Tuesday , January 28 2020
Breaking News
Home / ତାଜା ଖବର / ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଚୌଦ୍ୱାର, ୦୭/୧୨/୨୦୧୯(ଓଡ଼ିଶା ସମାଚାର)- ଚୌଦ୍ୱାର ଥାନା ମଙ୍ଗରାଜପୁର ପଂଚାୟତର ବେରେଣା ରାମଚନ୍ଦ୍ରପୁର ଗାଁରେ ଜଣେ ବୃଦ୍ଧକୁ ସେହି ଗାଁର ଦୁଇଜଣ ଦୁର୍ବୃତ ଗୁଣିଗାରେଡ଼ି ସନ୍ଦେହ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଟାଙ୍ଗିଆରେ ମୁଣ୍ଡ ଓ ବେକକୁ ହାଣି ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ଶବକୁ ଫିଙ୍ଗି ଦେଇଥିଲେ । ଗ୍ରାମର ସିଙ୍ଗରାୟ ସଏ (୫୫) ଗୁଣିଗାରେଡ଼ି ସହିତ ଝଡ଼ା ଫୁଙ୍କା କରିଥାନ୍ତି । ମଙ୍ଗଳବାର ରାତିରେ ସେ ସବୁଦିନ ପରି ନିଜର ଚାଷ ଜମିକୁ ହାତୀମାନଙ୍କ ଉପଦ୍ରବ୍ୟରୁ ରକ୍ଷା କରିବାକୁ ଯାଇ ଘର ନିକଟରେ ତିରବନ ମହାକୁଢ଼ ସହିତ କାଠ ଗଣ୍ଡି ଜାଳି ନିଆଁ ପୁଇଁଥିଲେ । ରାତି ୮ଟା ସମୟରେ ସେଠାକୁ ହାତୀ ଆସିବାରୁ ସିଙ୍ଗରାୟ ଓ ମହାକୁଢ଼ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ । ଏହାର କିଛି ସମୟ ପରେ ସେହି ଗାଁର ଦେବେନ୍ଦ୍ର ସୁରି ଓ ଲାଲ ମୋହନ ସଏ ଆସି ସିଙ୍ଗରାୟକୁ ଗାଳିଗୁଲଜ କରିବା ସହିତ ପୂର୍ବରୁ ଆଣିଥିବା ଏକ ଟାଙ୍ଗିଆରେ ବୃଦ୍ଧଙ୍କ ମୁଣ୍ଡକୁ ହାଣି ପକାଇଥିଲା । ସିଙ୍ଗରାୟ ସେହିଠାରେ ଟଳି ପଡିଥିଲେ । ଶବକୁ ଦୁଇଜଣ ଘୋଷାରି ଘୋଷାରି ନିକଟସ୍ଥ ଜଙ୍ଗଲ ଭିତରକୁ ନେଇ ଫୋପାଡ଼ି ଦେଇଥିଲେ । ପୁଲିସ ଖବର ପାଇ ସାଇଂଟିିଫିକ୍ ଦଳ ନେଇ ତଦନ୍ତ ଜାରି ରଖିଥିବା ବେଳେ ଉଭୟଙ୍କ ପରିବାର ଲୋକେ ଫେରାର ହୋଇଯାଇଥିଲେ । ମୃତ ବୃଦ୍ଧଙ୍କ ପୁଅ ଘନଶ୍ୟାମ ସଏ ଦୁଇଜଣଙ୍କ ନାମରେ ଚୌଦ୍ୱାର ଥାନା ରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଚଳାଇଛି । ଗୁଣିଗାରେଡ଼ିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ଗାଡ଼ି ଧକାରେ ଜଣେ ମୃତ

ଭବାନୀ ପାଟଣା, ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ସାଙ୍ଗମାନଙ୍କ ସହ ମିଶି ଶୌଚ ହେବାକୁ ନିକଟସ୍ଥ ପାଖରୀକୁ ଜଣେ ଯୁବକ ଯାଉଥିବା …

Leave a Reply

Your email address will not be published. Required fields are marked *