Friday , October 18 2019
Breaking News
Home / ବିଶେଷ / ଗାନ୍ଧୀ ଜୟନ୍ତିରେ ଉଦାହରଣ ସୃଷ୍ଟି କଲା ‘ଚିତ୍ରୋତ୍ପଳା  ବଣିକ ସଂଘ’  –  ବଜାର ସଫେଇ ଓ ରାସ୍ତା ପାଶ୍ୱର୍ ଜବରଦଖଲ ଉଛେଦ

ଗାନ୍ଧୀ ଜୟନ୍ତିରେ ଉଦାହରଣ ସୃଷ୍ଟି କଲା ‘ଚିତ୍ରୋତ୍ପଳା  ବଣିକ ସଂଘ’  –  ବଜାର ସଫେଇ ଓ ରାସ୍ତା ପାଶ୍ୱର୍ ଜବରଦଖଲ ଉଛେଦ

ଗରଦପୁର, ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ନୂଆପଡା ବଜାରରେ ଥିବା ‘ଚିତ୍ରୋତ୍ପଳା ବଣିକ ସଂଘ’ପକ୍ଷରୁ ସ୍ୱଛ ଭାରତ ଅଭିଯାନରେ କରାଯାଇଥିବା କେତେକ ଲୋକାଭିମୂଖୀ କାର୍ଯ୍ୟ ଅନ୍ୟମାନଙ୍କ ପାଇର୍ ଉଦାହରଣ ପାଲଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରକାଶ ଯେ, ଚିତ୍ରୋତ୍ପଳା ନଦୀବନ୍ଧ ପାଶ୍ୱର୍ରେ ଦୀର୍ଘ ବର୍ଷରୁ ଗଢି ଉଠିଥିବା ଏହି ବଜାର ଉପରେ ଗରଦପୁର ବ୍ଲକ,ମାର୍ଶାଘାଇ ବ୍ଲକର କେତେକ ଅଂଚଳ ସହିତ ମହାକାଳପଡା ବ୍ଲକ ଅଂଚଳର କେତେକ ପଂଚାୟତର ଲୋକମାନେ ଦୈନିକ ନିର୍ଭର କରିଥାଆନ୍ତି । ଏହି ବଜାରରେ ପ୍ରାୟ୧୪୦ରୁ ଉଦ୍ଧ୍ୱର୍ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ରହିଥିବାବେଳେ, ଅଧିକାଂଶ ସମୟରେ ବଜାର ମଧ୍ୟରେ ଥିବା ଛକ ସ୍ଥାନ ସହିତ ବଜାର ମଧ୍ୟରେ ପ୍ରବଳ ଜନ ଗହଳି ଲାଗି ରହିଥିବାରୁ ସାଧାରଣ ଲୋକମାନଙ୍କ ଯାତାୟତ ଓ ଯାନବାହାନ ଚଳାଚଳ ସମୟରେ ଘୋର ଅସୁବିଧାମାନ ସୃଷ୍ଟି ହୋଇଥାଏ । ପ୍ରଶାସନଙ୍କ ପକ୍ଷରୁଏହି ସମସ୍ୟାର ସମାଧାନ କରାଯିବା ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବାବେଳେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ୧୫୦ତମ ଜୟନ୍ତୀ ଅବସରରେ ନୂଆପଡା ବଜାରର‘ଚିତ୍ରୋତ୍ପଳା ବଣିକ ସଂଘ’ ଉଦ୍ୟମରେ କେତେକ ଜନ ହିତକାର କାର୍ଯ୍ୟ କରାଯାଇଛି । ପାଟକୁରା-ହଳଦିଆଗଡା ରାସ୍ତା ପାଶ୍ୱର୍ରେ ଗଢି ଉଠିଥିବା ଏହି ବଜାରରେ ଅନେକ ଦୋକାନ ଘର ଆଗରେ ସମ୍ପୃକ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ସର୍ବସାଧାରଣ ସ୍ଥାନକୁ ସଙ୍କୁଚିତ କରି ରଖିଥିବାରୁ ପ୍ରତ୍ୟେହ ବଜାର ମଧ୍ୟରେ ଜନଗହଳି ପରିଲକ୍ଷିତ ହୋଇଥାଏ । ବଣିକ ସଂଘ ଉଦ୍ୟମରେ ସ୍ୱେଛାସେବୀମାନେ ହାତରେ ଝାଡୁ,କୋଦାଳ ଧରି ବଜାରକୁ ସମ୍ପୂର୍ଣ୍ଣ ସଫେଇ କାର୍ଯ୍ୟ କରାଯିବା ସହିତ ହିଟାଚି ଓ ଟ୍ରାକ୍ଟର ସାହାଯ୍ୟରେ ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତାର ଉଭୟ ପାଶ୍ୱର୍ରୁ ୩ଫୁଟ୍ ଚଉଡାର ରାସ୍ତାକୁ ଅବରୋଧମୁକ୍ତ କରାଯାଇଛି । କେତେକ ସ୍ଥାନରେ ରାସ୍ତା ପାଶ୍ୱର୍ରେ ରହିଥିବା ଖାଲଖମା ସ୍ଥାନକୁ ମଧ୍ୟ ମାଟି ପକାଯାଇ ପୋତାଯାଇ ଥିବାର ଦେଖାଯାଇଛି । ଯାହାକି କୌଣସି ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତିରେ ଏବଂ ବିନା ପ୍ରତିବାଦରେ ଏହି କାର୍ଯ୍ୟକୁ ଶୃଙ୍ଖଳିତ ଭାବରେ କରାଯାଇଥିବାରୁ ବଜାର କମିଟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହା ଦ୍ୱାରା ବଜାର ମଧ୍ୟରେ ଅବରୋଧ ହୋଇ ରହିଥିବା ରାସ୍ତାର ପ୍ରଶସ୍ଥିକରଣ କରାଯାଇ ପାରିଛି । ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକୁ ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନ ଆନୁଷ୍ଠାନିକ ଭାବରେ ଆରମ୍ଭ କରିବା ପରେ ବଣିକ ସଂଘର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଛି ।  ‘ଚିତ୍ରୋତ୍ପଳା ବଣିକ ସଂଘ ’ର ସଭାପତି ନିରଞ୍ଜନ ଦାସ,ଉପଦେଷ୍ଠା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ,ସମ୍ପାଦକ କ୍ଷିରୋଦ କୁମାର ସାହୁ, କୋଷାଧ୍ୟକ୍ଷ ଆଲୋକ ରଞ୍ଜନ ପରିଜା,ଅଜୟ କୁମାର ଜେନା,ହେମନ୍ତ କୁମାର ସେଠୀ, ଅନୁରୁଦ୍ଧ ପରିଜା,କୌଳାଶ ଚନ୍ଦ୍ର ସାହୁ, ଉଦୟଭାନୁ ମଲ୍ଲ ଓ ତରଙ୍ଗ ବେହେରା ପ୍ରମୁଖ ବହୁ ସଂଖ୍ୟକ ବଣିକ ସଂଘର କର୍ମକର୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟ ତଦାରଖ କରିଥିଲେ । ଏହା ପୂର୍ବରୁ ଅନୁଷ୍ଠିତ ହୋଇଥିବା  ବଣିକ ସଂଘର ବୈଠକର ନିଷ୍ପତି ଅନୁସାରେ ଏହି କାର୍ଯ୍ୟ କରାଯାଇଥିବା ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘ ଏବଂ ଡାକ, ରେଳ ଡାକସେବା ଅବସରପ୍ରାପ୍ତ କର୍ମଚାରୀ …

Leave a Reply

Your email address will not be published. Required fields are marked *