Saturday , January 25 2020
Breaking News
Home / କୃଷି / ଗରଦପୁର ବ୍ଲକ୍ ରେ ବିଶ୍ୱ ମୃତିକା ଦିବସ ପାଇଁ ସଚେତନତା ଶିବିର 

ଗରଦପୁର ବ୍ଲକ୍ ରେ ବିଶ୍ୱ ମୃତିକା ଦିବସ ପାଇଁ ସଚେତନତା ଶିବିର 

ପାଟକୁରା, ୦୫/୧୨/୨୦୧୯(ଓଡ଼ିଶା ସମାଚାର)-ଆଜି ବିଶ୍ୱ ମୃତିକା ଦିବସ । ଜମିରୁ ଅଧିକ ଉତ୍ପାଦନ କରିବା ଓ ମାଟି ର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମୃତିକା ପରୀକ୍ଷା ନିହାତି ଜରୁରୀ ବୋଲି ଆଜି ଗରଦପୁର ଆତ୍ମା ସମ୍ମିଳନୀ କକ୍ଷରେ ଆୟୋଜିତ ସଚେତନତା ଶିବିରରେ କୃଷି ଅଧିକାରୀମାନେ ମତବ୍ୟକ୍ତ କରିଥିଲେ  ଓ କୃଷକମାନେ ଏଥିପ୍ରତି ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ବ୍ଲକ୍ ବୈଷୟିକ ପରିଚାଳିକା ଇତିଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଏହି ଶିବିରରେ କୃଷି ଅଧିକାରୀ ଅମରେନ୍ଦ୍ର ସିଂ , ଉଦ୍ୟାନ ବିଭାଗର ପ୍ରଶାନ୍ତ ରାଉତରାୟ ,ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ରବିନ୍ଦ୍ର ସାହୁ ପ୍ରମୁଖ  ଉପସ୍ଥିତ ଥିବାବେଳେ ବିଭିନ୍ନ ଗ୍ରାମରୁ ଶତାଧିକ କୃଷକ ଯୋଗ ଦେଇଥିଲେ । ମନଇଛା ମାଟିରେ ସାର ପ୍ରୟୋଗ ନକରିବା ପାଇଁ ବୈଷୟିକ ପରିଚାଳିକା ସୂଚନା ଦେବା ସହିତ କ୍ଷେତରୁ ନମୂନା ମାଟି ସଂଗ୍ରହ କରି ସ୍ଥାୟୀ ମୃତିକା ପରୀକ୍ଷାଗାର ଅଥବା ଭ୍ରାମ୍ୟମାଣ ମୃତିକା ପରୀକ୍ଷାଗାରରେ ପରୀକ୍ଷା କରାଇନେବା ଉଚିତ ବୋଲି ସେ କହିଥିଲେ । ଏହା ମାଗଣାରେ ହେବାର ସରକାରୀ ବ୍ୟବସ୍ଥା ରହିଛି । ମାଟି ପରୀକ୍ଷାରେ କୃଷି ଅଧିକାରୀଙ୍କ ପରାମର୍ଶକ୍ରମେ ଜମିରେ ରାସାୟନିକ ସାର ପ୍ରୟୋଗ କଲେ ଅଧିକ ଫସଲ ଅମଳ ହୋଇଥାଏ  ଓ ଜମିର ଗୁଣବତା ନଷ୍ଟ ହୋଇନଥାଏ ବୋଲି ବ୍ଲକ୍ ବୈଷୟିକ ପରିଚାଳିକା ଇତିଶ୍ରୀ ବେହେରା କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ …

Leave a Reply

Your email address will not be published. Required fields are marked *