Monday , February 24 2020
Breaking News
Home / କୃଷି / ଗରଦପୁର ବ୍ଲକ୍ ଅଂଚଳରେ ପାଚିଲା ଧାନ ପାଣିରେ ଶୋଇଛି

ଗରଦପୁର ବ୍ଲକ୍ ଅଂଚଳରେ ପାଚିଲା ଧାନ ପାଣିରେ ଶୋଇଛି

ପାଟକୁରା, ୨୮/୦୯/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅଂଚଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ପାଳିଲା ଧାନ ଫସଲର ବ୍ୟାପକ କ୍ଷତି ଘଟାଇଛି । ଧାନ କିଆରୀରେ ଅଧିକ ବର୍ଷା ପାଣି ଥିବାବେଳେ ସଅଳ ଅମଳ ,ଖଣ୍ଡଗିରି, ପାରିଜାତ, କଲଚର କିସମ ପାଚିଲା ଧାନ ସବୁ ପାଣିରେ ଲୋଟିଛି । ଏହି କିସମ ବିଆଳି ଧାନକୁ ସାଧାରଣତଃ ଦଶହରାରେ ନୂଆ ଚୁଡ଼ା କରି ଭୋଗ ଲାଗି କରାଯାଏ । ଧାନ କଟା ସମୟରେ ଲଘୁଚାପ ବର୍ଷା କୃଷକ ମାନଙ୍କୁ ଅଧିକ କ୍ଷତିର ସମ୍ମୁଖୀନ କରାଇଛି । ଧାନ କିଆରୀରୁ ଜଳ ନିସ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କେତେକ ଧାନ ଗଛରେ ଥାଇ ଗଜା ହୋଇ ଗଲାଣି । ବିଶେଷକରି ହରିଦାସପୁର, ଗୋତ୍ରବିଲ, ପଦ୍ମପୁର,ବିଚଣା, ନୂଆପଡ଼ା, କୂଳତୁଠି, ଦଳୁଆଣି, ପରକଣା, ଯମୁନାବାଦ, ଇନତାଲପୁର, ଗରଦପୁର, ସୋଲପାଟ, ସିଙ୍ଗିଟିଆ ସମେତ ବ୍ଲକ୍ ର ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ପାଚିଲା ଧାନ ପାଣିରେ ଲୋଟିଥିବାର ଦେଖିବାକୁ ମିଳିଛି । ବର୍ଷା ଅଧିକ ହେଲେ ଧାନ ଫସଲ ଘରକୁ ଆଣିବା ସମ୍ଭବ ହେବନି ବୋଲି କୃଷକ ମାନେ ମତ ଦେଉଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ କରାଯିବ

ବାରିପଦା, ୧୫/୦୨/୨୦୨୦ (ଓଡ଼ିଶା ସମାଚାର)- ସରାକରଙ୍କ କୃଷି ସମବାୟ ଓ କୃଷକ କଲ୍ୟାଣ ବିଭାଗଯୋଜନା କାର୍ଯ୍ୟକ୍ରମରେ ଯୋଗ୍ୟ ହୀତାଧିକାରୀ ଚାଷି …

Leave a Reply

Your email address will not be published. Required fields are marked *