Monday , December 16 2019
Breaking News
Home / ବିଶେଷ / ଗାଈ ଚୋରି ମାମଲା : ୩ ଗିରଫ, ଗାଡ଼ି ଜବତ

ଗାଈ ଚୋରି ମାମଲା : ୩ ଗିରଫ, ଗାଡ଼ି ଜବତ

ଢେଙ୍କାନାଳ, ୧୫/୧୧/୨୦୧୯(ଓଡ଼ିଶା ସମାଚାର)- ଢେଙ୍କାନାଳ ଷ୍ଟେସନ ରୋଡ ବୁଲେଟ ସୋ-ରୁମ ସମ୍ମୁଖରୁ ଗତ ୩ ତାରିଖ ରାତିରେ ଦୁଇଟି ଗାଈକୁ ଏକ ସ୍କର୍ପିଓ ଗାଡ଼ିରେ ଦୁଇଜଣ ବ୍ୟକ୍ତି ଚୋରି କରି ନେଇଥିଲେ । ଏହି ଘଟଣା ବୁଲେଟ ସୋ-ରୁମ ରେ ଲାଗିଥିବା ସିସିଟିଭି ଫୁଟେଜ ରୁ ଜଣାପଡିଥିଲା । ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା । ଟାଉନ ପୁଲିସ ଘଟଣାର ଅନୁସନ୍ଧାନ କରି ଗାଈ ଚୋରିରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କରିବାସହ ଗାଈ ଚୋରିରେ ବ୍ୟବହୃତ ସ୍କର୍ପିଓକୁ ଜବତ କରିଥିବା ଟାଉନ୍ ଥାନାରେ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର ସୂଚନା ଦେଇଛନ୍ତି । ଗତ ନଭେମ୍ବର ୩ ରାତିରେ ଷ୍ଟେସନ ବଜାର ବୁଲେଟ୍ ସୋ-ରୁମ୍ ସମ୍ମୁଖରେ ୨ଟି ଗାଈ ରାସ୍ତା ଉପରେ ଶୋଇଥିଲେ । ରାତି ପ୍ରାୟ ୨ଟା୧୫ ରେ ଦୁର୍ବୃତମାନେ ଗୋଟିଏ ଗାଈକୁ ଓଆର୍୧୧ଇ୧୪୬୯ ନମ୍ବର ଏକ ସ୍କର୍ପିଓରେ ଚୋରି କରି ନେଇ ପଳାଇଥିଲେ । ଚୋରି ଗାଈଟି ହାଟରୋଡ ଅଂଚଳର ପ୍ରଦୀପ କୁମାର ସାହୁଙ୍କର ବୋଲି ଜଣାପଡିଥିଲା । ଥାନାରେ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇ ନଥିବାରୁ ପୁଲିସ୍ ପକ୍ଷରୁ ଷ୍ଟେସନରୋଡ୍ ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଳ ସଞ୍ଜିବ କୁମାର ରାଉତ ୮ ତାରିଖରେ ଟାଉନ୍ ଥାନାରେ ୩୪୦/୧୯ ଧାରା ୩୭୯ଆଇପିସି ଆର୍ଡବ୍ଲୁ୍ୟ ଧାରା ୧୧(ଆଇ)(ଏ)ରେ ଏକ ମାମଲା ରୁଜୁ କରିଥିଲେ । ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଏହି ତଦନ୍ତ ଆରମ୍ଭ କରିଥିଲା । ଏହି ଗାଡ଼ିଟି ମୟୂରଭଞ୍ଜ ଅଂଚଳର ବୋଲି ପୁଲିସ ଜାଣିବାକୁ ପାଇଥିଲା । ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଟାଉନ୍ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ, କାଲଟାକ୍ସ ଫାଣ୍ଡି ଅଧିକାରୀ ରସାନନ୍ଦ ନାୟକ, କନେଷ୍ଟବଳ ଅଜୟ କୁମାର ସ୍ୱାଇଁ ଏବଂ ଏପିଆରଫୋର୍ସ ସହ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ । ସେଠାରୁ ଗାଈ ଚୋରିରେ ବ୍ୟବହାର କରାଯାଇଥିବା ସ୍କର୍ପିଓର ପୂର୍ବ ମାଲିକ ୨ଜଣ, ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଦେଓଗାଁ ଗ୍ରାମର ଏସକେ କୁର୍ବାନ୍(୨୭) ଓ ଯୋସିପୁର ଥାନା ବକଳା ଗ୍ରାମର ଶେଖ୍ ଅବ୍ଦୁଲ୍ କଲାମ୍(୫୯) ଏବଂ ଗାଡିର ଡ୍ରାଇଭର ରାଇରଙ୍ଗପୁର ଥାନା ତେଂଟାପଶି ଗ୍ରାମର ଗୁଲାମ୍ ମୁସ୍ତାଫା(୨୧)ଙ୍କୁ ପୁଲିସ ଗିରଫ କରିଥିଲା । ମୁସ୍ତାଫାଙ୍କ ଘର ବାଡିପଟରୁ ସମ୍ପୃକ୍ତ ଗାଡିକୁ ପୁଲିସ୍ ଜବତ କରିଥିଲା । ଶେଖ୍ କୁର୍ବାନ୍ ଏହି ଗାଡିକୁ ଶେଖ୍ ଅବ୍ଦୁଲ କଲାମ୍ ଙ୍କୁ ବିକ୍ରି କରିଥିଲେ । ପରେ ସେ ଏହି ଗାଡିକୁ ଯସିପୁର ଥାନା ବକଳା ଗ୍ରାମର ଶେଖ୍ ନାଜିର୍ ଓରଫ୍ ମାଛିଲା(୪୦)ଙ୍କୁ ବିକ୍ରି କରିଥିଲା । ତେବେ ଗାଡିର ମାଲିକାନା ସତ୍ୱ ପରିବର୍ତନ ହୋଇ ନଥିଲା । ଘଟଣାରେ ସମ୍ପୃକ୍ତ ଗାଡିର ତୃତୀୟ ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଶେଖ ନାଜିର୍ ଫେରାର୍ ରହିଛି । ଏଥିରେ ୩ରୁ ୪ଜଣ ଅଭିଯୁକ୍ତ ସମ୍ପୃକ୍ତ ରହିଛନ୍ତି । ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନ ବୁଲି ବୁଲା ଗାଈଗୋରୁମାନଙ୍କୁ ଦିନରେ ଠାବ କରିବା ପରେ ରାତିରେ ସେହିଗାଡିରେ ଚୋରିକରି ନେଇ ଯାଉଥିଲେ । ହାଟମାନଙ୍କରେ ଏହି ଗାଈଗୋରୁଙ୍କୁ ବିକ୍ରି କରୁଥିବା କଥା ପୁଲିସ ନିକଟରେ ସେମାନେ ସ୍ୱୀକାର କରିଛନ୍ତି ବୋଲି ଏସଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *