Thursday , September 19 2019
Breaking News
Home / ବିଶେଷ / ଗଣତନ୍ତ୍ର ସୁରକ୍ଷା ଅଭିଯାନ ପକ୍ଷରୁ ଗଣଧାରଣା ଓ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗଣତନ୍ତ୍ର ସୁରକ୍ଷା ଅଭିଯାନ ପକ୍ଷରୁ ଗଣଧାରଣା ଓ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର ୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଭୁବନେଶ୍ୱରସ୍ଥ ଲୋୟର ପି.ଏମ.ଜି ଠାରେ ଗଣତନ୍ତ୍ର ସୁରକ୍ଷା ଅଭିଯାନ ଓଡିଶା ପକ୍ଷରୁ ଜାମୁ କାଶ୍ମୀରରେ ସ୍ଥିତାବସ୍ଥା ଫେରାଇ ଆଣିବା, ମବ୍ଲିଚିଙ୍ଗ ବନ୍ଦ କରିବା ପାଇଁ ଏକ ଜାତୀୟ ଆଇନ୍ ପ୍ରଣୟନ କରିବା ଓ ଦଳିତ, ଆଦିବାସୀ ତଥା ମୁସଲମାନମାନଙ୍କୁ ସୁରକ୍ଷା ପ୍ରଦାନ ଦାବୀରେ ଏକ ଗଣଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ରାଜ୍ୟପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଓଡିଶା କମୁ୍ୟନିଷ୍ଟ ପାର୍ଟି ସଭାପତି ଶ୍ରୀ ଅଜେୟ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ଶ୍ରୀ ମାନସ ଜେନା ଦାବିପତ୍ର ଉପରେ ଆଲୋନଚା କରିଥିଲେ । ସିପିଆଇର ଶ୍ରୀ ନାରାୟଣ ରେଡ୍ଡି, ସିପିଆଇ (ଏମଏଲ୍)ର ଶ୍ରୀ ଯୁଧିଷ୍ଠିର ମହାପାତ୍ର, ସିପିଆଇର ଶ୍ରୀ ସୁରେଶ୍ ପାଣିଗ୍ରାହୀ, ଫରୱାଡ୍କ୍ଲବର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢୀ, ସିପିଆଇ (ଏମ୍ଏଲ୍) ର ଶ୍ରୀକାନ୍ତ ମହାନ୍ତି, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ରାଷ୍ଟ୍ରିୟ ଜନତା ଦଳର ଶ୍ରୀ ହରିଶ୍ ମହାପାତ୍ର, ସାମାଜିକ କର୍ମୀ ତନବିର୍, ମହମଦ୍ ସୁକୁର, ମଧୁସୁଦନ ଯାଦବ୍, ସ୍ତମ୍ବକାର ଅମିୟ ପାଣ୍ଡବ, ସତିଶ୍ ମିଶ୍ର, ତୁଶାରକାନ୍ତ ଓଡିଶା ଦଳିତ ଅଧିକାର ମଂଚର ଶ୍ରୀ ପ୍ରଶାନ୍ତ ମଲ୍ଲିକ, ଅଧ୍ୟାପକ ବଂଶିଧର ଦାଶ, ସଚିକାନ୍ତ ପାଣି, ତପନ ସ୍ୱାଇଁ, କର୍ମଚାରୀ ନେତା ନଳିନି ପତି, ବଂଶଧର ପରିଡା ପ୍ରମୁଖ ଦେଶରେ ଗଣତନ୍ତ୍ର ବ୍ୟବସ୍ଥା କିଭଳି ବିପନ୍ନ ହୋଇଛି ସେ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଧାରଣା ସ୍ଥଳରୁ ଏକ ପ୍ରତିନିଧି ଦଳରେ ଶ୍ରୀ ମାନସ ଜେନା, ଅଶୋକ ନନ୍ଦ, ନାରାୟଣ ରେଡ୍ଡୀ, ଯୁଧିଷ୍ଟିର ମହାପାତ୍ର ଓ ମଧୁସୁଦନ ଯାଦବ ଯାଇଥିଲେ । ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଧ୍ୟେଶ୍ୟରେ ଦାବିପତ୍ର ମାନସ ଜେନା ପ୍ରଦାନ କରିଥିଲେ । ଏହି ଦାବି ଗୁଡିକ ହେଲା-୧. ଜାମୁ କାଶ୍ମିରରେ ସ୍ଥିତବସ୍ତା ଫେରାଇ ଅଣାଯାଇ ସେଠାରୁ ମିଲିଟାରୀ ଓ ପାରାମିଲିଟାରୀ ଫୋର୍ସଙ୍କୁ ପ୍ରତ୍ୟାହାର କରାଯିବା । ୨. ସରକାରଙ୍କ ଏହି ଅଗଣତାନ୍ତ୍ରୀକ କାର୍ଯ୍ୟକୁ ନିନ୍ଦା କରିବା ସହ ସେଠାରେ ନାଗରିକ ମାନଙ୍କ ମତାମତ ସ୍ୟାବସ୍ତ କରାଯିବାର ଅଧିକାରକୁ ସୁନିଶ୍ଚିତ କରାଯିବା । ୩. ଭିଡହିଂସା ରୋକିବାକୁ ଏକ ଜାତୀୟ ଆଇନ୍ ପ୍ରଣୟନ କରାଯିବା । ୪. ଦଳିତ ଆଦିବାସୀ ଓ ସଂଖ୍ୟାଲଘୁ ଲୋକମାନଙ୍କ ମୌଳିକ ଅଧିକାର ପାଇଁ କାର୍ଯ୍ୟରତ ସାମାଜିକ କର୍ମୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା । ଆଜି ବଢ଼ି ଭୋର …

Leave a Reply

Your email address will not be published. Required fields are marked *