Monday , February 24 2020
Home / ତାଜା ଖବର / ଗୁଳିମାଡରେ ମହିଳା ଗୁରୁତର,କଟକ ସ୍ଥାନାନ୍ତର

ଗୁଳିମାଡରେ ମହିଳା ଗୁରୁତର,କଟକ ସ୍ଥାନାନ୍ତର

କେନ୍ଦ୍ରାପଡା, ୨୧/୦୧/୨୦୨୦ (ଓଡ଼ିଶା ସମାଚାର)-ବନ୍ଧୁକ ଗୁଳି ମାଡରେ ଜନୈକା ମହିଳା ଗୁରୁତର ଆହତ  ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣା ଅନୁଯାଇ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଦିଲାରପୁରର ଜନୈକ ୧୭ବର୍ଷର ଯୁବକ ତାର ସମ୍ପର୍କୀୟ ମାଉସୀଙ୍କୁ ଘରୋଇ କଳି ଯୋଗୁଁ ମଙ୍ଗଳବାର ସନ୍ଧ୍ୟାରେ ବନ୍ଧୁକରେ ଗୁଳିମାଡ କରିବାରୁ ସଂପୃକ୍ତ ମହିଳାଙ୍କ ଡାହାଣ ପଟ ଆଖି ପତା ନିକଟରେ ଗୁଳିଟି ବାଜିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ଶଙ୍କଟାପନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ  ସୂଚନା ଦେଇଛନ୍ତି । ତେବେ ଜଣେ ୧୭ବର୍ଷର ବାଳକ କିଭଳି ବନ୍ଧୁକ ପାଇଲା  ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *