Wednesday , January 22 2020
Home / ବ୍ୟବସାୟ ବାଣିଜ୍ୟ / ଗରାପୁରରେ ଦି ପ୍ୟାଲେସ ହୋଟେଲ ଉଦଘାଟିତ

ଗରାପୁରରେ ଦି ପ୍ୟାଲେସ ହୋଟେଲ ଉଦଘାଟିତ

କେନ୍ଦ୍ରାପଡା,୦୪/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଠାରେ ଦି ପ୍ୟାଲେସ ହୋଟେଲକୁ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟନ  କରିଥିଲେ ।  ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା ହୋଟେଲ ପରିସର ବୁଲି ଦେଖିବା ସହିତ ଗ୍ରାହକମାନଙ୍କୁ ଉତମ ସେବା ଯୋଗାଇଦେବାକୁ ଓ ସରକାରୀ ବିଧି ବ୍ୟବସ୍ଥା  ଅନୁଯାଇ  ସମସ୍ତ ଆବଶ୍ୟକୀୟ ଅନୁମତି ପତ୍ର ପ୍ରାପ୍ତ ହେବାକୁ  ହୋଟେଲର ମାଲିକ ସୟଦ ଏଜଦାନ ଅଲ୍ଲୀ(ଟିଚୁ)ଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,  ସୟଦ ଅକମଲ ଅଲ୍ଲୀ, ସୟଦ ଅବଦୁଲ ସତାର, ପୂର୍ବତନ କାଉନସିଲର ହିବଜୁର ରହେମାନ, ପୂର୍ବତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀ, ସଞ୍ଜୟ ରାଉତ, ସୟଦ ଫରାନ ଅଲ୍ଲୀ, ସୟଦ ରୋମାନ ଅଲ୍ଲୀ, ସେକ ରହେମତ, ସେକ ଅନିସୁଦ୍ଧିନ, ସୟଦ ମହମ୍ମଦ ଇଫତେକାର ଆଲମ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୫-ଟି’ରେ ଉଠାଦୋକାନୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ

ଭୁବନେଶ୍ୱର ,୧୭/୦୧/୨୦୨୦ (ଓଡ଼ିଶା ସମାଚାର)- ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂ ଜୋନ୍ ସୁରକ୍ଷା ଟ୍ରଷ୍ଟର ଏକ ଜରୁରୀକାଳୀନ …

Leave a Reply

Your email address will not be published. Required fields are marked *