Monday , February 24 2020
Home / ତାଜା ଖବର / ଗାଡ଼ି ଧକାରେ ଜଣେ ମୃତ

ଗାଡ଼ି ଧକାରେ ଜଣେ ମୃତ

ଭବାନୀ ପାଟଣା, ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ସାଙ୍ଗମାନଙ୍କ ସହ ମିଶି ଶୌଚ ହେବାକୁ ନିକଟସ୍ଥ ପାଖରୀକୁ ଜଣେ ଯୁବକ ଯାଉଥିବା ବେଳେ ଏକ ମୋଟରସାଇକେଲ ଧକାଦେବାରୁ ତାଙ୍କ ଜୀବନ ଚାଲିଯାଇଛି। କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କଲମ ପଞ୍ଚାୟତ ର ଚାନ୍ଦପଲା ଗ୍ରାମର କିଛି ଯୁବକ ଗତକାଲି ସନ୍ଧ୍ୟାରେ ନିକଟସ୍ଥ ପାଖରୀକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ପଛ ପଟୁ ଏକ ମୋଟରସାଇକେଲ ଆସି ସେମାନଙ୍କୁ ଧକା ଦେଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଜିଲା ମୁଖ୍ୟ ଚିକତ୍ସାଳୟରେ ଚିକିତ୍‌ସିତ ହେଉଥିବା ଜଣା ପଡ଼ିଛି। ସୂଚନାଯୋଗ୍ୟ, ଚାନ୍ଦ ପଲା ଗ୍ରାମର ମନବୋଧ ଭୋଇଙ୍କ ପୁଅ ଚକାରାମ ଭୋଇ (୨୦) ଓ ଅମୃତ ମାଝି (୧୯) ସାଙ୍ଗମାନଙ୍କ ସହିତ ଶୌଚ ପାଇଁ ଯାଉଥିବା ବେଳେ ଲେବେଡ୍ ଗ୍ରାମର ଜଣେ ଯୁବକ ଏକ ମୋଟରସାଇକେଲରେ ଦ୍ରୁତଗତିରେ ଆସି ପଛ ପଟୁ ସେମାନଙ୍କୁ ଧକା ଦେଇଥିଲେ। ଫଳରେ ଉଭୟେ ଗୁରୁତର ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଯୁବକ ସେଠାରୁ ଫେରାର ହୋଇଯାଇଥିଲେ। ଏ ନେଇ ଗ୍ରାମବାସୀ ଭବାନୀପାଟଣା ସଦର ଥାନାରେ ଖବର ଦେବା ପରେ ପୋଲିସ ପହଞ୍ଚି ମୋଟରସାଇକେଲ ଜବତ କରିବା ସହ ଆହତ ଦ୍ୱୟଙ୍କୁ ଜିଲା ମୁଖ୍ୟଚିକତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚକାରାମ ଭୋଇଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ପ୍ରକାଶ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣା ପଡ଼ିଛି। ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *