Tuesday , January 28 2020
Breaking News
Home / ଶିକ୍ଷା / ଗାଦିବ୍ରହ୍ମ ଓମେନ୍ସ କଲେଜରେ ଏଡସ୍ ସଚେତନତା

ଗାଦିବ୍ରହ୍ମ ଓମେନ୍ସ କଲେଜରେ ଏଡସ୍ ସଚେତନତା

ଜଗତସିଂହପୁର, ୦୬/୧୨/୨୦୧୯(ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ବ୍ଲକ ଅଧିନସ୍ଥ କାଦୁଅପଡା ସ୍ଥିତ ଗାଦିବ୍ରହ୍ମ ଓମେନ୍ସ କଲେଜରେ ୟୁଥ୍ ରେଡକ୍ରସ ତରଫରୁ ରେଡ ରିବନ୍ ପ୍ରତିନିଧିଙ୍କୁ ନେଇ ଅଧ୍ୟକ୍ଷା ଡକ୍ଟର ସସ୍ମିତା ମହାନ୍ତିଙ୍କ ସଭାପତିତ୍ୱରେ ଏକ ଏଡସ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ +୩ର କଳା,ବାଣିଜ୍ୟ ବିଜ୍ଞାନ ର ଛାତ୍ରୀମାନେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପବିତ୍ର ମୋହନ ଶରପଥି. ଅଧ୍ୟାପକ ଦୁଷ୍ମନ୍ତ କୁମାର ମହାନ୍ତି,ଅଧ୍ୟାପକ ଅଶୋକ ସ୍ୱାଇଁ,ରବିନ୍ଦ୍ର କୁମାର ସ୍ୱାଇଁ,ଅଧ୍ୟାପିକା ସ୍ନିଗଧାରାଣୀ ବେହୁରା,ସରୋଜିନୀ ନନ୍ଦ, ପ୍ରତିଭା ମହାପାତ୍ର, ମାଳବିକା ଦ୍ୱିବେଦୀ, ଅଧ୍ୟାପିକା ଶୁଭଶ୍ରୀ ଯୋଗଦେଇ ଏଙ୍ଗସ୍ ର ଭୟାବହତା ଓ ନିରାକରଣ ସଂପର୍କରେ ଆଲୋକପାତ କରିଥିଲେ । ତେଣୁ ଏଥିପ୍ରତି ସମସ୍ତେ ସଚେତନ ରହିଲେ ଏଙ୍ଗସ୍ କୁ ସମାଜରୁ ଦରେଇ ଦେଇପାରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଛାତ୍ରୀମାନଙ୍କୁ ସଚେତନ ହେବାପାଇଁ ପ୍ରେରଣା ଦେଇଥିଲେ । ଏଡସ୍ ସଂପର୍କିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷରେ ୟୁଥ୍ ରେଡକ୍ରସର କାଉନସିଲର ତଥା ଅଧ୍ୟାପିକା ଡକ୍ଟର ଉର୍ମିଳା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରାତନ ଛାତ୍ର ସାଂସ୍କୃତିକ ସଂସଦ ବାର୍ଷିକ ଉତ୍ସବ ଓ ଇନ୍ଦୁପୁର ହାଇସ୍କୁଲର ପୁରସ୍କାର ବୀତରଣ ସମାରୋହ

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ଇନ୍ଦୁପୁର ହାଇସ୍କୁଲର  ପୁରସ୍କାର ବୀତରଣ ସମାରୋହ ଓ ପୁରାତନ ଛାତ୍ର ସାଂସ୍କୃତିକ …

Leave a Reply

Your email address will not be published. Required fields are marked *