି । ଉକ୍ତ ଆଲୋଚନାଚକ୍ରରେ ମାନ୍ୟବର ମନ୍ତ୍ରୀ ରାଜ୍ୟ ସରକାରଙ୍କ ୫-ଟି ଓ (ମୋ ସରକାର)ଯୋଜନା କିଭଳି ଓଡିଶା ସମବାୟକୁ ଏକ ନୂତନ ଦିଗଦର୍ଶନ କରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଜିଲ୍ଲାର ସମସ୍ତସମବାୟ କର୍ମକର୍ତା ଓ ସମିତିର ନିର୍ଦ୍ଦେଶକ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କେନ୍ଦ୍ରରେ ଅଧ୍ୟପିକା ଶ୍ରୀମତି ମମତା ସହୁ ପରିଚାଳନା କରିଥିଲେ । ସର୍ବଶେଷରେ ପରିଚାଳନାର ପ୍ରତିଷ୍ଠାନର ଅଧ୍ୟାପକ ଶ୍ରୀ ଡି-କୃଷ୍ଣା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *