Wednesday , November 20 2019
Breaking News
Home / ବିଶେଷ / ଗୋପବନ୍ଧୁ ଏକାଡେମୀରେ ଆପ୍ରେଂଟିିଶିପ୍ ସମ୍ମିଳନୀ

ଗୋପବନ୍ଧୁ ଏକାଡେମୀରେ ଆପ୍ରେଂଟିିଶିପ୍ ସମ୍ମିଳନୀ

ଭୁବନେଶ୍ୱର ,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଧେଶାଳୟ ତଥା ରାଜ୍ୟ ଶିକ୍ଷାନବିଶ ପରାମର୍ଶଦାତାଙ୍କ ଦ୍ୱାରା ସ୍ଥାନୀୟ ଗୋପବନ୍ଧୁ ଏକାଡେମୀଠାରେ ଆପ୍ରେଂଟିସ୍ ଆକ୍ଟ ୧୯୬୧ ଉପରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସାଂସଦ ଭର୍ତୃହରି ମହତାବ, ଅଧ୍ୟକ୍ଷ ଓଡ଼ିଶା ବିକାଶ ପ୍ରଧିକରଣ ସୁବ୍ରତ ବାଗ୍ଚୀ ଓ ଏନଏସଡିପି ସିନିୟର ହେଡ୍ ଆପ୍ରେଂଟିଶିପ୍ ସୁରଜିତ୍ ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ, କୁଶଳୀ ଓ ଅଣକୁଶଳୀ ଶ୍ରମଶକ୍ତିଙ୍କ ନିମନ୍ତେ ଏହି ଶିକ୍ଷାନବିଶ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଅଟେ । ରାଜ୍ୟ ସରକାର ୭ ହଜାର ଶିକ୍ଷାନବିଶ ବା ଆପ୍ରେଂଟିଶିପ୍ ପ୍ରଶିକ୍ଷଣ ନିମନ୍ତେ ଚଳିତ ବର୍ଷ ଲକ୍ଷ୍ୟ ରଖିଛନ୍ତି । ଏହି ଅବସରରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗମାନେ, ସରକାରୀ ଓ ଘରୋଇ ଶିଳ୍ପ ସଂସ୍ଥା, ଏମଏସଏମଇ ଏବଂ ଅନ୍ୟାନ୍ୟ ସଂସ୍ଥାମାନଙ୍କୁ ଏହି ଶିଳ୍ପଭିତିକ ଶିକ୍ଷାନବିଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବହୁଳ ଭାବେ ଯୋଗଦାନ ପାଇଁ ଅନୁରୋଧ କରିଛନ୍ତି । ବର୍ତମାନ ୨୮୦୯ ଜଣ ଆପ୍ରେଂଟିିଶିପ୍ ପ୍ରଶିକ୍ଷଣ ନେଉଛନ୍ତି । ଓଡ଼ିଶାରେ ୨୮୩୫ ଟି ଆପ୍ରେଂଟିିଶିପ୍ ସଂସ୍ଥା ଏବେ ସୁଦ୍ଧା ପଞ୍ଜିକୃତ ଅଛନ୍ତି । ଆଇଟିଆଇରେ ୩୩% ମହିଳାଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରାଯାଇଛି । ମହିଳାମାନେ ପାରମ୍ପରିକ ସ୍କିଲ୍ ପ୍ରଶିକ୍ଷଣ ମଧ୍ୟରେ ସୀମିତ ନ ରହି ପୁରୁଷଙ୍କ କ୍ଷେତ୍ରରେ ଆଧିପତ୍ୟ ଥିବା ସ୍କିଲରେ ମଧ୍ୟ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବେ ବୋଲି ଶ୍ରୀ ବାଗଚୀ ଏହି ଅବସରରେ କହିଥିଲେ ।

ନାଲ୍କୋ, ପିପିଏଲ୍, ହିଣ୍ଡାଲକୋ ଓ ଉକ୍ରଳ ଆଲୁମିନା ସହ ଆପ୍ରେଂଟିଶିପ୍ ନିମନ୍ତେ ଥିବା ସମସ୍ୟା, ଆହ୍ୱାନ ଏବଂ ରୋଡ୍ ମ୍ୟାପ୍ ପ୍ରସ୍ତୁତି ନିମନ୍ତେ ଏକ ଆଲୋଚନା ହୋଇଥିଲା । ଏଥିରେ ବୈଷୟିକ ଶିକ୍ଷା ଓ ପ୍ରଣିକ୍ଷଣ ନିର୍ଦ୍ଧେଶାଳୟ ନିର୍ଦ୍ଧେଶକ ରେଘୁ ଜି ଅଧ୍ୟକ୍ଷତା କରିଥିବାବେଳେ ଉପ ନିର୍ଦ୍ଧେଶକ ଅଜୟ ପଣ୍ଡା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମ କମିଶନର ନିରଞ୍ଜନ ସାହୁ, ନିୟୋଜନ ନିର୍ଦ୍ଧେଶାଳୟ ନିର୍ଦ୍ଧେଶିକା ତଥା ସିଇଓ, ଓଏସଡିଏ ରଶ୍ମିତା ପଣ୍ଡା, ସିଏମ୍ଡି ଓପିଏଚଡବ୍ଲୁସିଏଲ୍ ନିର୍ଦ୍ଧେଶକ, ଏସଏସଡିଏମ୍, ଏନଏଏସଏ, ଆରଡିଏସଡିଇ, ଭୁବନେଶ୍ୱର ଏବଂ ସରକାରୀ ଆଇଟିଆଇର ଅଧ୍ୟକ୍ଷ ଓ ଶିକ୍ଷାନବିଶ ପରାମର୍ଶଦାତାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗାଁସାଥୀଙ୍କ ଆନ୍ଦୋଳନକୁ ୧୫ ଦିନ ପୁରିଲା

ବିଧାନସଭା ବ୍ୟାରିକେଡ଼ ଆଗରେ ସଂଘର  କର୍ମକର୍ତାସ୍ତରୀୟ ରାଲି ଓ ସମାବେଶ ଭୁବନେଶ୍ୱର ,୨୦/୧୧/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ବିଧାନସଭା ଆଗ ଲୋୟର …

Leave a Reply

Your email address will not be published. Required fields are marked *