Wednesday , December 11 2019
Home / ବିଶେଷ / ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଂସଦଙ୍କର ଦୁରବ୍ୟବହାର  ପ୍ରତିବାଦରେ ସାଲେପୁର ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ନିନ୍ଦା

ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଂସଦଙ୍କର ଦୁରବ୍ୟବହାର  ପ୍ରତିବାଦରେ ସାଲେପୁର ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ନିନ୍ଦା

ସାଲେପୁର ୦୮/୧୧/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାର ଗଣମାଧ୍ୟମ ପ୍ରତିନିଧି ମନୋଜ ସ୍ୱାଇଁଙ୍କୁ ସର୍ବସମକ୍ଷରେ ଦୁରବ୍ୟବହାର କରିବା ଘଟଣା ଯୋଗୁ ସାରା ଓଡ଼ିଶାରେ ସାମ୍ବାଦିକମାନଙ୍କ ପକ୍ଷରୁ ଘଟଣାର ତିବ୍ର ନିନ୍ଦା କରାଯାଇଛି । ଆଜି ସାଲେପୁର ଠାରେ ବୈଦୂତିକ ଓ ପି୍ରନ୍ଟ ମିଡ଼ିଆର ଗଣମାଧ୍ୟମ ପ୍ରତିନିଧିମାନେ ଏକତ୍ରୀତ ହୋଇ ଏହି ଘଟଣାର ପ୍ରତିବାଦ  କରିବା ସହିତ ସାଂସଦ ମହାନ୍ତିଙ୍କର ଓ୍ୟ÷ଧତ୍ୟପୂର୍ଣ୍ଣ ଆଚରଣକୁ ଦୃଢ଼ନିନ୍ଦା କରିଥିଲେ ।  ସାମ୍ବାଦିକଙ୍କୁ ଅପମାନ ଗଣତନ୍ତ୍ରକୁ ଅପମାନ ବୋଲି ଉପସ୍ଥିତ ସାମ୍ବାଦିକମାନେ ପ୍ରକାଶ କରିଥିଲେ । ସାରା ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ ଟାଳଟୁଳ ନିତୀରେ ସମୟ ଗଡ଼ାଇ ଚାଲିଥିବାରୁ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟକ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ଯୋଗାଇ ଦେବା ସହ କେନ୍ଦ୍ରାପଡ଼ାରେ ଘଟିଥିବା ଘଟଣାରେ ଦୋଷୀପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାରଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଓୟୁଜେ ଓ ଆଂଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର  ଉଦଘାଟିତ

୨ ମାସ ଭିତରେ ଜିଲ୍ଲାର ୧ ଲକ୍ଷ ପାଣି ପାଇପ ମିସ୍ତ୍ରୀଙ୍କ ପଞ୍ଜୀକରଣ ହେବ-ମନ୍ତ୍ରୀ  କେନ୍ଦ୍ରାପଡା,୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ …

Leave a Reply

Your email address will not be published. Required fields are marked *