Thursday , September 19 2019
Breaking News
Home / ବିଶେଷ / ଗରଦପୁର ରେ ଜିଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ଗରଦପୁର ରେ ଜିଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ପାଟକୁରା,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ଓ ଏସପି ନୀତି ଶେଖର ଗରଦପୁର ବ୍ଲକ୍ ସଭାଗୃହରେ ଏକ ମିଳିତ ଜନ ଶୁଣାଣି ଶିବିରରେ ଉପସ୍ଥିତ ରହି ମୋଟ ୨୧୬ ଗୋଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରୁ ୧୯୬ ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୨୦ ଗୋଟି ସାମୁହିକ ଅଭିଯୋଗ ଥିଲେ । ବିଭିନ୍ନ ରୋଗରେ ପିଡ଼ିତ ୨୩ ଜଣଙ୍କୁ ଚିକିତ୍ସା ପାଇଁ ଜିଲାପାଳ ସହାୟତା ରାଶି ଚେକ୍ ଆକାରରେ ବଂଟନ କରିଥିଲେ । ରାମଚନ୍ଦ୍ରପୁର ଗ୍ରାମର ପ୍ରମିଳା ସେଠୀ ଙ୍କୁ ଚିକିତ୍ସା ପାଇଁ ଜିଲାପାଳ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ନଇନ୍ଦିପୁର ଗ୍ରାମର ବିଜୟ ପରିଡ଼ା ଙ୍କୁ ୧୦ ହଜାର ଟଙ୍କା , ବଙ୍ଗାରୀ ର ଲିପିକା ଜେନା ଙ୍କୁ ୫ ହଜାର ଟଙ୍କା,ପାଟକୁରା ଅଜୟ ନାୟକଙ୍କୁ ୧୦ ହଜାର ଟଙ୍କା,ବଙ୍ଗାରୀ ଶ୍ରୀଧର ସାହୁଙ୍କୁ ୩ ହଜାର ଟଙ୍କା,ରାହାମା ରାଧୁ ମଳିକଙ୍କୁ ୧୦ ହଜାର ଟଙ୍କା,ସମସରା ର ବିଜୟ ଜେନାଙ୍କୁ ୧୦ ହଜାର ଟଙ୍କା,ନୂଆପଡ଼ା ହେମନ୍ତ ପଣ୍ଡାଙ୍କୁ ୩ ହଜାର ଟଙ୍କା,ଆଇତିପୁର ଧିରେନ ସାହୁ ୬ ହଜାର ଟଙ୍କା,ବାମରା ସନାତନ ମଲିକ ୩୦ ହଜାର ଟଙ୍କା,ବେରୁହାଁ ରମେଶ ଦାସ ୩ ହଜାର ଟଙ୍କା , ତଳକୁସୁମା ବିଜୟ ସାମଲ ୫ ହଜାର ଟଙ୍କା,ବାମରା କୃପାସିନ୍ଧୁ ପଲେଇ ୫ ହଜାର ଟଙ୍କା,ବାମରା ପ୍ରଭାବତୀ ବେହେରା ୩ ହଜାର ଟଙ୍କା ,ରଘୁନାଥପୁର ପ୍ରମିଳା ବେହେରା ୩ ହଜାର ଟଙ୍କା,କଉଡ଼ିଆବରେଇ ପ୍ରଫୁଲ ସାହୁ ୧୦ ହଜାର ଟଙ୍କା ,ନୂଆପଡ଼ା ରମଶେ ପରିଡ଼ା ୫ ହଜାର ଟଙ୍କା ,ଢ଼ିଅବଳରାମପୁର ହୃଷିକେଶ ପରିଡ଼ା ୧୦ ହଜାର ଟଙ୍କା ଅରଖକୁଦ କନକଲାତା ମଲିକ ୫ ହଜାର ଟଙ୍କା,କଳାବୁଦା ରବିନ୍ଦ୍ର ବେହେରା ୩୦ ହଜାର ଟଙ୍କା ଅରିଲୋ କ୍ଷିରୋଦ ଦାସ ୫ ହଜାର ଟଙ୍କା , ପାଟସୁରା କେଦାର ଜେନା ୫ ହଜାର ଟଙ୍କା ଓ ବଙ୍ଗାରୀ ପ୍ରଶାନ୍ତ ସ୍ୱାଇଁ ଙ୍କୁ ୭ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ପାଇଲୋ ଡ଼ାକ୍ତରଖାନାରେ ୫ ବର୍ଷ ହେବ ଡ଼ାକ୍ତର ନଥିବାର ଉଦୟନାଥ ଚୌଧୁରୀ ଅଭିଯୋଗ କରିଥିଲେ । ବିଦ୍ୟୁତ ବିଭାଗ ଅଧିକ ବିଲ କରୁଥିବା ନଇନ୍ଦିପୁର ଗ୍ରାମର ଶିଶିର ପରିଡ଼ା ଅଭିଯୋଗ କରିଥିଲେ । ଗରଦପୁର ଗ୍ରାମରେ ଆବାସ ଯୋଜନାରେ ଘର ହଡ଼ପ ସମ୍ପର୍କରେ କଳାବୁଦା ଗ୍ରାମର ମିନତୀ ପଣ୍ଡା ଅଭିଯୋଗ କରିଥିଲେ । ବେଡ଼ାରୀ ଗ୍ରାମର ଦୁଷ୍ମନ୍ତ ବେହେରା ଚିକିତ୍ସା ପାଇଁ ଆବେଦନ କରିଥିବାବେଳେ ହରିଦାସପୁର ଗ୍ରାମର ବାବାଜୀ ପରିଡ଼ା ବାର୍ଦ୍ଧକ୍ୟ ଭତା ପାଇଁ ଆବେଦନ କରିଥିଲେ । ସେହିପରି ଅନେକ ବ୍ୟକ୍ତି ଫନି ସହାୟତା ପାଇନଥିବା , ଆବାସ ଯୋଜନାରେ ଘର ନଥିବା ବିଷୟରେ ଅଭିଯୋଗ କରିଥିଲେ । ଜିଲାପାଳ ଅଭିଯୋଗ ଗୁଡ଼ିକର ଶୁଣାଣି କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧେଶ ଦେଇଥିଲେ । ଅନ୍ୟ ଅଧିକାରୀମାନେ ଶିବିରରେ ରହି ଜିଲାପାଳଙ୍କୁ ସହାୟତା କରିଥିଲେ । ବିଡ଼ିଓ ଧରଣୀଧର ବେହେରା,ସହକାରୀ ଜିଲାପାଳ ଭରତଚନ୍ଦ୍ର ପରିଡ଼ା,ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ,ସ୍ୱାସ୍ଥ୍ୟ ଅଧିକାରୀ ହିମାଂଶୁ ଷଢ଼ଙ୍ଗୀ ,ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦିଲିପ କୁମାର ରାଉତ ,ବ୍ଲକ୍ ପ୍ରାଣୀଧନ ଅଧିକାରୀ ଡ଼ଃ ସଂଜୟ ବେହେରା,ଜିଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର , ଜିଲା କୃଷି ଅଧିକାରୀ ଶରତ ଚନ୍ଦ୍ର ଦାସ, ସବ ରେଜିଷ୍ଟ୍ରାର ଦିଲିପ ସେଠୀ ,ଏଆରସିଏସ ଅଶୋକ ବେହେରା,କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତି,ଚେୟାରମ୍ୟାନ ସ୍ୱର୍ଣ୍ଣପ୍ରଭା ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା । ଆଜି ବଢ଼ି ଭୋର …

Leave a Reply

Your email address will not be published. Required fields are marked *